ETV Bharat / bharat

Kheri violence: ୧୨ ଘଣ୍ଟା ଜେରା ପରେ ଗିରଫ ହେଲେ ଆଶିଷ ମିଶ୍ରା - ଏସଆଇଟି

ଉତ୍ତରପ୍ରଦେଶ ଲଖିମପୁର ଖେରୀ ହିଂସା ଘଟଣାରେ ଆଶିଷ ମିଶ୍ରାଙ୍କୁ ୧୨ ଘଣ୍ଟା ପଚରାଉଚୁରା ପରେ ଶନିବାର ଗିରଫ କରିଛି ଏସଆଇଟି । ପଚରାଉଚରାବେଳେ ତଦନ୍ତକାରୀ ଅଧିକାରୀଙ୍କୁ ଆଶିଷ ସହଯୋଗ କରିନଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଆଜି(ରବିବାର) ତାଙ୍କୁ କୋର୍ଟରେ ହାଜର କରାଯିବ । ଅଧିକ ପଢନ୍ତୁ...

୧୨ଘଣ୍ଟା ଜେରା ପରେ ଗିରଫ ହେଲେ ଆଶିଷ ମିଶ୍ରା
୧୨ଘଣ୍ଟା ଜେରା ପରେ ଗିରଫ ହେଲେ ଆଶିଷ ମିଶ୍ରା
author img

By

Published : Oct 10, 2021, 7:11 AM IST

ଲକ୍ଷ୍ନୌ: ଗିରଫ ହେଲେ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା । ଉତ୍ତରପ୍ରଦେଶ ଲଖିମପୁର ଖେରୀ ହିଂସା ଘଟଣାରେ ଆଶିଷ ମିଶ୍ରାଙ୍କୁ ୧୨ ଘଣ୍ଟା ପଚରାଉଚୁରା ପରେ ଶନିବାର ଗିରଫ କରିଛି ଏସଆଇଟି । ପଚରାଉଚରାବେଳେ ତଦନ୍ତକାରୀ ଅଧିକାରୀଙ୍କୁ ଆଶିଷ ସହଯୋଗ କରିନଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଆଜି(ରବିବାର) ତାଙ୍କୁ କୋର୍ଟରେ ହାଜର କରାଯିବ ।

ବିଜେପି ନେତା ତଥା କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅକୁ ଖେରୀ ହିଂସାରେ ଅଭିଯୁକ୍ତ ବୋଲି ଦର୍ଶାଯାଇଥିଲା । ଏ ନେଇ ସେ ଗତକାଲି ସେ ଥାନାରେ ହାଜର ହୋଇଥିଲେ । ମାମଲାର ତଦନ୍ତ ପାଇଁ ଗଠିତ ଏସଆଇଟି ତାଙ୍କୁ ୧୨ଘଣ୍ଟା ପଚରାଉଚରା କରିଥିଲା । ଘଟଣା ଦିନ ଆଶିଷ କେଉଁଠି ଥିଲେ ତାର ଠିକ ସମୟ କହପାରିନଥିଲେ ଏ ନେଇ ପ୍ରମାଣ ମଧ୍ୟ ଦେଇ ପାରିନଥିଲେ । ଏହାସହିତ ପୋଲିସର ଅନେକ ପ୍ରଶ୍ନକୁ ସେ ଏଡାଇ ଦେଇଥିଲେ । ଯାହା ତଦନ୍ତକାରୀ ଟିମ ମନରେ ସନ୍ଦେହ ସୃଷ୍ଟି କରିଥିଲା ।

ପ୍ରକାଶ ଥାଉ କି, ଅକ୍ଟୋବର ୩ରେ ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ଚାଷୀଙ୍କ ଉପରେ ଏକ ଏସୟୁଭି କାର ଚଢି ଯାଇଥିଲା । ଯେଉଁଥିରେ ୮ଜଣଙ୍କର ମୃତ୍ୟୁ ହୋଇଥିଲା । କାରଟି ଆଶିଷଙ୍କର ଥିଲା ବୋଲି ଅଭିଯୋଗ ହୋଇଥିଲା । ହେଲେ କାରରେ ଆଶିଷ ନଥିବା କହିଥିଲେ ତାଙ୍କ ବାପା ଅଜୟ ମିଶ୍ରା । ଗୁରୁବାର ତାଙ୍କୁ ଥାନାରେ ହାଜର ହେବା ପାଇଁ ସମନ ଜାରି ହୋଇଥିଲା ମାତ୍ର ତାଙ୍କର ସ୍ବାସ୍ଥ୍ୟ ସମସ୍ୟା ପାଇଁ ସେ ହାଜର ହୋଇପାରି ନଥିବା କହିଥିଲେ ତାଙ୍କ ବାପା । ଆଭିଯୋଗର ଅନେକ ଦିନ ଯାଏଁ ତାଙ୍କୁ ଗିରଫ ନ କରାଯାଇଥିବାରୁ ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ ସରକାରଙ୍କ ଉପରେ ଖପ୍ପା ମଧ୍ୟ ହୋଇଥିଲେ ।

ଏହା ପୂର୍ବରୁ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରା କହିଥିଲେ ମୋର ଆଇନ ଉପରେ ଭରସା ଅଛି । ମୋ ପୁଅ ନିର୍ଦ୍ଦୋଷ । ମୋ ପୁଅ ଯଦି ଦୋଷୀ ସାବ୍ୟସ୍ତ ହୁଏ ତେବେ ମୁଁ ଇସ୍ତଫା ଦେବି । ସେପଟେ ଘଟଣାର ପ୍ରତିବାଦ କରି ଆସନ୍ତା ୧୮ ତାରିଖରେ ସଂଯୁକ୍ତ କିଷାନ୍ ମୋର୍ଚ୍ଚା ପକ୍ଷରୁ 'ରେଳ ରୋକୋ' ଓ ୨୬ରେ ଲକ୍ଷ୍ନୌରେ ମହାପଞ୍ଚାୟତ କରିବାକୁ ଘୋଷଣା ହୋଇଛି । ଏହିସହିତ ଘଟଣା ନେଇ ଆସନ୍ତାକାଲି(ସୋମବାର) ଦେଶବ୍ୟାପୀ ମଉନବ୍ରତ ପାଳିବ କଂଗ୍ରେସ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.