ETV Bharat / bharat

ଭାଙ୍ଗିଲା ଟ୍ବିନ୍‌ ଟାୱାର୍ସ, ଜାଣନ୍ତୁ ବିବାଦ ପଛର କାରଣ

ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଶେଷରେ ଧୂଳିସାତ୍‌ ହୋଇଛି ନୋଏଡା ସ୍ଥିତ ଟ୍ବିନ୍‌ ଟାୱାର୍ସ । ଏହି ଟ୍ବିନ୍‌ ଟାୱାର୍ସ ଭାଙ୍ଗିବା ପଛର କଣ କାରଣ ହୋଇପାରେ । କଣ ପାଇଁ ଏହି ଟାୱାରକୁ ନେଇ ଏତେ ବିବାଦ ଓ ପରେ ମାମଲା ରୁଜୁ ହୋଇଥିଲା controversy behind Noida twin towers । ଅଧିକ ପଢ଼ନ୍ତୁ

ଭାଙ୍ଗିଲା ଟ୍ବିନ୍‌ ଟାୱାର୍ସ, ଜାଣନ୍ତୁ ବିବାଦ ପଛର କାରଣ
ଭାଙ୍ଗିଲା ଟ୍ବିନ୍‌ ଟାୱାର୍ସ, ଜାଣନ୍ତୁ ବିବାଦ ପଛର କାରଣ
author img

By

Published : Aug 28, 2022, 6:13 PM IST

Updated : Aug 28, 2022, 6:34 PM IST

ନୋଏଡା: ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଶେଷରେ ମାଟିରେ ମିଶିଛି ନୋଏଡା ସ୍ଥିତ ଟ୍ବିନ୍‌ ଟାୱାର୍ସ । ୩୨ ଓ ୨୯ ତଳ ବିଶିଷ୍ଠ ଏହି ଟ୍ବିନ୍‌ ଟାୱାର୍ସ ଦେଶର ଗର୍ବ ହୋଇ ପାରିଥାଆନ୍ତା । କିନ୍ତୁ ତାହା ବଦଳରେ ଲେଖିଗଲା ଦେଶର ସର୍ବବୃହତ ଅଟ୍ଟାଳିକା ବିଧ୍ବଂସର ଇତିହାସ । ଦିଲ୍ଲୀର କୁତୁବ ମୀନାର ଠାରୁ ଉଚ୍ଚ ଏହି ଟ୍ବିନ୍‌ ଟାୱାର୍ସ । ଏହି ଟ୍ବିନ୍‌ ଟାୱାର୍ସ ଭାଙ୍ଗିବା ପଛର କଣ କାରଣ ହୋଇପାରେ । କଣ ପାଇଁ ଏହି ଟାୱାରକୁ ନେଇ ଏତେ ବିବାଦ ଓ ପରେ ମାମଲା ରୁଜୁ ହୋଇଥିଲା(controversy behind Noida twin towers) । ନଜର ପକାନ୍ତୁ...

ସୁପରଟେକ ଲିମିଟେଡ୍‌ କମ୍ପାନୀକୁ ଜମି ପ୍ରଦାନ

ନୋଏଡା(New Okhla Industrial Development Authority)ରେ ଲୋକଙ୍କ ପାଇଁ ଏକ ସୁଉଚ୍ଚ ଅଟାଳିକା କରିବାକୁ ସୁପରଟେକ ଲିମିଟେଡ୍‌ କମ୍ପାନୀକୁ ଅନୁମତି ମିଳିଥିଲା । ଏହି ଏମ୍‌ରାଲ୍ଡ କୋର୍ଟ ନାମକ ହାଉସିଂ ସୋସାଇଟିରେ ଏହି ବିଲ୍ଡିଂ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ସମସ୍ତ ପ୍ରକ୍ରିୟା ୨୦୦୪ ମସିହାରେ ହୋଇଥିଲା ।

