ହାଇଦ୍ରାବାଦ: ଆସାମରେ ଅବସ୍ଥିତ ଦେଶର ଲମ୍ବା ବ୍ରିଜ ବା ସେତୁ । ଭୂପେନ ହଜାରିକାଙ୍କ ନାମରେ ନାମିତ ଏହି ବ୍ରିଜ । ଆସାମର ତିନସୁକିଆ ଜିଲ୍ଲାର ସଦିୟାରୁ ବ୍ରିଜ ଆରମ୍ଭ ହୋଇ... ଅରୁଣାଚଳ ପ୍ରଦେଶ ଢୋଲାରେ ଶେଷ ହୋଇଛି । ବ୍ରହ୍ମପୁତ୍ର ନଦୀର ଉପନଦୀ ଲୋହିତ ନଦୀ ଉପରେ ନିର୍ମାଣ ହୋଇଛି ଭୂପେନ ହଜାରିକା ବ୍ରିଜ । ଏହି ବ୍ରିଜକୁ ସଦିୟା ଢୋଲା ବ୍ରିଜ ବି କୁହାଯାଇଥାଏ । ବ୍ରିଜର ଲମ୍ବ 9.15 କିଲୋମିଟର ହୋଇଥିବା ବେଳେ, ଚଉଡା ରହିଛି 12.9 ମିଟର । ଏହି ବ୍ରିଜ ଆସାମ ଅରୁଣାଚଳ ପ୍ରଦେଶ ମଧ୍ୟରେ ଦୂରତା 4 ଘଣ୍ଟା ହ୍ରାସ କରିଛି । ବ୍ରିଜରେ ମୋଟ 180 ଟି ପିଲର ବା ଖମ୍ବ ରହିଛି । ସେଥିରୁ 50 ଟି ପିଲର ଉଚ୍ଚତା 160 ଫିଟ ରହିଛି । ଏହି ବ୍ରିଜ ନିର୍ମାଣ ପାଇଁ 2 ହଜାର 56 କୋଟି ଖର୍ଚ୍ଚ ହୋଇଥିବା 6 ବର୍ଷ ସମୟ ଲାଗିଥିଲା ।
ଏହାବି ପଢନ୍ତୁ- Naveen Japan Tour: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନିପ୍ପନ ଷ୍ଟିଲ ମୁଖ୍ୟ
ଦେଶର ଆର୍ଥିକ ଓ ପ୍ରତିରକ୍ଷା କ୍ଷେତ୍ରରେ ଏହି ବ୍ରିଜ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଳାଉଛି । ଏହି ବ୍ରିଜ ଦେଇ ସେନା ଭାରି ଯୁଦ୍ଧାସ୍ତ୍ର ଟି-90 ଟ୍ୟାଙ୍କ, ଅର୍ଜୁନ ଲାୟନ, ଟି 54 ଏମବିଟି ପରିବହନ କରୁଛି । ସେନା ପକ୍ଷରୁ ବ୍ରିଜ ଉପରେ ଚୀନ ସୀମାକୁ ଅତି ସହଜରେ ପହଞ୍ଚି ପାରୁଛି । କହିବାକୁ ଗଲେ ବ୍ରିଜଟି ସେନା ପାଇଁ ବରଦାନ ସାବ୍ୟସ୍ତ ହୋଇଛି । ପ୍ରସିଦ୍ଧ ଅହମୀୟା କବି ଭୂପେନ ହଜାରିକାଙ୍କ ନାମରେ ନାମିତ ଏହି ବ୍ରିଜ ହୋଇଛି । ଭୂପେନ ହଜାରିକା ହେଉଛନ୍ତି ବହୁ ମୁଖୀ ପ୍ରତିଭାର ଧ୍ବନୀ । ଜଣେ ଲେଖକ, ଗାୟକ, ସଂଗୀତ ସଂଯୋଜକ ଫିଲ୍ମ ନିର୍ମାତା, କବି ସର୍ବୋପରି ଜଣେ ରାଜନେତା । ଆସାମୀ ସାହିତ୍ୟ ସଂସ୍କୃତି, କଳାରେ ତାଙ୍କର ଅଗାଢ ଦକ୍ଷତା ଥିଲା । ଅନେକ କାଳଜୟୀ ସଂଗୀତ ରଚନା କରିବା ସହ ବହୁ ସଂଗୀତର କଣ୍ଠଶିଳ୍ପୀ ମଧ୍ୟ ଥିଲେ । ନିଜ ସଂଗୀତ ନିଜେ ରଚନା କରିବା ସହ ସ୍ବର ସଂଯୋଜନା କରି କଣ୍ଠଦାନ କରୁଥିଲେ । ବହୁମୁଖୀ ପ୍ରତିଭା କଳା, ସାହିତ୍ୟ, ସଂସ୍କୃତି, ସମାଜ ସେବା ଜଗତ ପ୍ରତି ତାଙ୍କର ଅବଦାନକୁ ସମ୍ମାନ ଜଣାଇ ଭାରତ ସରକାର ତାଙ୍କୁ ଭାରତ ରତ୍ନ, ପଦ୍ମଶ୍ରୀ, ପଦ୍ମ ବିଭୂଷଣ ଓ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରିଛନ୍ତି ।
ମେ’ 2017 ରେ ଏହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂପେନ ହଜାରିକା ବ୍ରିଜକୁ ଉଦଘାଟନ କରିଥିଲେ । ଉଦଘାଟନୀ କାର୍ଯ୍ୟକ୍ରମରେ ଆସାମର ତତ୍କାଳୀନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ, କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତୀନ ଗଡକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
ଦେଶର ସର୍ବାଧିକ ଲମ୍ବା ବ୍ରିଜର ମାନ୍ୟତା ପାଇଥିବା ଭୂପେନ ହଜାରିକା କିନ୍ତୁ ଆଉ ଅଳ୍ପ ଦିନ ମଧ୍ୟରେ ଏହି ମାନ୍ୟତା ହରାଇବ । କାରଣ ମୁମ୍ବାଇରେ ନିର୍ମାଣ ଚାଲିଛି ଦେଶର ସର୍ବାଧିକ ଲମ୍ବା ବ୍ରିଜ । ଏହି ବ୍ରିଜ 21 କିଲୋମିଟରରୁ ଅଧିକ ଲମ୍ବା ହେବ । ଯାହା ପାଖାପାଖି 18 ହଜାର କୋଟି ବ୍ୟୟରେ ନିର୍ମାଣ ଚାଲିଛି । ଏହି ବ୍ରିଜ ଚଳିତ ବର୍ଷ ଶେଷ ସୁଦ୍ଧା କାର୍ଯ୍ୟକ୍ଷମ ହେବାକୁ ଯାଉଛି ।