ETV Bharat / bharat

Lalu Yadav Health: ବିଗିଡିଲା ଲାଲୁଙ୍କ ସ୍ବାସ୍ଥ୍ୟବସ୍ଥା, ଏମ୍ସ ସ୍ଥାନାନ୍ତର ପାଇଁ ପ୍ରସ୍ତୁତି

author img

By

Published : Mar 22, 2022, 12:28 PM IST

ଭଲ ନାହିଁ RJD ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସ୍ବାସ୍ଥ୍ୟବସ୍ଥା । ଲାଲୁଙ୍କୁ ଦିଲ୍ଲୀ ଏମ୍ସ ସ୍ଥାନାନ୍ତର କରିବା ନେଇ ଚାଲିଛି ପ୍ରସ୍ତୁତି । ଅଧିକ ପଢନ୍ତୁ

Lalu Yadav Health: ବିଗିଡିଲା ଲାଲୁଙ୍କ ସ୍ବାସ୍ଥ୍ୟବସ୍ଥା, ଏମ୍ସ ସ୍ଥାନାନ୍ତର ପାଇଁ ପ୍ରସ୍ତୁତି
Lalu Yadav Health: ବିଗିଡିଲା ଲାଲୁଙ୍କ ସ୍ବାସ୍ଥ୍ୟବସ୍ଥା, ଏମ୍ସ ସ୍ଥାନାନ୍ତର ପାଇଁ ପ୍ରସ୍ତୁତି

ରାଞ୍ଚି: ବିଗିଡିଲା RJD ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସ୍ବାସ୍ଥ୍ୟବସ୍ଥା(Lalu Yadav Health Deteriorated) । ଆଜି ଲାଲୁଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବା ପରେ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ରାଞ୍ଚିରୁ ଦିଲ୍ଲୀ ନିଆଯିବା ପାଇଁ ପ୍ରସ୍ତୁତି କରାଯାଉଛି । ଏହି ପରିପ୍ରେକ୍ଷୀରେ RIMSରେ ମେଡିକାଲ ବୋର୍ଡ ବୈଠକ ଡକାଯାଇଛି । ବୈଠକରେ ଲାଲୁଙ୍କୁ ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ । ଯାହା ସୂଚନା ରହିଛି ଲାଲୁ ଯାଦବଙ୍କ କ୍ରିଏଟିନିନ୍ ସ୍ତର(creatinine level) ୪.୧ ରୁ ୪.୬କୁ ବଢିଯାଇଛି । ସେ ଏବେ ରାଞ୍ଚି RIMSରେ ଚିକିତ୍ସାଧୀନ ଅଛନ୍ତି ।

ଚାରା ଘୋଟାଲା(Fodder scam) ମାମଲାରେ ଦୋଷୀ ସାବ୍ୟସ୍ତ ଲାଲୁଙ୍କ ସ୍ବାସ୍ଥ୍ୟ ଆଜି ସକାଳୁ ବିଗିଡିବାରେ ଲାଗିଛି । ଏନେଇ ତାଙ୍କୁ ଦିଲ୍ଲୀ ଏମ୍ସ ସ୍ଥାନାନ୍ତର କରାଯାଉଛି ବୋଲି ଲାଲୁଙ୍କ ମୁଖ୍ୟ ଚିକିତ୍ସକ ଡ. ବିଦ୍ୟାପତି ଜଣାଇଛନ୍ତି । ବର୍ତ୍ତମାନ ବୋର୍ଡ ବୈଠକରେ ସମସ୍ତ ଡାକ୍ତରଙ୍କ ସହ ଏନେଇ ବିଚାର ବିମର୍ଶ କରାଯାଉଛି । ଯାହା ନିଷ୍କର୍ସ ବାହାରିବ ସେହି ଅନୁସାରେ ଏମ୍ସ ସ୍ଥାନାନ୍ତର କରାଯିବା ଉପରେ ନିର୍ଣ୍ଣୟ ନିଆଯିବ ବୋଲି ଡାକ୍ତର ସୂଚନା ଦେଇଛନ୍ତି । ଏହି ଚାରା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ସାଂସଦ ଆରକେ ରାଣାଙ୍କ ସ୍ବାସ୍ଥ୍ୟବସ୍ଥା ମଧ୍ୟ ଭଲ ନାହିଁ । ତାଙ୍କୁ ଏମ୍ସ ପଠାଯିବା ନେଇ ମେଡିକାଲ ବୋର୍ଡ ପକ୍ଷରୁ ମଞ୍ଜୁରୀ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.