ETV Bharat / bharat

Ladakh hill council poll: ଆଜି ଆସିବ ନିର୍ବାଚନ ଫଳାଫଳ, କଡା ସୁରକ୍ଷା ମଧ୍ୟରେ ଭୋଟ ଗଣତି ଆରମ୍ଭ

author img

By ETV Bharat Odisha Team

Published : Oct 8, 2023, 11:43 AM IST

ଆଜି ଆସିବ କାର୍ଗିଲର LAHDC ର ନିର୍ବାଚନ ଫଳାଫଳ । କଡା ସୁରକ୍ଷା ମଧ୍ୟରେ ଭୋଟ ଗଣତି ଆରମ୍ଭ । ଅଧିକ ପଢ଼ନ୍ତୁ

Ladakh Kargil polls
Ladakh Kargil polls

ଲଦାଖ: ଆଜି ଆସିବ ପଞ୍ଚମ ଲଦାଖ ସ୍ବୟଂଶାସିତ ପାର୍ବତୀୟ ବିକାଶ ପରିଷଦର କାର୍ଗିଲ ନିର୍ବାଚନ ଫଳାଫଳ। କଢା ସୁରକ୍ଷା ମଧ୍ୟରେ ଆଜି ସକାଳୁ ଭୋଟ ଗଣତି ଆରମ୍ଭ ହୋଇଛି। ଅକ୍ଟୋବର 4 ତାରିଖରେ କାର୍ଗିଲର LAHDC ର ମୋଟ 26ଟି ଆସନରେ ନ୍ୟାସନାଲ କନଫରେନ୍ସ, କଂଗ୍ରେସ ଏବଂ ବିଜେପି ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ତିନି ଦଳ ମଧ୍ୟରେ ଜୋରଦାର ଟକ୍କର ଦେଖିବାକୁ ମିଳିଥିଲା । ନିଜ ମନ ମୁତାବକ ପ୍ରତିଦ୍ବନ୍ଦି ଦଳର ନେତାଙ୍କୁ ଭୋଟ ଦେଇଥିଲେ ଭୋଟର । ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ ପରେ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ପାଇବା ପରେ କାର୍ଗିଲରେ ପ୍ରଥମ ଥର ପାଇଁ ମତଦାନ ହୋଇଛି ।

ଅକ୍ଟୋବର 4 ତାରିଖରେ ନିଜ ନିଜର ମତ ସାବ୍ୟସ୍ତ କରିଥିଲେ ଭୋଟର । ମୋଟ 77.61 ପ୍ରତିଶତ ମତଦାନ ରେକର୍ଡ ହୋଇଥିଲା । 95,388 ଭୋଟରଙ୍କ ମଧ୍ୟରୁ 74,026 ଜଣ ନିଜର ମତ ସାବ୍ୟସ୍ତ କରିଥିଲେ । ଏନେଇ ଅଧିକାରୀମାନେ କହିଛନ୍ତି ଯେ, "ଭୋଟ ଗଣତି ସକାଳ 8ଟାରୁ ଆରମ୍ଭ ହୋଇଛି । ଭୋଟ ଗଣତି ସମୟରେ ଯେଭଳି କୌଣସି ସମସ୍ୟା ନଉପୁଜିବା କଢା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଭୋଟ ଗଣତି ପରେ ଫଳାଫଳ ମଧ୍ୟ ଘୋଷଣା କରାଯିବ । କାର୍ଗିଲର ସରକାରୀ ପଲିଟେକ୍ନିକ୍ କଲେଜରେ ଏବଂ ଏହାର ଆଖପାଖରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-Eenadu Editorial: ବଢୁଛି ରାଜନେତାଙ୍କ କ୍ରିମିନାଲ ରେକର୍ଡ, ଏବେ ଆହ୍ବାନ 'ସ୍ବଚ୍ଛ ନିର୍ବାଚନ ପ୍ରକ୍ରିୟା'

ଆଜି ଭୋଟ ଗଣନା ଶେଷ ହେବା ପରେ ଆସନ୍ତା11 ତାରିଖରେ ନୂଆ ପରିଷଦ ଗଠନ ହେବ । ପରିଷଦର ମୁଖ୍ୟ ଭାବେ ଏନସିର ଫେରୋଜ ଅହମ୍ମଦ ଖାନଙ୍କ ପାଞ୍ଚ ବର୍ଷ କାର୍ଯ୍ୟକାଳ ଶେଷ ହୋଇଛି । ନୂତନ ପରିଷଦ ଅକ୍ଟୋବର 11ରେ ଗଠନ ହେବ । ପରିଷଦର 30ଟି ସିଟ୍ ରହିଛି, ଯେଉଁଥିରୁ 26ଟି ଆସନରେ ନିର୍ବାଚନ ଅନୁଷ୍ଠିତ ହୋଇଥିବାବେଳେ 4 ଜଣ କାଉନସିଲରଙ୍କ ନାମ ପ୍ରଶାସନ ଦ୍ୱାରା ମନୋନୀତ ହୋଇଛନ୍ତି । ନିର୍ବାଚନ ପୂର୍ବରୁ ଏନସି ଏବଂ କଂଗ୍ରେସ ଗଠବନ୍ଧନ ଘୋଷଣା କରିଥିଲେ । ନ୍ୟାସନାଲ୍‌ କଂଗ୍ରେସର 17 ଓ କଂଗ୍ରେସ 22 ଜଣ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ବାନ୍ଦିତା କରିଥିଲେ । ସେହିପରି ବିଜେପି ତରଫରୁ 17 ଜଣ ପ୍ରତିଦ୍ବନ୍ଦି ମଧ୍ୟ ରହିଛନ୍ତି । ଆମ ଆଦମୀ ପାର୍ଟି 4ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ସ୍ୱାଧୀନ ଭାବେ 25ଟି ଆସନରେ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିଛନ୍ତି ।

278 କେନ୍ଦ୍ରରେ ମତଦାନ ହୋଇଥିବା ବେଳେ ପ୍ରଥମ ଥର ପାଇଁ ଏଠାରେ ଇଲେକ୍ଟ୍ରୋନିକ ଭୋଟିଂ ମେସିନ(EVM) ବ୍ୟବହାର କରାଯାଇଥିଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ LAHDC-Kargil ନିର୍ବାଚନ 10ରୁ 4 ମଧ୍ୟରେ କରିବାକୁ କୁହାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.