ETV Bharat / bharat

ଲାଲୁ ଯାଦବଙ୍କୁ ମିଳିଲା ଜାମିନ

author img

By

Published : Apr 22, 2022, 12:18 PM IST

Updated : Apr 22, 2022, 2:01 PM IST

ଝାଡଖଣ୍ଡ ହାଇକୋର୍ଟରୁ ଜାମିନ ପାଇଲେ ଲାଲୁ ଯାଦବ । ସ୍ବାସ୍ଥ୍ୟଗତ ସମସ୍ୟା ଆଧାରରେ ଜାମିନ ମଞ୍ଜୁର କଲେ କୋର୍ଟ । ଅଧିକ ପଢନ୍ତୁ

ଲାଲୁ ଯାଦବଙ୍କୁ ମିଳିଲା ଜାମିନ
ଲାଲୁ ଯାଦବଙ୍କୁ ମିଳିଲା ଜାମିନ

ରାଞ୍ଚି: ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ମିଳିଲା ଜାମିନ(RJD Chief Lalu Yadav granted bail) । ବହୁ ଚର୍ଚ୍ଚିତ ଗୋଖାଦ୍ୟ ଘୋଟାଲାର ଡୋରଣ୍ଡା ଟ୍ରେଜେରୀ ମାମଲାରେ ଝାଡଖଣ୍ଡ ହାଇକୋର୍ଟରୁ ଜାମିନ ପାଇଲେ ଲାଲୁ ଯାଦବ । ୧୦ ଲକ୍ଷର ଜରିମାନା ଓ ୧ ଲକ୍ଷର ବେଲ୍ ବଣ୍ଡ ବଦଳରେ ତାଙ୍କୁ ଜାମିନ ମିଳିଛି । ସ୍ବାସ୍ଥ୍ୟଗତ ସମସ୍ୟା ଆଧାରରେ ଜାମିନ ମଞ୍ଜୁର କରିଛନ୍ତି ହାଇକୋର୍ଟ । ଖୁବଶୀଘ୍ର ଲାଲୁ ଜେଲରୁ ମୁକୁଳିବେ ।

ଆଜି ଝାଡଖଣ୍ଡ ହାଇକୋର୍ଟରେ ଲାଲୁ ଯାଦବଙ୍କ ଜାମିନ ଆବେଦନର ଶୁଣାଣି ହୋଇଥିଲା । କହିରଖୁଛୁ କି, ବହୁଚର୍ଚ୍ଚିତ ଗୋଖାଦ୍ୟ ଘୋଟାଲା ମାମଲାରେ ରାଞ୍ଚିର ସିବିଆଇ କୋର୍ଟ ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ୫ ବର୍ଷ ସଜ୍ଜା ଶୁଣାଇଥିଲେ । ଲାଲୁ ପ୍ରସାଦଙ୍କ ପକ୍ଷରୁ ଜାମିନ ପାଇଁ ହାଇକୋର୍ଟରେ ଆବଦେନ କରାଯାଇଥିଲା । ଆବେଦନରେ ଲାଲୁଙ୍କ ଅସୁସ୍ଥତା, ବୟସ ଏବଂ ଅଧା ସଜ୍ଜା ଜେଲରେ କାଟିଥିବା ଦର୍ଶାଯାଇ ଜାମିନ ପାଇଁ ନିବେଦନ କରାଯାଇଥିଲା ।

ପୂର୍ବରୁ ଲାଲୁ ଗୋଖାଦ୍ୟ ଦୁର୍ନୀତି ସହ ଜଡିତ ଅନ୍ୟ ଚାରୋଟି ମାମଲାରେ ଲାଲୁ ପ୍ରସାଦ ଦୋଷୀ ସାବ୍ୟସ୍ତ ହୋଇ ସାରିଛନ୍ତି । ଏହି ଚାରୋଟି ମାମଲାରେ କୋର୍ଟ ତାଙ୍କୁ ପ୍ରାୟ ୧୪ ବର୍ଷର ଜେଲ୍‌ ଦଣ୍ଡାଦେଶ ଶୁଣାଇଥିଲେ । ଏହାସହିତ ତାଙ୍କୁ ଏକ କୋଟି ଟଙ୍କାର ଜୋରିମାନା ମଧ୍ୟ ଦେବାକୁ ପଡିଥିଲା । ଏପ୍ରିଲ ୧୭ ୨୦୨୧ରେ ସେ ଜାମିନରେ ଆସିଥିଲେ । ପରେ ପୁଣି ଡୋରଣ୍ଡା ଟ୍ରେଜେରୀରୁ ବେଆଇନ ଭାବେ ୧୩୯ କୋଟି ଟଙ୍କା ହେରଫେର ମାମଲାରେ ରାଞ୍ଚିର ସିବିଆଇ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ୬୦ ଲକ୍ଷ ଜରିମାନା ସହ ୫ ବର୍ଷର ଜେଲ୍ ଦଣ୍ଡାଦେଶ ଦେଇଥିଲେ । ଏହି ମାମଲାରେ ମୋଟ ୧୭୦ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୫୫ ଜଣଙ୍କ ମୃତ୍ୟୁ ହୋଇସାରିଲାଣି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 22, 2022, 2:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.