ETV Bharat / bharat

ବିଗୁଡୁଛି ସ୍ବାସ୍ଥ୍ୟବସ୍ଥା: ଦିଲ୍ଲୀ AIIMSକୁ ଏୟାର ଲିଫ୍ଟ ହେବେ ଲାଲୁ

author img

By

Published : Jul 6, 2022, 1:59 PM IST

ବିଗୁଡୁଛି RJD ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସ୍ବାସ୍ଥ୍ୟବସ୍ଥା । ଅପରାହ୍ନରେ ଦିଲ୍ଲୀ AIIMSକୁ ଏୟାର ଲିଫ୍ଟ ହେବା ନେଇ ସୂଚନା । ରବିବାର ସିଡିରୁ ଖସିପଡି ହୋଇଥିଲେ ଗୁରୁତର । ଅଧିକ ପଢନ୍ତୁ

ବିଗୁଡୁଛି ସ୍ବାସ୍ଥ୍ୟବସ୍ଥା: ଦିଲ୍ଲୀ AIIMSକୁ ଏୟାର ଲିଫ୍ଟ ହେବେ ଲାଲୁ
ବିଗୁଡୁଛି ସ୍ବାସ୍ଥ୍ୟବସ୍ଥା: ଦିଲ୍ଲୀ AIIMSକୁ ଏୟାର ଲିଫ୍ଟ ହେବେ ଲାଲୁ

ପାଟନା: RJD ସୁପ୍ରିମୋ ଲାଲୁ ଯାଦବଙ୍କ ସ୍ବାସ୍ଥ୍ୟବସ୍ଥା କ୍ରମଶଃ ବିଗିଡିବାରେ ଲାଗିଛି । ଆଜି (ବୁଧବାର) ଲାଲୁଙ୍କ ଉନ୍ନତ ଚିକିତ୍ସା ପାଇଁ ଏୟାର ଲିଫ୍ଟ ଯୋଗେ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯିବା ନେଇ ସୂଚନା ମିଳିଛି । ଗତ କିଛି ମାସ ହେଲା ସେ ସ୍ବାସ୍ଥ୍ୟଗତ ସମସ୍ୟା ନେଇ ଚିକିତ୍ସାଧୀନ ରହିଥିଲେ । ଗତ ରବିବାର ବାସଭବନରେ ସିଡିରୁ ଖସି ପଡିବା ଯୋଗୁଁ ଗୁରୁତର ଆହତ ହୋଇଥିଲେ ଲାଲୁ । ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ତାଙ୍କର ସ୍ବାସ୍ଥ୍ୟବସ୍ଥା କ୍ରମଶଃ ବିଗୁଡୁଥିବା ଯୋଗୁଁ ତାଙ୍କୁ ଆଜି ଦିଲ୍ଲୀ ଏମ୍ସକୁ ଏୟାର ଲିଫ୍ଟ କରାଯିବ ।

ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଲାଲୁଙ୍କ ପରିବାର ପକ୍ଷରୁ ଏକ ଏୟାର ଆମ୍ବୁଲାନ୍ସ ମଧ୍ୟ ବୁକ କରାଯାଇଛି । ପାଟନା ବିମାନ ବନ୍ଦରରୁ ଲାଲୁଙ୍କୁ ଏହି ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀ ନିଆଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ସାଂସଦ ରାହୁଲ ଗାନ୍ଧୀ ଓ ବିହାର ମୁଖ୍ୟମନ୍ତ୍ରୀ ନିତୀଷ କୁମାର ପ୍ରମୁଖ ଲାଲୁଙ୍କ ପରିବାର ସହ କଥା ହୋଇ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ଏମାନେ ସମସ୍ତେ ପୁଅ ତେଜସ୍ବୀ ଯାଦବଙ୍କ ସହ କଥା ହୋଇଥିବା ସୂଚନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.