ETV Bharat / bharat

୨୦୨୨ ଡିସେମ୍ବର ଯାଏଁ ବଢିବ WORK FROM HOME ଅବଧି - ଆଇଟି କମ୍ପାନୀ

IT କମ୍ପାନୀଗୁଡିକୁ କର୍ଣ୍ଣାଟକ ସରକାରଙ୍କ ଅନୁରୋଧ । ଆସନ୍ତା ବର୍ଷ ଡିସେମ୍ବର ପର୍ଯ୍ୟନ୍ତ ୱାର୍କ ଫମ ହୋମ ଅବଧି ବୃଦ୍ଧି କରିବାକୁ ଅନୁରୋଧ। ଅଧିକ ପଢନ୍ତୁ...

ଆସନ୍ତା ବର୍ଷ ଡିସେମ୍ବର ଯାଏଁ ୱାର୍କ ଫମ ହୋମ କରିବାକୁ ଆଇଟି କମ୍ପାନୀକୁ ଅନୁରୋଧ

author img

By

Published : Aug 25, 2021, 12:42 PM IST

ବେଙ୍ଗାଲୁରୁ: ଆଉଟର ରିଙ୍ଗ୍ ରୋଡ (ORR)ର ଆଖପାଖ ଅଞ୍ଚଳରେ ଥିବା ଆଇଟି କମ୍ପାନୀଗୁଡିକୁ ୱାର୍କ ଫମ ହୋମର ଅବଧିକୁ ଆସନ୍ତା ବର୍ଷ ଡିସେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଅନୁରୋଧ କରିଛନ୍ତି କର୍ଣ୍ଣାଟକ ସରକାର । ଆଉଟର ରିଙ୍ଗ୍ ରୋଡରେ ମେଟ୍ରୋ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି । ଏନେଇ ଇଭି ଇଲେକ୍ଟ୍ରୋନିକ୍ସ, ଆଇଟି, ବିଟି ଆଣ୍ଡ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ରମନା ରେଡ୍ଡୀ ନ୍ୟାସନାଲ ଆସୋସିଏସନ୍ ଅଫ୍ ସଫ୍ଟୱେୟାର ଆଣ୍ଡ ସର୍ଭିସ କମ୍ପାନୀ (ନାସକମ୍) କୁ ଏକ ବିଜ୍ଞପ୍ତି ଜାରି କରିଛନ୍ତି ।

ଟ୍ରାଫିକ୍ ସମସ୍ୟାକୁ ରୋକିବା ପାଇଁ ପରିବହନ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହି ପରାମର୍ଶ ଦିଆଯାଇଛି। କିନ୍ତୁ ଏହା ବାଧ୍ୟତାମୂଳକ ନୁହେଁ । ବେଙ୍ଗାଲୁରୁ ମେଟ୍ରୋ ରେଳ ନିଗମ ଲିମିଟେଡ୍ (BMRCL) ଖୁବଶୀଘ୍ର ସେଣ୍ଟ୍ରାଲ୍ ସିଲ୍କ ବୋର୍ଡରୁ କେଆରପୁରାମ ପର୍ଯ୍ୟନ୍ତ ଓଆରଆରରେ କାମ ଆରମ୍ଭ କରୁଛି । କାର୍ଯ୍ୟ ଶେଷ କରିବାକୁ ଅତିକମରେ 2 ବର୍ଷ ଲାଗିପାରେ । ଓଆରଆର (ORR) ଅଞ୍ଚଳରେ ଅନେକ ବଡ଼ ଆଇଟି କମ୍ପାନୀ, କ୍ୟାମ୍ପସ୍ ଏବଂ ଏହି ବାଟ ଦେଇ ଭାରିଯାନ ମଧ୍ୟ ଚଳାଚଳ କରିଥାଏ ।

ଯଦି ଆଇଟି କମ୍ପାନୀଗୁଡିକ କାର୍ଯ୍ୟ ଆରମ୍ଭ କରନ୍ତି ତେବେ ଯାନବାହନ ଚଳାଚଳ ଅଧିକ ବଢିଯିବ । ପ୍ରକାଶ ଥାଉକି, ଏହି ଅଞ୍ଚଳରେ ପ୍ରାୟ 800 କମ୍ପାନୀ ରହିଛି ଯେଉଁଥିରେ 1.5 ଲକ୍ଷ ସଫ୍ଟଓ୍ବେୟାର ଇଞ୍ଜିନିୟର କାମ କରନ୍ତି । ବର୍ତ୍ତମାନ ସେମାନଙ୍କୁ ଓ୍ବାର୍କ ଫମ ହୋମରେ କାମ କରିବାକୁ ଦିଆଯାଇଛି । ଏହି ଅଞ୍ଚଳରେ ଟ୍ରାଫିକ ଜାମ ଅଧିକ ହୋଇଥାଏ । ଆଇଟି କମ୍ପାନୀ ଗୁଡିକରେ ଯେଉଁ କେତେଜଣ ଅଫିସ ଆସୁଛନ୍ତି ସେମାନଙ୍କୁ ସେମାନଙ୍କର ବ୍ୟକ୍ତିଗତ ଗାଡି ବ୍ୟବହାର କରିବା ପରିବର୍ତ୍ତେ ସାଧାରଣ ପରିବହନ ଯାନ କିମ୍ବା କମ୍ପାନୀ ଗାଡିରେ ଅଫିସ ଆସିବାକୁ କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.