ETV Bharat / bharat

କୁନିପୁଅକୁ କାମୁଡିବାର 30 ସେକେଣ୍ଡ ପରେ ସାପ ମୃତ, ଡାକ୍ତର ତାଜୁବ

ଘର ବାହାରେ ଖେଳୁଥିବା ବେଳେ ୪ ବର୍ଷର ଛୁଆକୁ କାମୁଡି ଦେଲା ବିଷଧର ସାପ । ହେଲେ କାମୁଡିବାର ୩୦ ସେକେଣ୍ଡ ଭିତରେ ସାପଟିର ମୃତ୍ୟୁ ଘଟିଲା । ଅଧିକ ପଢନ୍ତୁ

author img

By

Published : Jun 24, 2022, 10:31 AM IST

Updated : Jun 24, 2022, 2:37 PM IST

୪ ବର୍ଷର ଛୁଆକୁ ଦଂଶିଲା ପରେ ମରିଗଲା ସାପ, ଡାକ୍ତର ବି ଆଶ୍ଚର୍ଯ୍ୟ

ପାଟନା: ଘର ବାହାରେ ଖେଳୁଥିବା ସମୟରେ ୪ ବର୍ଷର ଛୁଆକୁ କାମୁଡି ଦେଲା ବିଷଧର ସାପ । ହେଲେ କାମୁଡିବାର ମାତ୍ର ୩୦ ସେକେଣ୍ଡ ପରେ ସାପଟିର ମୃତ୍ୟୁ ଘଟିଲା । ଯାହାକୁ ଦେଖି ପରିବାର ଠାରୁ ଡାକ୍ତରଙ୍କ ଯାଏଁ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ସାଧରଣତଃ କୌଣସି ବିଷାକ୍ତ ସାପ କାମୁଡିରେ ମଣିଷର ମୃତ୍ୟୁ ହୋଇଥାଏ, ହେଲେ ଜଣେ ୪ ବର୍ଷର ପୁଅକୁ ସାପ କାମୁଡିବା ପରେ ନିଜେ ସାପ ମରିଯିବା ନିହାତି ଆପଣଙ୍କୁ ଅବିଶ୍ବାସ ଲାଗୁଥିବ । କିନ୍ତୁ ସମସ୍ତଙ୍କୁ ତାଜୁବ କଲାଭଳି ଏହି ଘଟଣା ଘଟିଛି ବିହାରର ଗୋପାଳଗଞ୍ଜ ଅଞ୍ଚଳରେ ।

କୁନିପୁଅକୁ କାମୁଡିବାର 30 ସେକେଣ୍ଡ ପରେ ସାପ ମୃତ, ଡାକ୍ତର ତାଜୁବ

ସୂଚନା ଅନୁଯାୟୀ, ୪ ବର୍ଷର ଅନୁଜ ଗୋପାଳଗଞ୍ଜ ଖରୁରୀ ପୂର୍ବ ଟୋଲ ଗାଁରେ ଥିବା ନିଜ ମାମୁଁଘରକୁ ଯାଇଥିଲା । ସେଠାରେ ସେ ଘର ବାହାରେ ଖେଳୁଥିଲା । ଏତିକି ବେଳେ ଗୋଟିଏ ବିଷଧର ସାପ ଅନୁଜକୁ ଦଂଶନ କରିଥିଲା । ପିଲାଟି ଖୁବ୍ ଜୋରରେ ଚିତ୍କାର କରିବାରୁ ଘରଲୋକେ ତା' ପାଖକୁ ଦୌଡି ଆସିଥିଲେ ଏବଂ ପିଲାଟିର ମାଆ କିରଣ ଦେବୀ ଖୁବ୍ ଭୟଭୀତ ହୋଇଯାଇଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଲୋକେ ସାପଟି ପାଖରେ ମରି ପଡିଥିବାର ଦେଖିବାକୁ ପାଇଥିଲେ । ସାପ କାମୁଡିବାର ପ୍ରାୟ ୩୦ ସେକେଣ୍ଡ ମଧ୍ୟରେ ହିଁ ତା'ର ମୃତ୍ୟୁ ହୋଇଯାଇଥିବା କୁହାଯାଉଛି(Snake Died after biting Child) ।

ଏହାପରେ ପରିବାର ଲୋକେ ସାପକୁ ଡବାରେ ବନ୍ଦ କରି ଓ ଅନୁଜକୁ ନେଇ ମେଡିକାଲକୁ ଯାଇଥିଲେ । ଯେତେବେଳେ ଡାକ୍ତର ପିଲାଟିର ଚିକିତ୍ସା କଲେ, ସେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ । ସାପଟି ଇଣ୍ଡିଆନ କୋବ୍ରା ଥିଲା । ଯାହା କାମୁଡିବା ପରେ ମଣିଷ ବଞ୍ଚିବା ଏକପ୍ରକାର ଅସମ୍ଭବ । କିନ୍ତୁ ଘଟଣା ଏଠି ସମ୍ପୂର୍ଣ୍ଣ ବିପରୀତ ଥିଲା । ସାପ କାମୁଡିବା ପରେ ମଧ୍ୟ ପିଲାଟି ଜୀବିତ ଥିବା ଏବଂ ସାପ ନିଜେ ମରିଯାଇଥିବା ଘଟଣାକୁ ଡାକ୍ତରମାନେ ସହଜରେ ବିଶ୍ବାସ କରିପାରିନଥିଲେ ।

କାହିଁକି ସାପର ମୃତ୍ୟୁ ହେଲା

ଏହି ଘଟଣା ସମ୍ପର୍କରେ ପ୍ରାଣୀ ବିଜ୍ଞାନୀ ପ୍ରଫେସର ସୁନୀତା କୁମାରୀ ଶର୍ମା କହିଛନ୍ତି, ପିଲାଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ରହିଥାଏ । ମାଆ କ୍ଷୀରରେ ଟି ଲିଂଫୋସାଇଟ(T lymphocyte) କୋଷିକା ଥାଏ ଯାହା ରୋଗ ପ୍ରତିରୋଧକ ଶକ୍ତି ବଢାଏ । ପିଲାଟିକୁ ସାପ କାମୁଡିବା ସମୟରେ ଦୁଇଟି କ୍ରିୟା ଏକସାଙ୍ଗରେ ହୋଇଥିଲା । ପ୍ରଥମତଃ ସାପ ପିଲାଟି ଶରୀରରେ ବିଷ ଇଂଜେକ୍ଟ କଲା, ଦ୍ବିତୀୟରେ ପିଲାଟିର ରକ୍ତ ସାପ ଭିତରକୁ ଗଲା ।

ଛୁଆର ଶରୀରରେ ଟି ଲିଂଫୋସାଇଟସ୍‌ କୋଷିକା ଯୋଗୁଁ ବିଷ ପ୍ରଭାବହୀନ ହୋଇଗଲା । କିନ୍ତୁ ଯେଉଁ ରକ୍ତ ସାପ ଦେହକୁ ଗଲା ତାହା ଭାରି ତା' ଉପରେ ପଡିଲା । ଏହି କାରଣରୁ ପିଲାଟିର ଜୀବନ ବଞ୍ଚିଗଲା ଏବଂ ସାପର ମୃତ୍ୟୁ ଘଟିଲା । ସେଥିପାଇଁ ମାଆ କ୍ଷୀର ପିଲାଙ୍କ ଲାଗି ଅମୃତ ବୋଲି କୁହାଯାଏ ।

Last Updated : Jun 24, 2022, 2:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.