ETV Bharat / bharat

Lakhimpur Kheri case: ବଢିଲା ଅଭିଯୁକ୍ତ ଆଶିଷ ମିଶ୍ରାଙ୍କ ଅନ୍ତରୀଣ ଜାମିନ ଅବଧି - ଉତ୍ତର ପ୍ରଦେଶ ପୋଲିସ

ଉତ୍ତର ପ୍ରଦେଶ ଲଖୀମପୁର ଖେରୀ ହିଂସାକାଣ୍ଡ ମାମଲାରେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କ ଅନ୍ତରୀଣ ଜାମିନ ଅବଧିକୁ ବୃଦ୍ଧି କଲେ ସର୍ବୋଚ୍ଚ କୋର୍ଟ । ଅଧିକ ପଢନ୍ତୁ

Lakhimpur Kheri case: ବଢିଲା ଅଭିଯୁକ୍ତ ଆଶିଷ ମିଶ୍ରାଙ୍କ ଅନ୍ତରୀଣ ଜାମିନ ଆବେଦନ

author img

By

Published : Jul 11, 2023, 10:01 PM IST

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଉତ୍ତର ପ୍ରଦେଶ ଲକ୍ଷୀମପୁର ଖେରୀ ହିଂସାକାଣ୍ଡ ମାମଲାରେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କ ଅନ୍ତରୀଣ ଜାମିନ ଅବଧିକୁ ବୃଦ୍ଧି କରିଛନ୍ତି ସର୍ବୋଚ୍ଚ କୋର୍ଟ । ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ସେପ୍ଟେମ୍ବର 26 ତାରିଖ ଯାଏଁ ସର୍ବୋଚ୍ଚ କୋର୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ।

ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ଦୀପଙ୍କର ଦତ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ମୁଖ୍ୟ ଅଭିଯୁକ୍ତ ଆଶିଷଙ୍କ ଅନ୍ତରୀଣ ଜାମିନ ଅବଧି ସେପ୍ଟେମ୍ବର 26 ତାରିଖ ଯାଏ ବୃଦ୍ଧି କିରଛନ୍ତି । ଏହା ସହ ଖଣ୍ଡପୀଠ କହିଛନ୍ତି, ତଳ କୋର୍ଟରେ ଏହାର ଶୁଣାଣି ପ୍ରକ୍ରିୟା ଜାରି ରହିଛି । ତଳ କୋର୍ଟଙ୍କୁ ପ୍ରତ୍ୟେକ ଦିନ ନିମୟିତ ଶୁଣାଣି କରିବା ପାଇଁ ନିର୍ଦ୍ଦେଶ ଦେବା ମଧ୍ୟ ସମ୍ଭବ ନୁହେଁ । କାରଣ ଅନ୍ୟ ବିଚାରାଧୀନ ମାମଲାର ନ୍ୟାୟିକ ପ୍ରକ୍ରିୟା ମଧ୍ୟ ପ୍ରଭାବିତ ହେବାର ଯଥେଷ୍ଟ ଆଶଙ୍କା ରହିଛି ।

2021 ଅକ୍ଟୋବର 3 ତାରିଖରେ ଉତ୍ତର ପ୍ରଦେଶ ଲକ୍ଷୀମପୁର ଖେରୀରେ ଏହି ହିଂସାକାଣ୍ଡ ଘଟିଥିଲା । ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଗସ୍ତକୁ ବିରୋଧ କରିବା ଲାଗି ଚାଷୀମାନେ ରାସ୍ତା ଅବରୋଧ କରିଥିଲେ । ଏହି ସମୟରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ପୁଅ ଆଶିଷ ମିଶ୍ରା ଆନ୍ଦୋଳନରତ କୃଷକଙ୍କ ଉପରେ କାର ମଡାଇ ଦେଇଥିବା ଅଭିଯୋଗ ହୋଇଥିଲା । କାର ମାଡିଯିବା ପରେ ହୋଇଥିବା ହିଂସା କାଣ୍ଡରେ ଏକାଧିକ ଚାଷୀ ଓ ଜଣେ ସାମ୍ବାଦିକଙ୍କ ସମେତ ମୋଟ 8 ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଭାବେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷଙ୍କ ସମେତ ଅନ୍ୟ କିଛି ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଉତ୍ତର ପ୍ରଦେଶ ସରକାର ଏହି ମାମଲାର ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ (SIT) ।

ଏହା ମଧ୍ୟ ପଢନ୍ତୁ:-ED ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବୃଦ୍ଧି ବେଆଇନ: ସର୍ବୋଚ୍ଚ କୋର୍ଟ

ହେଲେ ପରେ ମୁଖ୍ୟ ଅଭିଯୁକ୍ତ ଆଶିଷଙ୍କୁ କୋର୍ଟରୁ ବେଲ ମିଳିଥିଲା । ପ୍ରାଣ ହରାଇଥିବା କୃଷକଙ୍କ ପରିବାର ସଦସ୍ୟ ସର୍ବୋଚ୍ଚ କୋର୍ଟରେ ଏହାକୁ ଚ୍ୟାଲେଞ୍ଜ କରିବା ସହ ମାମଲାର ତଦନ୍ତ ପ୍ରଭାବିତ ହେବାର ଯଥେଷ୍ଟ ଆଶଙ୍କା ଥିବା ଦର୍ଶାଇଥିଲେ । ପରେ ଆଶିଷଙ୍କ ବେଲ ଖାରଜ ହେବା ସହ ତାଙ୍କୁ କୋର୍ଟରେ ଆତ୍ମସମର୍ପଣ କରିବାକୁ ପଡିଥିଲା । ପରେ ସେ ପୁଣି ସର୍ତ୍ତମୂଳକ ଅନ୍ତରୀଣ ଜାମିନ ପାଇବାରେ ସଫଳ ହୋଇଥିଲେ। ଏବେ ସର୍ବୋଚ୍ଚ କୋର୍ଟ ତାଙ୍କ ଅନ୍ତରୀଣ ବେଲ ଅବଧିରେ ବୃଦ୍ଧି କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.