ETV Bharat / bharat

KMC Election 2021: 134 ଆସନ ସହ କ୍ଲିନସ୍ବିପ୍ କଲା TMC - କୋଲକାତା ପୌର ନିର୍ବାଚନରେ ଟିଏମସିର ବୃହତ ବିଜୟ

କୋଲକାତା ପୌର ନିର୍ବାଚନ (Kolkata Municipal Corporation election)ରେ ବାଜି ମାରିଲେ ଦିଦି । ୧୪୪ ରୁ ୧୩୪ ଆସନ ଜିତିବା ସହ କ୍ଲିନ ସ୍ବିପ କଲା TMC । ଅଧିକ ପଢନ୍ତୁ

Kolkata Municipal Corporation election :134 ଆସନ ସହ କ୍ଲିନସ୍ବିପ କଲା MTC

author img

By

Published : Dec 21, 2021, 9:45 PM IST

କୋଲକାତା: କୋଲକାତା ମ୍ୟୁନିସିପାଲିଟି ନିର୍ବାଚନ (Kolkata Municipal Corporation election-2021) ବାଜି ମାରିଛି ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ । ନିର୍ବାଚନ ଅନୁଷ୍ଠିତ ହୋଇଥିବା ମୋଟ ​​144 ୱାର୍ଡରୁ 134 ଟି ବିଜୟ ହାସଲ କରି ଲ୍ୟାଣ୍ଡମାର୍କ ରେକର୍ଡ କରିଛି ଦଳ ।

ଚଳିତ ବର୍ଷ ବିଧାନସଭା ନିର୍ବାଚନରେ ​​ମୁଖ୍ୟ ବିରୋଧୀ ଦଳ ଭାବେ ଉଭା ହୋଇଥିବା BJP ମାତ୍ର 3ଟି ଆସନ ଜିତିଥିବାବେଳେ ବାମପନ୍ଥୀ ଏବଂ କଂଗ୍ରେସ 2ଟି ଲେଖାଏଁ ଆସନ ସହ ସନ୍ତୁଷ୍ଟ ହେବାରେ ବାଧ୍ୟ ହୋଇଛନ୍ତି । ସେହିପରି ଅନ୍ୟ ୩ ଆସନ ସ୍ବାଧୀନ ପ୍ରାର୍ଥୀଙ୍କ ଖାତାକୁ ଆସିଛି ।

ଆଜି (ମଙ୍ଗଳବାର) ସକାଳ ୮ରୁ ମତଦାନ ହୋଇଥିବା ମୋଟ 144 ୱାର୍ଡର ମତ ଗଣନା ଆରମ୍ଭ ହୋଇଥିଲା । ତେବେ ଦିନ ବଢିବା ସହ ଫଳାଫଳର ଚିତ୍ର ମଧ୍ୟ କ୍ରମଶଃ ସ୍ପଷ୍ଟ ହେବାରେ ଲାଗିଥିଲା । ପରେ ଟିଏମସିର ବିପୁଳ ବିଜୟ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ । ମମତା ଏହି ବିଜୟକୁ ରାଜ୍ୟବାସୀ ଏବଂ ‘ମା, ମାଟି, ମାନୁଷ’କୁ ଉତ୍ସର୍ଗ କରିବାକୁ ଚାହୁଁଥିବା ମଧ୍ୟ କହିଥିଲେ ।

ବିଜୟ ପରେ କୋତକାତାବାସୀଙ୍କୁ ସମ୍ବୋଧିତ କରି ମମତା କହିଛନ୍ତି, ବିଜେପି, କଂଗ୍ରେସ, ଏବଂ ସିପିଆଇ (M) ପରି ଅନେକ ଜାତୀୟ ଦଳ ମଧ୍ୟ TMC ବିରୋଧରେ ନିର୍ବାଚନୀ ମୈଦାନକୁ ଉହ୍ଲାଇଥିଲେ । ହେଲେ ସମସ୍ତଙ୍କୁ ପଛରେ ପକାଇ TMC କୋଲକାତାବାସୀଙ୍କ ବିଶ୍ବାସ ଜିତିବାରେ ସଫଳ ହୋଇଛି । ଏହି ଐତିହାସିକ ବିଜୟ ଆଗାମୀ ଦିନରେ ଜାତୀୟ ରାଜନୀତିରେ ପ୍ରଭାବ ପକାଇବା ସହ ପଥ ଦେଖାଇବ ବୋଲି ଗଣମାଧ୍ୟମକୁ ସମ୍ବାଧନ କରି କହିଛନ୍ତି ମମତା । ଅନ୍ୟପଟେ କୋଲକାତାରେ ଏପରି ବିଜୟ ପରେ ଦଳୀୟ କର୍ମୀମାନେ ମଧ୍ୟ ବେସ ଉତ୍ସାହର ସହ ପର୍ବ ପାଳିବାରେ ଲାଗିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.