ETV Bharat / bharat

Future of Old Parliament: ୯୬ବର୍ଷର ଇତିହାସ, ବ୍ରିଟିଶ ନିର୍ମିତ ପୁରୁଣା ସଂସଦର କଣ ହେବ ଭବିଷ୍ୟତ ?

ନୂଆ ସଂସଦ ଭବନ ଉଦଘାଟିତ ହେବାକୁ ଥିବା ବେଳେ ୯୬ବର୍ଷର ଇତିହାସ, ୬ଏକର ଜମିରେ ବ୍ୟାପିଥିବା ପୁରୁଣା ସଂସଦ ଭବନର ଭବିଷ୍ୟତ କଣ ହେବ ? ଯେଉଁଠାରୁ ଭାରତ ଏକ ନୂତନ ରାଷ୍ଟ୍ରର ମାନ୍ୟତା ପାଇଥିଲା, ଯେଉଁଠାରୁ କାଳଜୟୀ ଆଇନ ପ୍ରଣୟନ ହୋଇଥିଲା ଏହି ଐତିହାସିକ କୋଠାକୁ କେଉଁ ଉଦ୍ଦେଶ୍ୟରେ ବ୍ୟବହାର ହେବ ? ଜାଣନ୍ତୁ

author img

By

Published : May 26, 2023, 4:23 PM IST

Future of Old Parliament
Future of Old Parliament

ନୂଆଦିଲ୍ଲୀ: ଦେଶକୁ ମିଳିବାକୁ ଯାଉଛି ନବନିର୍ମିତ ସଂସଦ ଭବନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୮ ତାରିଖରେ ଏହାର ଉଦଘାଟନ କରିବେ । ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ । ବିରୋଧୀ ଦଳଙ୍କୁ ନିମନ୍ତ୍ରଣ ପତ୍ର ମଧ୍ୟ ପଠାସରିଛି । ହେଲେ ଏଠାରେ ପ୍ରଶ୍ନ ଉଠୁଛି ୯୬ବର୍ଷର ଇତିହାସ, ୬ ଏକର ଜମିରେ ବ୍ୟାପିଥିବା ପୁରୁଣା ସଂସଦ ଭବନର ଭବିଷ୍ୟତ କଣ ହେବ ? ଯେଉଁଠାରୁ ଭାରତ ଏକ ନୂତନ ରାଷ୍ଟ୍ରର ମାନ୍ୟତା ପାଇଥିଲା, ଯେଉଁଠାରୁ କାଳଜୟୀ ଆଇନ ପ୍ରଣୟନ ହୋଇଥିଲା, ବ୍ରିଟିଶଙ୍କ ଦ୍ବାରା ନିର୍ମିତ ହୋଇଥିବା ଦେଶର ଗଣତନ୍ତ୍ରର ମନ୍ଦିର କେଉଁ ଉଦ୍ଦେଶ୍ୟରେ ବ୍ୟବହାର ହେବ ? ନା ଏଠାରେ ଅନ୍ୟ କୌଣସି କାର୍ଯ୍ୟ ହେବ ? ଆସନ୍ତୁ ସେ ସମ୍ପର୍କରେ ବିସ୍ତୃତ ଭାବରେ ଜାଣିବା ।