ନୋଏଡା ବିଲ୍ଡି୍ଂ ନୀତି ଓ ନିର୍ଦ୍ଦେଶ ୧୯୮୬ ନିୟମ ମୁତାବକ ୨୦୦୫ରେ କମ୍ପାନୀକୁ ୧୪ଟି ଟାୱାର ନିର୍ମାଣ କରିବାକୁ ଅନୁମତି ମିଳିଥିଲା । ପ୍ରତ୍ୟେକ ଟାୱାର୍ ୧୦ ତଳ ବିଶିଷ୍ଟ ରହିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଥିଲା । ସେହିଭଳି କମ୍ପାନୀକୁ ଅଧିକରୁ ଅଧିକ ୩୭ ମିଟର ଉଚ୍ଚ ଅଟ୍ଟାଳିକା ନିର୍ମାଣ ପାଇଁ ଅନୁମତି ପ୍ରଦାନ କରାଯାଇଥିଲା । ସୁପରଟେକ ଲିମିଟେଡ୍‌ କମ୍ପାନୀ ବିଲ୍ଡିଂ ପ୍ଲାନ୍‌ରେ ହାଉସିଂ ସୋସାଇଟି ସହ ଗୋଟିଏ ସପିଂ କମ୍ପ୍ଲେକ୍ସର ଯୋଜନା ରହିଥିଲା ।

ଏହା ବି ପଢ଼ନ୍ତୁ ଧରାଶାୟୀ ହେଲା ଟ୍ବିନ ଟାଓ୍ବର, ପାର୍ଶ୍ବବର୍ତ୍ତୀ ହାଉସିଂ ସୋସାଇଟିରେ ନାହିଁ କୌଣସି କ୍ଷୟକ୍ଷତି

୨୦୦୬ରେ ଅଧିକ ଜମି ପ୍ରଦାନ

୨୦୦୬ରେ ସୁପରଟେକ୍‌ କମ୍ପାନୀକୁ ଅଧିକ ଜମି ମିଳିଥିଲା । ଏହାପରେ ବିଲ୍ଡିଂ ପ୍ଲାନ୍‌ରେ କେତେକ ପରିବର୍ତ୍ତନ କରାଯାଇଥିଲା । ତେବେ ଦିଆଯାଇଥିବା ଅନୁମତିରେ କୌଣସି ପରିବର୍ତ୍ତନ କରାଯାଇନଥିଲା । ସପେଟ ନୂଆ ପ୍ଲାନ ମୁତାବକ ସୁପରଟେକ୍‌ କମ୍ପାନୀ ପକ୍ଷରୁ ଆଉ ଦୁଇଟି ଟାୱାର ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଗଲା ।

୨୦୦୯ରେ କମ୍ପାନୀ ପକ୍ଷରୁ ଫାଇନାଲ୍‌ ପ୍ଲାନ୍‌ ପ୍ରସ୍ତୁତ କରାଗଲା । ଏହି ପ୍ଲାନ୍‌ ମୁତାବକ ନିର୍ମାଣ ହେବାକୁ ଥିବା ଦୁଇଟି ଟାୱାର ୪୦ ତଳ ବିଶିଷ୍ଟ ରହିବ । ଏହି ପ୍ଲାନ୍‌କୁ ସେତେବେଳେ କୌଣସି ଅନୁମତି ପ୍ରଦାନ କରାଯାଇନଥିଲା ।

୨୦୧୧ରୁ ବିବାଦରେ ଟ୍ବିନ୍‌ ଟାୱାର୍ସ

କମ୍ପାନୀ ଟାୱାର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲା । ଏହାପରେ ରେସିଡେଣ୍ଟ ୱେଲଫେୟାର ଆସୋସିଏସନ(Residents Welfare Association) ପକ୍ଷରୁ ଆହ୍ଲାବାଦ ହାଇକୋର୍ଟରେ ଏହି ନିର୍ମାଣ ବିରୋଧରେ ମାମଲା ରୁଜୁ କରାଗଲା । ସୁପରଟେକ୍‌ କମ୍ପାନୀ ଆପାର୍ଟମେଣ୍ଟ ଓନର୍ସ ଆକ୍ଟ ୨୦୧୦ ଉଲ୍ଲ୍ଂଘନ କରୁଥିବା ଅଭିଯୋଗରେ ଦର୍ଶା ଯାଇଥିଲା । ତା ସହିତ ନିର୍ମାଣ ହୋଇଥିବା ଦୁଇଟି ଟାୱାର ମଧ୍ୟରେ ସର୍ବନିମ୍ନ ଦୂରତା ମଧ୍ୟ ନଥିବା ଅଭିଯୋଗ ହୋଇଥିଲା । ଦୁଇଟି ଟାୱାର ମଧ୍ୟରେ ସର୍ବନିମ୍ନ ୧୬ ମିଟର ଦୂରତା ରହିବା ଆବଶ୍ୟକ ଥିଲା । ସେହିଭଳି ବଗିଚା ନିର୍ମାଣ ପାଇଁ ଦିଆଯାଇଥିବା ସ୍ଥାନରେ ଟ୍ବିନ୍‌ ଟାୱାର୍ସ ନିର୍ମାଣ ପାଇଁ ବ୍ୟବହାର କରାଯାଇଥିଲା । ସେପଟେ ୨୦୧୨ରେ ନୂତନ ପ୍ଲାନ୍‌କୁ ଅନୁମତି ଦେଇଥିଲା ନୋଏଡା ।

