ETV Bharat / bharat

Kumbh Mela 2025: ଆହୁରି ଭବ୍ୟ ହେବ ପୂର୍ଣ୍ଣ କୁମ୍ଭମେଳା

author img

By

Published : Jun 27, 2022, 5:39 PM IST

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ(Cm Yogi Adityanath) 2025ରେ ହେବାକୁ ଥିବା କୁମ୍ଭମେଳା (Kumbh Mela 2025)କୁ 2019 ତୁଳନାରେ ଆହୁରି ଭବ୍ୟଦିବ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ

KumKumbh Mela 2025bh Mela 2025
Kumbh Mela 2025

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ(Cm Yogi Adityanath) 2025ରେ ହେବାକୁ ଥିବା କୁମ୍ଭମେଳା (Kumbh Mela 2025)କୁ 2019 ତୁଳନାରେ ଆହୁରି ଭବ୍ୟଦିବ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ନିଷ୍ପତ୍ତି ଅନୁସାରେ 2019 କୁମ୍ଭମେଳାରେ ହୋଇଥିବା ବ୍ୟବସ୍ଥା ସୁବିଧା ସୁଯୋଗ ଅନୁସାରେ 2025 କୁମ୍ଭମେଳା ଆହୁରି ଭବ୍ୟ ଦିବ୍ୟ ଓ ଶୃଙ୍ଖଳିତ ହେବ । 2024 ସାଧାରଣ ନିର୍ବାଚନ ପାଇଁ ଯେଭଳି କୁମ୍ଭମେଳା ପ୍ରସ୍ତୁତିରେ କୌଣସି ତ୍ରୁଟି ନହୁଏ ସେଥିପାଇଁ ଏବେ ଠାରୁ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟ ସରକାର ଆକଳନ କରିଛନ୍ତି, 2025 କୁମ୍ଭମେଳାରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବହୁଗଣରେ ବୃଦ୍ଧି ପାଇବ । ସମସ୍ତ ଶ୍ରଦ୍ଧାଳୁଙ୍କୁ ଅତ୍ୟାବଶ୍ୟକୀୟ ସୁବିଧା ସୁଯୋଗ ଯୋଗାଇ ଦେବାରେ ଯେମିତି କୌଣସି ଅସୁବିଧା ନହୁଏ ତାହା ନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି ।

ବର୍ଷ 2019ରେ ହୋଇଥିବା ଅର୍ଦ୍ଧକୁମ୍ଭ ମେଳାରେ ସାରା ଦେଶ ସମେତ ବିଶ୍ବର ବିଭିନ୍ନ ସ୍ଥାନରୁ ମୋଟ 24 କୋଟି ଶ୍ରଦ୍ଧାଳୁ ଆସିଥିଲେ । ଯାହା ଆଗାମୀ 2025 କୁମ୍ଭମେଳାରେ ଦୁଇଗୁଣା ହୋଇପାରେ ବୋଲି ରାଜ୍ୟ ସରକାର ଆକଳନ କରୁଛନ୍ତି । ଏହାକୁ ନେଇ ଆସନ୍ତା ମାସରେ ଯୋଗୀ ଆଦିତ୍ୟନାଥ ପ୍ରୟାଗରାଜରେ ଏକ ଉଚ୍ଚସ୍ତରୀୟ ପ୍ରାରମ୍ଭିକ ବୈଠକ କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.