ETV Bharat / bharat

ଦିଲ୍ଲୀ AIIMS ହସ୍ପିଟାଲର ବରିଷ୍ଠ ଡାକ୍ତରଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ - ଯୌନ ଶୋଷଣ

ଦିଲ୍ଲୀ ଏମ୍ସ(AIIMS) ହସ୍ପିଟାଲର ଜଣେ ବରିଷ୍ଠ ଡାକ୍ତରଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ ଆଣିଛନ୍ତି ଜଣେ ମହିଳା ଡାକ୍ତର । ପୀଡିତାଙ୍କ ବୟାନକୁ ଆଧାର କରି ଆଇପିସି ଧାରା 376 ଓ 377 ଅନ୍ତର୍ଗତ ପୋଲିସ ମାମଲା ରୁଜୁ କରିଥିଲା । ତେବେ ଘଟଣାର ଅଧିକ ତଦନ୍ତ ଚାଲିଥିବା ପୋଲିସ କହିଛି । ଅଧିକ ପଢନ୍ତୁ...

ଦିଲ୍ଲୀ AIIMS ହସ୍ପିଟାଲର ବରିଷ୍ଠ ଡାକ୍ତରଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ

author img

By

Published : Oct 15, 2021, 5:12 PM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ସ୍ଥିତ ଏମ୍ସ(AIIMS) ହସ୍ପିଟାଲର ଜଣେ ବରିଷ୍ଠ ଡାକ୍ତରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ । ବରିଷ୍ଠ ଡାକ୍ତରଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ ଆଣିଛନ୍ତି ଜଣେ ମହିଳା ଡାକ୍ତର । ଅଭିଯୋଗ ଆଧାରରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।

ବର୍ତ୍ତମାନ ଯାଏଁ ଅଭିଯୁକ୍ତ ଡାକ୍ତରଙ୍କୁ ଗିରଫ କରାଯାଇନାହିଁ । ସୂଚନା ଅନୁଯାୟୀ, ସେପ୍ଟେମ୍ବର 26ରେ ଘରେ ଏକ ପାର୍ଟିର ଆୟୋଜନ କରିଥିଲେ ଏହି ବରିଷ୍ଠ ଡାକ୍ତର । ସେ ନିଜ ସହଯୋଗୀ ମହିଳା ଡାକ୍ତର ଜଣଙ୍କୁ ମଧ୍ୟ ପାର୍ଟିକୁ ନିମନ୍ତ୍ରଣ କରିଥିଲେ । ତେବେ ପାର୍ଟିରେ ବରିଷ୍ଠ ଡାକ୍ତର ଯୌନ ଶୋଷଣ କରିଥିବା ଅଭିଯୋଗ କରିଛନ୍ତି ମହିଳା ଡାକ୍ତର ।

ଅକ୍ଟୋବର 11ରେ ଘଟଣା ସମ୍ପର୍କରେ ଦିଲ୍ଲୀର ହୁଜଖାସ ଥାନାରେ ଅଭିଯୋଗ କରିଥିଲେ ମହିଳା ଡାକ୍ତର । ପୋଲିସର କହିବାନୁଯାୟୀ, ପୀଡିତାଙ୍କ ବୟାନ ରେକର୍ଡ ପାଇଁ ହସ୍ପିଟାଲରେ ଏକ ଟିମ ପହଁଞ୍ଚିଥିଲା । ତେବେ ଜନ୍ମଦିନ ପାର୍ଟିକୁ ନିମନ୍ତ୍ରିତ କରି ବରିଷ୍ଠ ଡାକ୍ତର ଯୌନ ଶୋଷଣ କରିଥିବା ମହିଳା ଡାକ୍ତର ଅଭିଯୋଗ କରିଥିଲେ ।

ପୀଡିତାଙ୍କ ବୟାନକୁ ଆଧାର କରି ଆଇପିସି ଧାରା 376 ଓ 377 ଅନ୍ତର୍ଗତ ପୋଲିସ ମାମଲା ରୁଜୁ କରିଥିଲା । ଘଟଣାର ଅଧିକ ତଦନ୍ତ ଚାଲିଥିବା ପୋଲିସ କହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.