ସ୍ବାଧୀନ ଭାରତର ପ୍ରଥମ ସଂସଦ ଭବନରୁ ଭାରତର ସମ୍ବିଧାନ ପ୍ରଣୟନ ହୋଇଥିଲା । ପୁରୁଣା ସଂସଦ ଭବନକୁ କାଉନସିଲ ହାଉସ ମଧ୍ୟ କୁହାଯାଏ । ଏହି ଐତିହାସିକ ଭବନରେ ଇମ୍ପେରିଅଲ ଲେଜିସଲେଟିଭ କାଉନସିଲ (ପରାଧୀନ ଭାରତରେ ବ୍ରିଟିଶଙ୍କ ଦ୍ବାରା ଲାଗୁ ହୋଇଥିବା ଆଇନ) ଥିଲା । ପରେ ଦେଶ ସ୍ବାଧୀନ ହେବା ପରେ ଏଠାରୁ ହିଁ ଭାରତୀୟ ସମ୍ବିଧାନର ପ୍ରଣୟନ ହୋଇଥିଲା । ଏହାକୁ ଗଣତନ୍ତ୍ରର ଆତ୍ମା କୁହାଯାଉଥିଲା । ଏସବୁ ଦୃଷ୍ଟିରୁ ପୁରୁଣା ସଂସଦ ଭବନର ସଂରକ୍ଷଣ ରାଷ୍ଟ୍ର ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ । ପୁରୁଣା ସଂସଦ ଭବନକୁ ବ୍ରିଟିଶ ପ୍ରତ୍ନତତ୍ତ୍ବବିତ ସାର ଲୁଟିୟଂସ ଓ ହର୍ବର୍ଟ ବେକରଙ୍କ ଦ୍ବାରା ଡିଜାଇନ କରାଯାଇଥିଲା ।

ଏହା ବି ପଢନ୍ତୁ- New Parliament Inauguration: ପୁରୁଣା ସଂସଦଠୁ କେତେ ଭିନ୍ନ ନୂଆ ସଂସଦ ? ଜାଣନ୍ତୁ ପାର୍ଥକ୍ୟ

ପୁରୁଣା ସଂସଦ ଭବନକୁ ନିର୍ମାଣ କରିବା ଲାଗି ପ୍ରାୟ ୬ବର୍ଷ ସମୟ ଲାଗିଥିଲା । ୧୯୨୭ରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା । ଗତ ୧୯୫୬ ମସିହାରେ ପୁରୁଣା ସଂସଦ ଭବନ ମଧ୍ୟରେ ୨ଟି ଅଧିକ ଫ୍ଲୋରର ନିର୍ମାଣ କରାଯାଇଥିଲା । ୨୦୦୬ ମସିହାରେ ଏଠାରେ ସଂସଦ ସଂଗ୍ରହାଳୟର ମଧ୍ୟ ନିର୍ମାଣ ହୋଇଥିଲା । ଏହି ସଂଗ୍ରହାଳୟରେ ଦେଶର ସମୃଦ୍ଧ ଗଣତାନ୍ତ୍ରିକ ଐତିହ୍ୟର ୨୫୦୦ ବର୍ଷକୁ ପ୍ରଦର୍ଶିତ କରାଯାଇଥିଲା ।

ପୁରୁଣା ସଂସଦ ଭବନର ଭବିଷ୍ୟତ:- ଗତ ମାର୍ଚ୍ଚ ୨୦୨୧ ମସିହାରେ କେନ୍ଦ୍ର ଆବାସ ଓ ସହର ବିକାଶ ମନ୍ତ୍ରୀ ହରଦୀପ ସିଂହ ପୁରୀ ରାଜ୍ୟସଭାରେ କହିଥିଲେ ଯେ ଯେତେବେଳେ ନୂତନ ସଂସଦ ଭବନର ନିର୍ମାଣ ଶେଷ ହେବ, ସେତେବେଳେ ପୁରୁଣା ସଂସଦ ଭବନର ମରାମତି କାର୍ଯ୍ୟ କରାଯିବ । ସମୟେ ସମୟେ ଏହାକୁ ବିକଳ୍ପ ଭାବରେ ମଧ୍ୟ ବ୍ୟବହାର କରାଯିବ । ହେଲେ ଏହାକୁ କେଉଁ ଉଦ୍ଦେଶ୍ୟରେ ବ୍ୟବହାର ହେବ ସେ ନେଇ କୌଣସି ସ୍ପଷ୍ଟ ସୂଚନା ଦେଇନଥିଲେ । କେନ୍ଦ୍ର ସରକାରଙ୍କ କହିବା ଅନୁସାରେ ପୁରୁଣା ସଂସଦ ଭବନକୁ ଭଙ୍ଗାଯିବ ନାହିଁ, ବରଂ ଏହାକୁ ସୁରକ୍ଷିତ ଭାବେ ରଖାଯିବ । ଏହା ଦେଶର ସମ୍ପତ୍ତି । ସଂସଦ ସମ୍ବନ୍ଧିତ କାର୍ଯ୍ୟ ଲାଗି ଏହାକୁ ବ୍ୟବହାର କରାଯିବ । ଏହାକୁ ମଧ୍ୟ ସଂଗ୍ରହାଳୟ ଭାବେ ବ୍ୟବହାର କରାଯିବ ବୋଲି ସୂଚନା ରହିଛି ।

