ETV Bharat / bharat

2024 Lok Sabha polls: ‘ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବାକୁ ଉତ୍ସାହୀ ନୁହନ୍ତି ନୀତିଶ’

ନୀତିଶ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପାଇଁ ଉତ୍ସାହୀ ନୁହନ୍ତି । ବିଜେପି ମୁକ୍ତ ଭାରତ ପାଇଁ ତାଙ୍କର ପ୍ରୟାସ । ନିର୍ବାଚନ ଫଳାଫଳ ପରେ ସମସ୍ତ ଦଳ ଚୟନ କରିବେ ପ୍ରଧାନମନ୍ତ୍ରୀ, କହିଲେ ଜେଡିୟୁ ସଭାପତି ଲଲନ ସିଂ । ଅଧିକ ପଢନ୍ତୁ

2024 Loksabha poll: ‘ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବାକୁ ଉତ୍ସାହୀ ନୁହନ୍ତି ନୀତିଶ’

author img

By

Published : Jun 11, 2023, 10:55 PM IST

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର 2024 ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳଗୁଡିକୁ ଏକଜୁଟ କରିବାର ଆପ୍ରାଣ ଚେଷ୍ଟାରେ ଲାଗିଛନ୍ତି । କିଛି କ୍ଷେତ୍ରରେ ନୀତିଶ ସଫଳ ମଧ୍ୟ ହେଲେଣି କହିବା ଭୁଲ ହେବନାହିଁ । କାରଣ ନୀତିଶଙ୍କ ନେତୃତ୍ବରେ ଚଳିତ 23 ତାରିଖରେ ପାଟନାରେ ବିରୋଧୀଙ୍କ ପ୍ରଥମ ଆନୁଷ୍ଠାନିକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ପ୍ରାୟ 15 ବିରୋଧୀ ଦଳର ନେତା ଅଂଶଗ୍ରହଣ କରିବେ । ତେଣୁ ଏହି ବିରୋଧୀ ମିଳିତ ମଞ୍ଚ ଯଦି ନିର୍ବାଚନକୁ ଓହ୍ଲାଏ ତେବେ ନୀତିଶ କୁମାର ହିଁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଦାବିଦାର ହୋଇପାରନ୍ତି ବୋଲି ଅନୁମାନ ଦୃଢ଼ ହେବାରେ ଲାଗିଲାଣି । ଅବଶ୍ୟ ଏହି ଚର୍ଚ୍ଚାକୁ ନୀତିଶ ପ୍ରଥମରୁ ଖଣ୍ଡନ କରିଆସିଥିଲେ ସୁଦ୍ଧା ତାହା ସହଜରେ ଗ୍ରହଣୀୟ ହୋଇନାହିଁ । ଆଜି ଜେଡିୟୁ ଅଧ୍ୟକ୍ଷ ଲଲନ ସିଂ ମଧ୍ୟ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି । ନୀତିଶ କେବେ ହେଲେ 2024 ସଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବାକୁ ଉତ୍ସାହୀ ନୁହନ୍ତି ବୋଲି କହିଛନ୍ତି ଲଲନ ।

ଲଲନ କହିଛନ୍ତି, "ନୀତିଶ କୁମାର ଜୀ ଦେଶର ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ ନୁହଁନ୍ତି । ସେ ବିଜେପି ମୁକ୍ତ ଭାରତ ଗଠନ କରିବାକୁ ଆଗେଇ ଆସିଛନ୍ତି ଏବଂ ତାଙ୍କ ନେତୃତ୍ବରେ ବିରୋଧୀ ଏକତାକୁ ଏକଜୁଟ କରିବାରେ ଲାଗିଛନ୍ତି । ଆଗମୀ ନିର୍ବାଚନରେ ଦେଶ କିପରି ବିଜେପି ମୁକ୍ତ ହେବ, ସେନେଇ ସମସ୍ତ ଦଳ ପାଟନାରେ ବସି ଭବିଷ୍ୟତର ରଣନୀତି ସ୍ଥିର କରିବେ । ସେହିଭଳି ନିର୍ବାଚନ ଜନାଦେଶ ପ୍ରକାଶ ପାଇବା ପରେ ସମସ୍ତ ଦଳ ପୁଣି ବସିବେ ଏବଂ କିଏ ପ୍ରଧାନମନ୍ତ୍ରୀ ହେବେ ସେ ନେଇ ନିଷ୍ପତ୍ତି ନେବେ ।"

ତେବେ ନିକଟରେ ନୀତିଶଙ୍କ ବିରୋଧୀ ଏକତା ପ୍ରୟାସ ଦେଖିଲେ, ଯେ କେହି ବି କହିବ ନୀତିଶଙ୍କର ବିରୋଧୀ ମିଳିତ ମଞ୍ଚର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ଇଚ୍ଛା ସ୍ପଷ୍ଟ । ହେଲେ ନୀତିଶ ଏହାକୁ ପ୍ରଥମକୁ ଖଣ୍ଡନ କରି ଆସିଛନ୍ତି । 23 ତାରିଖରେ ସ୍ଥିର ହୋଇଥିବା ଏହି କାର୍ଯ୍ୟକ୍ରମରେ ଅନେକ ବିରୋଧୀ ଦଳ ନେତା ସାମିଲ ହେବେ । ସେମାନଙ୍କ ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଉତ୍ତର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଏନସିପି ମୁଖ୍ୟ ଶରଦ ପାଓ୍ବର, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ, ସିପିଆଇ ନେତା ଡି.ରାଜା, ସିପିଆଇମ ମହାସଚିବ ସିତାରାମ ୟାଚୁରୀ, ଦୀପଙ୍କର ଭାଟ୍ଟାଚାର୍ଯ୍ୟ ପ୍ରମୁଖ ସାମିଲ ହେବାକୁ ଯାଉଛନ୍ତି । ଏହାପରେ କିଛି ବଡ ଘୋଷଣା ମଧ୍ୟ ସାମ୍ନକୁ ଆସିପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.