୨୦୧୪ରେ କୋର୍ଟଙ୍କ ନିର୍ଦ୍ଦେଶ

୨୦୧୪ରେ ଆହ୍ଲାବାଦ ହାଇକୋର୍ଟ ରେସିଡେଣ୍ଟ ୱେଲଫେୟାର ଆସୋସିଏସନ ସପକ୍ଷରେ ରାୟ ଦେଇଥିଲେ । ନିର୍ମିତ ହୋଇଥିବା ଟ୍ବିନ୍‌ ଟାୱାର୍ସକୁ ଖସାଇବାକୁ ନିର୍ଦ୍ଦେଶ ଦେଇଥିଲେ ଆହ୍ଲାବାଦ ହାଇକୋର୍ଟ । ଏଥିପାଇଁ ସମସ୍ତ ଖର୍ଚ୍ଚ ସୁପରଟେକ୍‌ କମ୍ପାନୀକୁ ବହନ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଥିଲା । ଖାଲି ସେତିକି ନୁହେଁ, ଫ୍ଲାଟ୍‌ ପାଇଁ ଟଙ୍କା ନେଇଥିବା ଲୋକଙ୍କୁ ୧୪ ପ୍ରତିଶତ ସୁଧ ସହ ଫେରସ୍ତ କରିବାକୁ କୁହାଯାଇଥିଲା ।

ଏହାପରେ ୨୦୧୪ରେ ନୋଏଡା କର୍ତ୍ତୃପକ୍ଷ ଓ ସୁପରଟେକ ଆହ୍ଲାବାଦ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମ୍‌କୋର୍ଟରେ ଅପିଲ୍‌ କରିଥିଲେ । ସମସ୍ତ ନିୟମ ଅନୁପାଳନ ମୁତାବକ ଏହି ଟାୱାର ନିର୍ମିତ ହେଉଥିବା ଉଭୟ ଦର୍ଶାଇଥିଲେ । ୨୦୨୨ ଅଗଷ୍ଟ ମାସରେ ସୁପ୍ରିମକୋର୍ଟ ଆହ୍ଲାବାଦ ହାଇକୋର୍ଟଙ୍କ ରାୟକୁ ବଳବତ୍ତର ରଖି ଟ୍ବିନ୍‌ ଟାୱାର୍ସ ଖସାଇବାକୁ କହିଥିଲେ । ଏହାପରେ କେବେ ବୈଷୟିକ ସମସ୍ୟା କେବେ ପାଣିପାଗ ସମସ୍ୟା ଦେଖାଇ ଟ୍ବିନ୍‌ ଟାୱାର୍ସକୁ ଖସାଇବା ନେଇ ବିଳମ୍ବ ହୋଇ ଚାଲିଥିଲା । ଏହାପରେ ଶେଷରେ ଆଜି ଅର୍ଥାତ ଅଗଷ୍ଟ ମାସ ୨୮ ତାରିଖ ୨୦୨୨ରେ ଟ୍ବିନ୍‌ ଟାୱାର୍ସକୁ ଖସାଇ ଦିଆଯାଇଛି । ୯ ବର୍ଷରେ ତିଆରି ହୋଇଥିବା ଟ୍ବିନ୍‌ ଟାୱାର୍ସ ମାତ୍ର ୯ ସେକେଣ୍ଡରେ ଧୂଳିସାତ ହୋଇଯାଇଛି ।

Last Updated : Aug 28, 2022, 6:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.