ଡେରାଡୁନ: ଚାରିଧାମ ଦେବସ୍ଥାନମ ମ୍ୟାନେଜମେଣ୍ଟ ବୋର୍ଡ ଆଇନ(Char Dham Devasthanam Management Board law) ପ୍ରତ୍ୟାହାର କଲା ଉତ୍ତରାଖଣ୍ଡ ସରକାର । ଏନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଆଜି(ମଙ୍ଗଳବାର) ଘୋଷଣା କରିଛନ୍ତି ।
ଏକ ମାସ ଧରି ଚାରି ଧାମ ତୀର୍ଥ-ପୁରୋହିତ ହକ ହକୁକଧାରୀ ମହାପଞ୍ଚାୟତ ସମିତି ଏବଂ ଅନ୍ୟାନ୍ୟ ସଂଗଠନର ବିରୋଧ କରିବା ପରେ ରାଜ୍ୟ ସରକାର ଚାରି ଧାମ ଦେବସ୍ଥାନମ ପରିଚାଳନା ବୋର୍ଡ ଅଧିନିୟମ ପ୍ରତ୍ୟାହାର କରିନେଇଛନ୍ତି ।
ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, 'ପୁରୋହିତଙ୍କ ବିରୋଧ ପରେ ଆମ ସରକାର ଏହି ଆଇନକୁ ପ୍ରତ୍ୟାହାର କରିନେବାକୁ ନିଷ୍ପତ୍ତି ନେଇଛି । ଚାରି ଧାମ ତୀର୍ଥ-ପୁରୋହିତ ହକ ହକୁକଧାରୀ ମହାପଞ୍ଚାୟତ ସମିତି ଏବଂ ବହୁ ଉଚ୍ଚସ୍ତରୀୟ କମିଟି ସହ ଆଲୋଚନା ପରେ ଏପରି ନିଷ୍ପତ୍ତି ନିଆଯାଇଛି ।'
ଏହି ଆଇନ ଉତ୍ତରାଖଣ୍ଡର ୪ ଧାମ ବଦ୍ରିନାଥ, କେଦାରନାଥ, ଗଙ୍ଗୋତ୍ରୀ ଏବଂ ୟମୁନୋତ୍ରୀ ସମେତ ୪୯ଟି ମନ୍ଦିର ପାଇଁ ପ୍ରଣୟନ ହୋଇଥିଲା, ଯାହା ଏବେ ପ୍ରତ୍ୟାହର ହୋଇଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