ETV Bharat / bharat

ପୁଅ-ଝିଅଙ୍କ ଘରେ ଚଢାଉ ପରେ ରାଗିଲେ ଲାଲୁ, କହିଲେ କେବେ ମୁଣ୍ଡ ନୁଆଇଁବି ନାହିଁ

author img

By

Published : Mar 11, 2023, 10:58 AM IST

ପୁଅ-ଝିଅଙ୍କ ଘରେ ଚଢାଉ ପରେ ବିଜେପି ଓ କେନ୍ଦ୍ରୀୟ ସଂସ୍ଥା ଉପରେ ବର୍ଷିଲେ ଲାଲୁ । କହିଲେ ମୁଁ କିମ୍ବା ମୋର ପରିବାର କେବେ ମୁଣ୍ଡ ନୁଆଁଇବ ନାହିଁ । ଅଧିକ ପଢନ୍ତୁ

ଇଡି ଚଢାଉ ଉପରେ ଲାଲୁଙ୍କ ପ୍ରତିକ୍ରିୟା
ଇଡି ଚଢାଉ ଉପରେ ଲାଲୁଙ୍କ ପ୍ରତିକ୍ରିୟା

ପାଟନା: ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗତକାଲି RJD ନେତା ଲାଲୁ ଯାଦବଙ୍କ ପୁଅ-ଝିଅ ଓ ସମ୍ପର୍କୀୟଙ୍କ ଘରେ ଚଢାଉ କରିଥିଲା । ୧୫ ଘଣ୍ଟାରୁ ଅଧିକ ସମୟରେ ଧରି ଚଢାଉ ଚାଲିଥିଲା । ଏହାକୁ ନେଇ ବିହାର ରାଜନୀତି ସରଗରମ ରହିଥିବାବେଳେ ଲାଲୁ ବିଜେପି ଓ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଉପରେ ପ୍ରବଳ ବର୍ଷିଛନ୍ତି । ଆରଜେଡି ନେତା ଟ୍ବିଟ୍ କରିଛନ୍ତି, ପ୍ରତିଶୋଧ ପରାୟଣ ହୋଇ ଭିତ୍ତିହୀନ ମାମଲାରେ ଆଜି ମୋ ଝିଅ, କୁନି କୁନି ନାତି ଏବଂ ଗର୍ଭବତୀ ବୋହୂକୁ ଇଡି ୧୫ ଘଣ୍ଟା କାଳ ବସାଇ ରଖିଛି । କ’ଣ ଏତେ ନିମ୍ନସ୍ତରକୁ ଖସି ବିଜେପି ମୋ ସହ ରାଜନୈତିକ ଲଢେଇ ଲଢିବ ?

  • संघ और भाजपा के विरुद्ध मेरी वैचारिक लड़ाई रही है और रहेगी। इनके समक्ष मैंने कभी भी घुटने नहीं टेके हैं और मेरे परिवार एवं पार्टी का कोई भी व्यक्ति आपकी राजनीति के समक्ष नतमस्तक नहीं होगा।

    — Lalu Prasad Yadav (@laluprasadrjd) March 10, 2023 " class="align-text-top noRightClick twitterSection" data=" ">

ବିଜେପିକୁ ଟାର୍ଗେଟ କଲେ RJD ନେତା: ଲାଲୁ ଯାଦବ ଆହୁରି ମଧ୍ୟ ଲେଖିଛନ୍ତି ଯେ, ମୁଁ ଜରୁରୀ ସ୍ଥିତି ଭଳି କଳା ସମୟ ଦେଖିଛି । ସେ ଲଢେଇ ବି ଲଢିଛି । ସଂଘ ଓ ବିଜେପି ବିରୁଦ୍ଧରେ ବିଚାରଗତ ଲଢେଇ ଲଢି ଆସିଛି । ସେମାନଙ୍କ ସାମ୍ନାରେ କେବେ ବି ମୁଁ ମୁଣ୍ଡ ନୁଆଁଇନି କି ମୋ ପରିବାରର ଓ ପାର୍ଟିର କୌଣସି ବ୍ୟକ୍ତି ମଧ୍ୟ ନତମସ୍ତକ ହେବେ ନାହିଁ ।

କ'ଣ ଥିଲା ପୁରା ମାମଲା: ଗତକାଲି ଇଡି ଲାଲୁଙ୍କ ପୁଅ ତେଜସ୍ବୀ ଯାଦବ, ଝିଅ ମିସାଙ୍କ ଦିଲ୍ଲୀ ବାସଭବନ ସମେତ ପୂର୍ବତନ ବିଧାୟକ ତଥା ଆରଜେଡି ନେତା ଅବୁ ଦୋଜାନଙ୍କ ବିହାର ସ୍ଥିତ ବାସଭବନରେ ଚଢାଉ କରିଥିଲା । ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ଲାଲୁଙ୍କ ସମ୍ପର୍କୀୟଙ୍କ ଦିଲ୍ଲୀ, ଏନସିଆର ଓ ବିହାରରେ ଥିବା ୧୫ରୁ ଅଧିକ ଠିକଣାରେ ଚଢାଉ ହୋଇଥିଲା । ଏହାସହିତ ତେଜସ୍ବୀଙ୍କୁ ମାରାଥନ ଜେରା କରିଥିଲା ଇଡି । ଏହି ଘଟଣା ପରେ ଲାଲୁ ପ୍ରସାଦ ତୀବ୍ର ପ୍ରତିକ୍ରିୟାଶୀଳ ହୋଇପଡିଛନ୍ତି ।

ଏହାମଧ୍ୟ ପଢନ୍ତୁ: ତେଜସ୍ବୀ ଯାଦବଙ୍କ ବାସଭବନରେ ଇଡିର ଚଢାଉ, RJD ନେତାଙ୍କୁ ୧୧ ଘଣ୍ଟା ଜେରା

କହିରଖୁଛୁ କି, ଲାଲୁ ଯାଦବ ରେଳ ମନ୍ତ୍ରୀ ଥିବା ସମୟରେ ଏହି ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା । ସେ ରେଳ ବିଭାଗରେ ଚାକିରି କରାଇ ଦେବା ପାଇଁ ଲାଞ୍ଚ ଭାବେ ଲୋକଙ୍କ ଠାରୁ ଜମି ନେଇଥିବା ସିବିଆଇ ଅଭିଯୋଗ କରିଛି । ଏନେଇ କିଛି ଦିନ ତଳେ ସିବିଆଇ ଲାଲୁ ଯାଦବ ଏବଂ ପତ୍ନ ତଥା ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ରାବେଡି ଦେବୀଙ୍କୁ ପଚରାଉଚରା କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.