ETV Bharat / bharat

Lakhimpur Kheri violence: ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କ ଜାମିନ ଖାରଜ କଲେ ଆହ୍ଲାବାଦ ହାଇକୋର୍ଟ

author img

By

Published : May 9, 2022, 6:59 PM IST

ଲକ୍ଷୀମପୁର ଖେରୀ ହିଂସାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କ ସମେତ 4 ଅଭିଯୁକ୍ତଙ୍କୁ ଜାମିନ ଦେବାକୁ ମନା କଲେ ଆହ୍ଲାବାଦ ହାଇକୋର୍ଟ । ଅଧିକ ପଢନ୍ତୁ

Lakhimpur Kheri violence: ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କ ଜାମିନ ଖାରଜ କଲେ ଆହ୍ଲାବାଦ ହାଇକୋର୍ଟ
Lakhimpur Kheri violence: ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କ ଜାମିନ ଖାରଜ କଲେ ଆହ୍ଲାବାଦ ହାଇକୋର୍ଟ

ଲକ୍ଷ୍ନୌ: ଲକ୍ଷୀମପୁର ଖେରୀ ହିଂସାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ସମେତ 4ଜଣଙ୍କ ଜାମିନ ଖାରଜ କରିଛନ୍ତି ଆହ୍ଲାବାଦ ହାଇକୋର୍ଟ । ଜଷ୍ଟିସ ଦିନେଶ କୁମାରଙ୍କ ନତୃତ୍ବାଧୀନ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ବେଲ ମଞ୍ଜୁର କରିବାକୁ ମନା କରିଦେଇଛନ୍ତି ।

2021 ଅକ୍ଟୋବର 3 ତାରିଖରେ ଘଟିଥିବା ଏହି ଘଟଣାରେ ଚାଷୀ ଓ ସାମ୍ବାଦିକଙ୍କ ସମେତ ମୋଟ 8 ଜଣ ପ୍ରାଣ ହରାଇଥିଲେ । ଆଶିଷ ମିଶ୍ରାଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ । ପରେ ଘଟଣାର ତଦନ୍ତଭାର ସ୍ବତନ୍ତ୍ର ଅନୁସନ୍ଧାନକାରୀ ଟିମ(SIT) କୁ ହସ୍ତାନ୍ତର କରାଯାଇଥିଲା । SIT ମଧ୍ୟ ଏହି ମାମଲାର ତଦନ୍ତ କରି ଚାର୍ଜସଟି ଦାଖଲ କରିଥିଲା । ଏହି ଅଘଟଣ ଏକ ସଂଯୋଗ ବଶତଃ ନୁହେଁ ବରଂ ପୂର୍ବ ଯୋଜନାବଦ୍ଧ ବୋଲି ତଦନ୍ତକାରୀ ଟିମ ଚାର୍ଜସିଟରେ ଦର୍ଶାଇଥିଲା ।

ତେବେ ପୋଲିସର ଚାର୍ଜସିଟରେ ସାଙ୍ଘାତିକ ରିପୋର୍ଟ ପରେ ମଧ୍ୟ ଗତ କିଛି ଦିନ ତଳେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ବେଲ ପ୍ରଦାନ କରିଥିଲେ ଆହ୍ଲାବାଦ ହାଇକୋର୍ଟ । ଯାହାକୁ ନେଇ ଆପତ୍ତି ଉଠାଇଥିଲେ ମୃତ ଚାଷୀଙ୍କ ପରିବାର । ଆଶିଷଙ୍କ ବେଲ ଖାରଜ ପାଇଁ ସର୍ବୋଚ୍ଚ ନ୍ୟାୟଳୟରେ ମାମଲା ପହଞ୍ଚିବା ସହ ପୁଣି ଥରେ ଆତ୍ମସମର୍ପଣ କରିବାକୁ କୋର୍ଟଙ୍କ ପକ୍ଷରୁୁ ନିର୍ଦ୍ଦେଶ ପାଇଥିଲେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.