ETV Bharat / bharat

ଛାତ୍ରଛାତ୍ରୀଙ୍କୁ ଗଲା ମେଲ୍‌, କୋଝିକୋଡ NIT କଲେଜରେ ଭାଲେଣ୍ଟାଇନ ଡେ' ମନା

କେରଳରେ ଥିବା କୋଝିକୋଡ ଏନଆଇଟି କଲେଜରେ ପ୍ରେମର ଦିବସକୁ ପାଳନ ନକରିବାକୁ କଡା ନିର୍ଦ୍ଦେଶ। ଅଧିକ ପଢନ୍ତୁ

author img

By

Published : Feb 10, 2023, 5:02 PM IST

kozhikode nit ban public displays of affection

ଥିରୁଅନନ୍ତପୁରମ: ବର୍ତ୍ତମାନ ଜାରି ରହିଛି ଭାଲେଣ୍ଟାଇନ ସପ୍ତାହ। ସ୍କୁଲ୍‌ଠାରୁ ଆରମ୍ଭ କରି କଲେଜ ଓ ପାର୍କଗୁଡିକରେ ପ୍ରେମର ସପ୍ତାହର ଦିନକୁ ମନର ସାଥି ସହ ପାଳନ କରୁଛନ୍ତି ପ୍ରେମୀ ଯୁଗଳ । ରୋଜ୍‌ ଡେ , ପ୍ରପୋଜ୍‌ ଡେ, ଚକୋଲେଟ୍‌ ଡେ ପରେ ଆଜି ହେଉଛି ଟେଡି ଡେ । ମନର ମଣିଷକୁ ମନ କଥା କହି ଖୁସିରେ କିଛି ସମୟ ଅତିବାହିତ କରିବାକୁ ଏହି ଦିବସ ପାଳନ କରାଯାଉଛି । ତେବେ କେରଳରେ ଥିବା କୋଝିକୋଡ ଏନଆଇଟି କଲେଜରେ ପ୍ରେମର ଦିବସକୁ ପାଳନ ନକରିବାକୁ କଡା ନିର୍ଦ୍ଦେଶ ନାମା ଜାରି କରାଯାଇଛି । କଲେଜ କ୍ୟାମ୍ପସରେ ପ୍ରେମ ଦିବସକୁ ନେଇ କୌଣସି ଆଚରଣ ନକରିବାକୁ ଛାତ୍ରଛାତ୍ରୀଙ୍କୁ ମେଲ ପଠା ଯାଇଛି। ଏଥିସହ ଏନଆଇଟି ଅଫିସିଆଲ ସାଇଟ୍‌ରେ ମଧ୍ୟ ଏହି ସୂଚନା ଦିଆଯାଇଛି ।

ଡକ୍ଟର ଜି.କେ ରଜନୀକାନ୍ତ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି । କଲେଜର କ୍ୟାମ୍ପସରେ କୌଣସି ସ୍ଥାନରେ ବା ସର୍ବସାଧାରଣ ସ୍ଥାନରେ ଯେପରି କେହିବି ପ୍ରେମର ସପ୍ତାହ ନପାଳନ୍ତି । ଏମିତି କିଛି ବି ଆଚରଣ କରନ୍ତୁ ନାହିଁ ଯଦ୍ବାରା ଅନ୍ୟ ଛାତ୍ରଛାତ୍ରୀଙ୍କ ଉପରେ ପ୍ରଭାବ ପକାଇବ । ଯଦି କେହି ଏହାର ଅବମାନନା କରେ ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ନିର୍ଦ୍ଦେଶନାମାରେ କୁହାଯାଇଛି । ତେବେ ପ୍ରାୟ ଏକ ସପ୍ତାହ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ମେଲ୍‌ ପଠାଯାଇ ସତର୍କ କରାଯାଇଛି । ସେପଟେ ଫେବୃଆରୀ 14କୁ ଗୋ-ଆଲିଙ୍ଗନ ଦିବସ ଭାବେ ପାଳନ କରିବାକୁ ପଶୁ କଲ୍ୟାଣ ଏକ ବୋର୍ଡ ପକ୍ଷରୁ ନିବେଦନ କରାଯାଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଏପରି ବିଜ୍ଞପ୍ତି ପରେ କୋଜିକୋଡ କଲେଜର ବିଜ୍ଞପ୍ତି ଭାଇରାଲ ହେବାରେ ଲାଗିଛି ।

ପ୍ରେମୀ ଯୁଗଳଙ୍କ ପାଇଁ ପାଖେଇ ଆସୁଛି ଭାଲେଣ୍ଟାଇନ ଡେ । ଏହାକୁ ନେଇ ଭାରତୀୟ ଯୁବପିଢି ମଧ୍ୟ ବେଶ ଉତ୍ସାହିତ । ଏହାକୁ ପଶୁ କଲ୍ୟାଣ ବୋର୍ଡ ରଖିଥିବା ଏକ ଭିନ୍ନ ପ୍ରସ୍ତାବ ଏବେ ସୋସିଆଲ ମଡିଆରେ ବେଶ୍‌ ଭାଇରାଲ ହୋଇଛି । ଫେବୃଆରୀ 14କୁ ଗୋ ଆଲିଙ୍ଗନ ଦିବସ ଭାବେ ପାଳନ କରିବାକୁ ପଶୁ କଲ୍ୟାଣ ଏକ ବୋର୍ଡ ବିଜ୍ଞପ୍ତି ମାଧ୍ୟମରେ ନିବେଦନ କରିଛି । ବୋର୍ଡର ସଚିବ ଡା.ଏସ.କେ ଦତ୍ତାଙ୍କ ହସ୍ତାକ୍ଷର ଥିବା ଏହି ନିବେଦନ ବିଜ୍ଞପ୍ତିରେ ଗୋ ଆଲିଙ୍ଗନ ଦିବସ ପାଳନ କରିବାକୁ କରାଯାଇଥିବା ନିବେଦନାତ୍ମକ ପ୍ରସ୍ତାବକୁ ଉଭୟ ସମର୍ଥନ ଓ ସାମାଲୋଚନା ଦେଖିବାକୁ ମିଳିଛି । କେତେକ ସଂଗଠନ ତଥା ବୁଦ୍ଧୀଜୀବୀ ଏହି ପ୍ରସ୍ତାବକୁ ସମର୍ଥନ କରିଥିବା ବେଳେ କେତେକ ଏହାକୁ ସମାଲୋଚନା କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.