ସଂଗ୍ରହାଳୟ ପାଲଟିବ ପୁରୁଣା ସଂସଦ ଭବନ:- ୨୦୨୨ର ଏକ ରିପୋର୍ଟ ଅନୁସାରେ ପୁରୁଣା ସଂସଦ ଭବନକୁ ସଂଗ୍ରହାଳୟ ଭାବେ ପରିବର୍ତ୍ତନ କରାଯିବ । ସେଣ୍ଟ୍ରାଲ ଭିଷ୍ଟାର ପୁନର୍ବିକାଶ ପ୍ରକଳ୍ପ ଅଧୀନରେ ଏହାକୁ ସଂଗ୍ରହାଳୟର ରୂପ ଦେବା ଲାଗି କେନ୍ଦ୍ର ସରକାର ଯୋଜନା କରିଛନ୍ତି । ସଂସଦ ଭବନକୁ ସଂଗ୍ରହାଳୟରେ ପରିବର୍ତ୍ତନ କରାଯିବା ପରେ ଏହାକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯିବ । ସଂସଦ ଭବନରେ ଥିବା ଲୋକସଭା ଚାମ୍ବର ମଧ୍ୟରେ ପର୍ଯ୍ୟଟକମାନେ ବସି ପାରିବେ । କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ କହିଥିଲେ ଯେ ନୂଆ ସଂସଦ ନିର୍ମାଣ ଲାଗି ଆନୁମାନିକ ରୂପରେ ୮୬୨ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି । ମାତ୍ର ଏହାର ନିର୍ମାଣ ଲାଗି ପ୍ରାୟ ୧୨୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇଛି ।

ନୂଆ ସଂସଦ ଭବନର କଣ ଆବଶ୍ୟକ ?

ପୁରୁଣା ସଂସଦ ଭବନକୁ ବ୍ରିଟିଶମାନେ ସଂସଦ ଭବନ ଭାବେ ଡିଜାଇନ କରିନଥିଲେ । ଏହାକୁ କାଉନସିଲ ହାଉସ ଭାବେ ନିର୍ମାଣ କରାଯାଇଥିଲା । ପରବର୍ତ୍ତୀ ସମୟରେ ଦେଶ ସ୍ବାଧୀନ ହେବା ପରେ ଏହାକୁ ସଂସଦ ଭବନର ରୂପ ଦିଆଯାଇଥିଲା । ଏହାକୁ କେବେ ବି ସଂସଦ ଭବନ ଭାବେ ଡିଜାଇନ କରାଯାଇନଥିବାରୁ କେନ୍ଦ୍ର ସରକାର ନୂଆ ସଂସଦ ଭବନ ନିର୍ମାଣ ଲାଗି ଯୋଜନା କରିଥିଲେ । ୨୦୨୦ ମସିହା ଡିସେମ୍ବର ୧୦ ତାରିଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ନୂଆ ସଂସଦ ଭବନର ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଥିଲା । ଏହାପରେ ଏପ୍ରିଲ ଶେଷ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.