ମୁମ୍ବାଇ: ରୋଷେୟାକୁ ହତ୍ୟା କଲା ଢାବା ମାଲିକ । ଖାଦ୍ୟରେ ଲୁଣ ପଡି ନଥିବାରୁ ଢାବା ମାଲିକ ରୋଷେୟାକୁ ହତ୍ୟା କଲା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଚାକନରେ । ତେବେ ମୃତ ରୋଷେୟା ଜଣକ ପ୍ରସନ୍ନଜିତ ଗୋରାଇ ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ,ଚାକନରୁ ସିକରାପୁର ରାସ୍ତାରେ ଥିବା ଓମକାର ଢାବାର ରୋଷେୟା ଖାଦ୍ୟରେ ଲୁଣ ପକେଇ ନଥିଲେ । ଏନେଇ ଢାବାର ମାଲିକ କୈଳାସ ଓ ଓମକାର ଅନ୍ନା କେନ୍ଦ୍ର ରୋଷେୟାକୁ ପିଟି ପିଟି ହତ୍ୟା କରି ମୃତଦେହକୁ ନଦୀରେ ଫିଙ୍ଗି ଦେଇଥିଲେ । କିନ୍ତୁ ଏହି ଘଟଣା ହତ୍ୟାର ଏକ ମାସ ପରେ ସାମ୍ନାକୁ ଆସିଥିବା ବେଳେ ପୋଲିସ ଏକ ମାମଲା ରୁଜୁ କରି 2ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