ETV Bharat / bharat

ଲାଲୁ ପ୍ରସାଦଙ୍କୁ କିଡନୀ ଦେବେ ଝିଅ ରୋହିନୀ, ଖୁବଶୀଘ୍ର ହେବ ପ୍ରତିରୋପଣ

author img

By

Published : Nov 10, 2022, 8:56 PM IST

ଲାଲୁ ପ୍ରସାଦଙ୍କୁ କିଡନୀ ଦେବେ ଝିଅ ରୋହିନୀ । ଏକାଧିକ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡିତ ଅଛନ୍ତି ଆରଜେଡି ନେତା ଲାଲୁ ପ୍ରସାଦ ଯାଦବ, ବାପାଙ୍କୁ ଭଲ କରିବା ପାଇଁ କିଡନୀ ଦେବେ ଝିଅ ରୋହିନୀ ଆଚାର୍ଯ୍ୟ । ଅଧିକ ପଢନ୍ତୁ

ଲାଲୁ ପ୍ରସାଦଙ୍କୁ କିଡନୀ ଦେବେ ଝିଅ ରୋହିନୀ
ଲାଲୁ ପ୍ରସାଦଙ୍କୁ କିଡନୀ ଦେବେ ଝିଅ ରୋହିନୀ

ନୂଆଦିଲ୍ଲୀ: ଲାଲୁଙ୍କୁ କିଡନୀ ଦେବେ ଝିଅ ରୋହିନୀ । ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କୁ କିଡନୀ ଦେବେ ଝିଅ ରୋହିନୀ ଆଚାର୍ଯ୍ୟ(Lalus daughter Rohini to donate kidney to her father) । ବାପାଙ୍କୁ ଭଲ କରିବା ପାଇଁ ଏପରି ନିଷ୍ପତ୍ତି ନେଇଛନ୍ତି ରୋହିନୀ । ଏନେଇ ରୋହିନୀଙ୍କ ପରିବାରର ଜଣେ ସଦସ୍ୟ ସୂଚନା ଦେଇଛନ୍ତି । ଲାଲୁ ପ୍ରସାଦଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ରହିବା ସହ ସେ କିଡନୀ ଜନିତ ସମସ୍ୟା ଦେଇ ଗତି କରୁଛନ୍ତି । ଏଥି ପାଇଁ ଗତ ମାସରେ ଚିକିତ୍ସା ପାଇଁ ସେ ସିଙ୍ଗାପୁର ଯାଇଥିଲେ । ଏକାଧିକ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡିତ ଆରଜେଡି ନେତାଙ୍କୁ କିଡନୀ ପ୍ରତିରୋପଣ ପାଇଁ ପରାମର୍ଶ ଦେଇଥିଲେ ଡାକ୍ତର ।

ଏହା ମଧ୍ୟ ପଢନ୍ତୁ-ଋଣ ଟଙ୍କା ସୁଝି ନପାରି ବିଷ ପିଇ ଜୀବନ ହାରିଲେ ଗୋଟିଏ ପରିବାରର ୫ ସଦସ୍ୟ

ଲାଲୁ ପ୍ରସାଦ ଯାଦବଙ୍କ ଝିଅ ବର୍ତ୍ତମାନ ସିଙ୍ଗାପୁରରେ ରହୁଛନ୍ତି । ରୋହିଣୀ ଆଚାର୍ଯ୍ୟ ତାଙ୍କ ପିତାଙ୍କୁ ନୂଆ ଜୀବନ ଦେବା ପାଇଁ ଏପରି ନିଷ୍ପତ୍ତି ନେଇ ଥିବା ପରିବାର ସଦସ୍ୟ ଏକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ବର୍ତ୍ତମାନ ଦିଲ୍ଲୀରେ ଅଛନ୍ତି ଲାଲୁ ପ୍ରସାଦ ଯାଦବ । ବହୁଚର୍ଚ୍ଚିତ ଚାରା ଘୋଟାଲାରେ ଗିରଫ ହୋଇ ପରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଲାଲୁ । ଏହାପରେ ଜେଲରେ ଥିବା ସମୟରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହୋଇଥିଲା । ଚିକିତ୍ସା ପାଇଁ ଦିଲ୍ଲୀ ଓ ରାଞ୍ଚି ଯାଇଥିଲେ ଲାଲୁ । ତେବେ କେବେ ଲାଲୁଙ୍କ କିଡନୀ ପ୍ରତିରୋପଣ ହେବ ସେନେଇ କିଛି ସୂଚନା ହସ୍ତଗତ ହୋଇନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.