କୋଲକାତା: ପଶ୍ଚିମବଙ୍ଗର ଭାରତୀୟ ଜନତା ପାର୍ଟି ନେତା ରାକେଶ ସିଂଙ୍କୁ କୋର୍ଟରେ ହାଜର କରିଛି କୋଲକାତା ପୋଲିସ । ଏକ ନିଶାଦ୍ରବ୍ୟ କାରବାର ମାମଲାରେ ପୋଲିସ ତାଙ୍କୁ ଗିରଫ କରିଥିଲା । ଅନ୍ୟଜଣେ ବିଜେପି ଯୁବନେତା ପାମେଲା ଗୋସ୍ବାମୀଙ୍କ ସହ ନିଶା କାରବାର ମାମଲାରେ ବୁଧବାର ଆଲିପୋର କୋର୍ଟରେ ତାଙ୍କୁ ହାଜର କରାଯାଇଛି । ଏହାପୂର୍ବରୁ କୋଲକାତା ପୋଲିସ ରାକେଶ ସିଂଙ୍କ ଉଭୟ ପୁଅଙ୍କୁ ପାମେଲା ଗୋସ୍ବାମୀଙ୍କ ସହ ନିଶା କାରବାର ଅଭିଯୋଗରେ ଗିରଫ କରିଥିଲା ।
ମଙ୍ଗଳବାର ଏହି ମାମଲାରେ ବିଜେପି ନେତା ରାକେଶଙ୍କୁ ବୃନ୍ଦାବନରୁ ଗିରଫ କରାଯାଇଥିଲା। ସେହିଦିନ କଲିକତା ହାଇକୋର୍ଟ ମଧ୍ୟ ନ୍ୟୁ ଆଲିପୋରରେ ପଞ୍ଜିକୃତ ଏକ ନିଶା କାରବାର ମାମଲାରେ କୋଲକାତା ପୋଲିସ ତାଙ୍କୁ ନୋଟିସ ଜାରି କରିଥିଲା ।
ଫେବୃଆରୀ 20ରେ କୋଲକାତାର ନୂଆ ଆଲିପୁରରୁ ବିଜେପି ଯୁବ ମୋର୍ଚ୍ଚା ନେତା ପାମେଲା ଗୋସ୍ବାମୀ ଏବଂ ପ୍ରବୀର ଦେଙ୍କୁ 100 ଗ୍ରାମ କୋକେନ ସହିତ ଗିରଫ କରାଯାଇଥିଲା। ଏହା ବ୍ୟତୀତ କୋଲକାତାରେ ପ୍ରାୟ 90 ଗ୍ରାମ ନାର୍କୋଟିକ ଦ୍ରବ୍ୟ ଜବତ ଅଭିଯୋଗରେ ସୋମନାଥ ଚାଟାର୍ଜୀ ନାମକ ଜଣଙ୍କ ଜଣେ 26 ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