ETV Bharat / bharat

ଲାକ୍ଷାଦ୍ବୀପ ପ୍ରଶାସକ ଦୀନେଶ୍ବର ଶର୍ମାଙ୍କ ପରଲୋକ, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ - ଲାକ୍ଷାଦ୍ବୀପ ପ୍ରଶାସକ

ଲାକ୍ଷାଦ୍ବୀପର ପ୍ରଶାସକ ତଥା ପୂର୍ବତନ ଆଇବି ନିର୍ଦେଶକ ଦୀନେଶ୍ବର ଶର୍ମାଙ୍କ ପରଲୋକ । ଶୋକପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ..

ଲାକ୍ଷାଦ୍ବୀପ ପ୍ରଶାସକ ଦୀନେଶ୍ବର ଶର୍ମାଙ୍କ ପରଲୋକ, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

author img

By

Published : Dec 4, 2020, 5:29 PM IST

ନୂଆଦିଲ୍ଲୀ: ଲାକ୍ଷାଦ୍ବୀପର ପ୍ରଶାସକ ତଥା ପୂର୍ବତନ ଆଇବି ନିର୍ଦେଶକ ଦୀନେଶ୍ବର ଶର୍ମାଙ୍କ ପରଲୋକ । ଦିନେଶ୍ବରଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଲାକ୍ଷାଦ୍ବୀପ ପ୍ରଶାସକ ଦୀନେଶ୍ବର ଶର୍ମାଙ୍କ ପରଲୋକ, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ
ଲାକ୍ଷାଦ୍ବୀପ ପ୍ରଶାସକ ଦୀନେଶ୍ବର ଶର୍ମାଙ୍କ ପରଲୋକ, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଟ୍ବିଟ କରି ଲେଖିଛନ୍ତି, ଲାକ୍ଷାଦ୍ବୀପର ପ୍ରଶାସକ ଦୀନେଶ୍ବର ଶର୍ମା ଭାରତୀୟ ପୋଲିସ ଏବଂ ସୁରକ୍ଷାରେ ଦୀର୍ଘସ୍ଥାୟୀ ଅବଦାନ ରଖିଥିଲେ । ସେ ତାଙ୍କ ପୋଲିସ କ୍ୟାରିଅର ସମୟରେ ଅନେକ ସମ୍ବେଦନଶୀଳ ଆତଙ୍କବାଦ ଦମନ ଅପରେସନର ପରିଚାଳନା କରିଥିଲେ । ତାଙ୍କ ଦେହାନ୍ତରେ ଦୁଃଖିତ । ତେବେ ଦୀନେଶ୍ବରଙ୍କ ପରିବାର ପ୍ରତି ସମବେଦନା ପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ ।

କେରଳ କ୍ୟାଡରର ଆଇପିଏସ ଅଧିକାରୀ ଦୀନେଶ୍ବର ଶର୍ମା 1979ରେ ଭାରତୀୟ ପୋଲିସ ସେବାରେ ଯୋଗ ଦେଇଥିଲେ । ସେ ଅନେକ ଚ୍ୟାଲେଞ୍ଜପୂର୍ଣ୍ଣ କାର୍ଯ୍ୟ କରିବା ସହ ଏବଂ ଆତଙ୍କବାଦକୁ ଦମନ ତଥା ମୁକାବିଲା କରିବାରେ ତାଙ୍କର ବେସ ଅଭିଜ୍ଞତା ରହିଥିଲା ।

ଭାରତୀୟ ପୋଲିସ ସେବାରେ ଯୋଗଦେବା ପରେ ଦୀନେଶ୍ବର ଶର୍ମା ପ୍ରଥମେ କେରଳର ପାଲଘାଟରେ ଆସିଷ୍ଟାଣ୍ଟ ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ (ଏଏସପି) ଭାବରେ ନିଯୁକ୍ତ ହୋଇଥିଲେ । ପରେ, ସେ କାନାନୋରରେ ସହାୟକ ପୋଲିସ ଅଧୀକ୍ଷକ ଏବଂ ୱାୟନାଡ ଓ କାସଗୋଡରେ ଜିଲ୍ଲା ପୋଲିସ ଅଧୀକ୍ଷକ ଭାବରେ କାର୍ଯ୍ୟ କରିଥିଲେ । ତେବେ ସେ ପୋଲିସ ମୁଖ୍ୟାଳୟ ତ୍ରିଭେନ୍ଦ୍ରମଠାରେ ମାଲାବାର ସ୍ପେଶାଲ ପୋଲିସ ବାଟାଲିୟନର କମାଣ୍ଡାଣ୍ଟ ଏବଂ ଇନ୍ସପେକ୍ଟର ଜେନେରାଲ ଭାବେ କାର୍ଯ୍ୟ କରିଥିଲେ ।

