ETV Bharat / bharat

Howrah Violence: ବଦଳିଲେ ବରିଷ୍ଠ ପୋଲିସ ଅଧିକାରୀ, ରାଜ୍ୟ BJP ସଭାପତିଙ୍କୁ ଗିରଫ କରି ଛାଡିଲା ପୋଲିସ - ପଶ୍ଚିମବଙ୍ଗ ହିଂସା

ହାଓ୍ବଡା ହିଂସା ନେଇ ରାଜନୀତି ଜୋର । ଘଟଣାସ୍ଥଳକୁ ଯିବା ବେଳେ ରାଜ୍ୟ ବିଜେପି ସଭାପତିଙ୍କୁ ଉଠାଇନେଲା ପୋଲିସ । ବଦଳିଲେ ପୋଲିସ କମିଶନର । ମୁଖ୍ୟମନ୍ତ୍ରୀ ମମତାଙ୍କୁ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ରାଜ୍ୟପାଳଙ୍କ ପରାମର୍ଶ । ଅଧିକ ପଢନ୍ତୁ

Howrah Violence:ବଦଳିଲେ ବରିଷ୍ଠ ପୋଲିସ ଅଧିକାରୀ, BJP ସଭାପତିଙ୍କୁ ଗିରଫ ଛାଡିଲା ପୋଲିସ

author img

By

Published : Jun 11, 2022, 9:49 PM IST

କୋଲକାତା: ମହାପୁରଷ ମହମ୍ମଦଙ୍କ ସମ୍ପର୍କିତ ବିବାଦକୁ ନେଇ ହାଓ୍ବଡାରେ ଗତକାଲି (ଶୁକ୍ରବାର) ଦେଖିବାକୁ ମିଳିଥିବା ହିଂସାରେ କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ଏପର୍ଯ୍ୟନ୍ତ ଘଟଣାରେ 70 ଅଭିଯୁକ୍ତଙ୍କୁ ଗିରଫ କରି ସାରିଲାଣି କୋଲକାତା ପୋଲିସ । ବର୍ତ୍ତମାନ ମଧ୍ୟ ହାଓ୍ବଡା ସମେତ ସମଗ୍ର କୋଲକାତାରେ ଚାପା ଉତ୍ତେଜନା ଲାଗିରହିଛି । ହିଂସା ପରେ ରାଜ୍ୟରେ ରାଜନୀତି ମଧ୍ୟ ଜୋର ଧରିଛି । ଆଜି ବିଜେପି ରାଜ୍ୟ ସଭାପତି ସୁକାନ୍ତ ମଜୁମଦାର ଘଟଣାସ୍ଥଳ ଗସ୍ତ କରିବା ବେଳେ ରାସ୍ତାରେ ତାଙ୍କୁ ପୋଲିସ ଗିରଫ କରିଥିଲା । ପରେ ସଂନ୍ଧ୍ୟାରେ ତାଙ୍କୁ ମୁକ୍ତ କରାଯାଇଛି ।

  • West Bengal | Kolkata police releases BJP state president Sukanta Majumdar

    He was arrested by police under preventive sections when he was on the way to the Howrah protest site as Section 144 remains in effect at the site pic.twitter.com/1LoQSf66rW

    — ANI (@ANI) June 11, 2022 " class="align-text-top noRightClick twitterSection" data=" ">

ଗତକାଲିର ହିଂସା ପରେ ଆଜି ବରିଷ୍ଠ ପୋଲିସ ଅଧିକାରୀଙ୍କୁ ବଦଳି କରିଛନ୍ତି ମମତା ସରକାର । କୋଲକାତା ଅତିରିକ୍ତ ପୋଲିସ କମିଶନରଙ୍କୁ ହାଓ୍ବଡାର ନୂତନ ପୋଲିସ କମିଶନର ଭାବେ ନିଯୁକ୍ତି ମିଳିଛି । ପଶ୍ଚିମ-ଉତ୍ତର ପୋଲିସ ଜୋନ DCP ସ୍ବାତୀ ଭାଙ୍ଗିଲିଆଙ୍କୁ ହାଓ୍ବଡା ରୁରାଲ ଏସପି ଭାବେ ନିଯୁକ୍ତି ମିଳିଛି । ସେହିପରି ହାଓ୍ବଡା ସିଟି ପୋଲିସ କମିଶନର ସି. ଚନ୍ଦ୍ରଶେଖର କୋଲକାତାର ପୋଲିସର ଯୁଗ୍ମ କମିଶନର ଭାବେ ବଦଳି ହୋଇଛନ୍ତି ।

ସେହିପରି ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦ୍ବୀପ ଧନଖର ମଧ୍ୟ ଘଟଣାରେ ଉଦବେଗ ପ୍ରକାଶ କରିଛନ୍ତି । ଆନ୍ଦୋଳନବେଳେ ଯେଉଁମାନେ ଆଇନ ଭଙ୍ଗ କରୁଛନ୍ତି, ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଓ ରାଜ୍ୟରେ ସ୍ଥିରତା ସୁନିଶ୍ଚିତ କରିବା ପାଇଁ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପରାମର୍ଶ ଦେଇଛନ୍ତି । ସେହିପରି ଏହି ଘଟଣାରେ ଶାସକ ତୃଣମୂଳ କଂଗ୍ରେସ ମଧ୍ୟ ବିରୋଧୀ ବିଜେପିକୁ ଟାର୍ଗେଟ କରିଛି । ରାଜ୍ୟପାଳ ଧନଖର ଓ ରାଜ୍ୟ ବିଜେପି ନେତାମାନେ ଏହି ଘଟଣାରେ ରାଜନୀତି କରୁଥିବା TMC ସାଂସଦ ଶୁଭେନ୍ଦୁ ଶେଖର ରାୟ ଅଭିଯୋଗ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.