ETV Bharat / bharat

ଲଖିମପୁର ଖେରୀ ହିଂସା: ସାକ୍ଷୀଙ୍କୁ ସୁରକ୍ଷା ଯୋଗାଇବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ - Lakhimpur Kheri violence update

ଲଖିମପୁର ଖେରୀ ହିଂସାକାଣ୍ଡରେ ଉତ୍ତରପ୍ରଦେଶ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦଶ । ସାକ୍ଷୀଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇବାକୁ ନିର୍ଦ୍ଦେଶ ଦେଲେ ପ୍ରଧାନବିଚାରପତିଙ୍କ ଅଧ୍ୟକ୍ଷତରେ ଗଠିତ ଖଣ୍ଡପୀଠ । ଅଧିକ ପଢନ୍ତୁ...

ଲକ୍ଷୀମପୁର ଖେରୀ ହିଂସା: ସାକ୍ଷୀଙ୍କୁ ସୁରକ୍ଷା ଯୋଗାଇବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ

author img

By

Published : Oct 26, 2021, 9:05 PM IST

ନୂଆଦିଲ୍ଲୀ: ଅକ୍ଟୋବର 3 ତାରିଖରେ ଉତ୍ତରପ୍ରଦେଶର ଲଖିମପୁର ଖେରୀରେ କୃଷକ ଆନ୍ଦୋଳନବେଳେ ହୋଇଥିବା ବହୁଚର୍ଚ୍ଚିତ ହିଂସା ଘଟଣାରେ ସାକ୍ଷୀଙ୍କୁ ସୁରକ୍ଷା ଯୋଗାଇବା ପାଇଁ ଉତ୍ତରପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ । ଏହି ହିଂସାରେ ୪ କୃଷକଙ୍କ ସମେତ ମୋଟ ୮ ଜଣଙ୍କ ମୃତ୍ୟୁ ହୋଇଥିଲା ।

ମଙ୍ଗଳବାର ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏନ.ଭି ରାମଣା ଏବଂ ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ହିମା କୋହଲିଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଘଟଣାର ସାକ୍ଷୀଙ୍କୁ ସମସ୍ତ ପ୍ରକାର ସୁରକ୍ଷା ଯୋଗାଇ ଦେବାକୁ ଉତ୍ତରପ୍ରଦେଶର ଯୋଗୀ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଘଟଣା ସମୟର ଭାଇରାଲ ହେଉଥିବା ଭିଡିଓର ଫରେନସିକ ଯାଞ୍ଚ ମଧ୍ୟ ସାରିବା ପାଇଁ ଉତ୍ତରପ୍ରଦେଶ ପୋଲିସକୁ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିବା ଦେଇଛନ୍ତି ।

CRPCର ଧାରା 164 ଅନୁଯାୟୀ ନ୍ୟାୟିକ ମାଜିଷ୍ଟ୍ରେଟଙ୍କ ଦ୍ବାରା ସମ୍ପୃକ୍ତ ସାକ୍ଷୀଙ୍କ ବୟାନ ରେକର୍ଡ କରାଯିବାକୁ ବ୍ୟବସ୍ଥା ରହିଥିବାବେଳେ କୌଣସି କାରଣରୁ ଯଦି ମାଜିଷ୍ଟ୍ରେଟଙ୍କ ଉପସ୍ଥିତି ନେଇ ସମସ୍ୟା ସୃଷ୍ଟି ହୁଏ, ତେବେ ସମ୍ପୃକ୍ତ ଜିଲ୍ଲା ନ୍ୟାୟାଧୀଶ ନିକଟରେ ଉପଲବ୍ଧ ଥିବା ମାଜିଷ୍ଟ୍ରେଟଙ୍କ ଦ୍ବାରା ବୟାନ ରେକର୍ଡ ପ୍ରକ୍ରିୟା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ଆଜି ଉତ୍ତରପ୍ରଦେଶ ସରକାର ଏହି ବହୁଚର୍ଚ୍ଚିତ ଘଟଣାର ତଦନ୍ତ ସମ୍ପର୍କରେ ଦ୍ବିତୀୟ ଷ୍ଟାଟସ ରିପୋର୍ଟ କୋର୍ଟଙ୍କ ନିକଟରେ ଉପସ୍ଥାପନ କରିଛନ୍ତି । ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ଘଟଣାର ତଦନ୍ତ ସମ୍ପର୍କରେ ସବିଶେଷ ତଥ୍ୟ ଉପସ୍ଥାପନ କରି ମୋଟ 68 ସାକ୍ଷୀଙ୍କ ମଧ୍ୟରୁ 30ଜଣଙ୍କ ବୟାନ ଧାରା 164 ଅନୁଯାୟୀ ରେକର୍ଡ କରାଯାଇଥିବା ସ୍ପଷ୍ଟ କରିଛନ୍ତି । ସେହିପରି ବୟାନ ରେକର୍ଡ ହୋଇଥିବା ସାକ୍ଷୀଙ୍କ ମଧ୍ୟରେ 23 ଜଣ ଘଟଣାର ପ୍ରତ୍ୟକ୍ଷଦର୍ଶୀ ରହିଥିବା ସ୍ପଷ୍ଟ କରିଛନ୍ତି ସାଲଭେ ।

ଏଥିରେ ଖଣ୍ଡପୀଠ ସାମାନ୍ୟ ଅସନ୍ତୋଷ ମଧ୍ୟ ପ୍ରକାଶ କରିଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ଶହଶହ ବିକ୍ଷୋଭକାରୀଙ୍କ ଥିବାବେଳେ ମାତ୍ର 23 ପ୍ରତ୍ୟକ୍ଷଦର୍ଶୀଙ୍କୁ ପୋଲିସ କିପରି ଚିହ୍ନଟ କରିଛି ବୋଲି ପ୍ରଶ୍ନ କରିଛନ୍ତି ଖଣ୍ଡପୀଠ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.