ଦୀନେଶ୍ବର ଶର୍ମା ଜାନୁଆରୀ 1991ରେ ସହାୟକ ନିର୍ଦ୍ଦେଶକ ଭାବରେ ଇଣ୍ଟେଲିଜେନ୍ସ ବ୍ୟୁରୋ(IB)ରେ ଯୋଗ ଦେଇଥିଲେ । ତାଙ୍କର ସେବା ସମୟରେ ସେ ଭାରତର ଜମ୍ମୁ କାଶ୍ମୀର ଏବଂ ପୂର୍ବୋତ୍ତର ରାଜ୍ୟରେ ଆତଙ୍କବାଦ ବିରୋଧୀ ଅପରେସନ ସହ ସହିତ ଅନେକ ସମ୍ବେଦନଶୀଳ ଅପରେସନର ପରିଚାଳନା କରିଛନ୍ତି । ପରେ 31 ଡିସେମ୍ବର 2014ରେ ଦୀନେଶ୍ବର ଇଣ୍ଟେଲିଜେନ୍ସ ବ୍ୟୁରୋର 25 ତମ ନିର୍ଦ୍ଦେଶକ ଭାବରେ ଦାୟିତ୍ବ ଗ୍ରହଣ କରିଥିଲେ ।

30 ମେ 2017ରେ ପୂର୍ବୋତ୍ତର ରାଜ୍ୟର ବିଭିନ୍ନ ଗୋଷ୍ଠୀ ସହ ଶାନ୍ତି ଆଲୋଚନା ପାଇଁ ଦୀନେଶ୍ବର ଶର୍ମାଙ୍କୁ ସେଠାରେ GoIR ଭାବେ ନିଯୁକ୍ତ କରାଯାଇଥିଲା । ଏହା ପରେ 25 ଅକ୍ଟୋବର 2017ରେ ସେ ନିର୍ବାଚିତ ପ୍ରତିନିଧୀ, ବିଭିନ୍ନ ସଂଗଠନ ଏବଂ ସମ୍ବାଦ ପାଇଁ ଭାରତ ସରକାରଙ୍କ ପ୍ରତିନିଧୀ ଭାବରେ ନିଯୁକ୍ତି ପାଇଥିଲେ । ଏହା ସହ ସେ 2017ରେ ଜମ୍ମୁ କାଶ୍ମୀର ପାଇଁ ଜଣେ ବାର୍ତ୍ତାକାର ଭାବରେ ନିଯୁକ୍ତ ହୋଇଥିଲେ । ଏହି ଦାୟିତ୍ବରେ ସେ ଜମ୍ମୁ କାଶ୍ମୀରରେ ନିର୍ବାଚିତ ପ୍ରତିନିଧୀ, ବିଭିନ୍ନ ସଂଗଠନ ସହ ବିଭିନ୍ନ ସମୟରେ ଅନେକ ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରିଥିଲେ ।

1997ରେ ନିଜ ସେବା ପାଇଁ ଦୀନେଶ୍ବର ଶର୍ମାଙ୍କୁ ସମ୍ମାନଜନକ ଭାରତୀୟ ପୋଲିସ ପଦକ ଏବଂ 2003 ରେ ରାଷ୍ଟ୍ରପତି ପୋଲିସ ପଦକ ପାଇଁ ବିଶିଷ୍ଟ ସେବା ପଦକ ପ୍ରଦାନ କରାଯାଇଥିଲା । ଶର୍ମା ବିହାରର ବୋଧ ଗୟା, ମଗଧ ବିଶ୍ବବିଦ୍ୟାଳୟରୁ ସ୍ନାତକ ହାସଲ କରିଥିଲେ ।

ବ୍ୟୁରୋ ରୋପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.