ETV Bharat / bharat

ନିପାତ ହେଉନି ନିପା, ଜାଣନ୍ତୁ ଲକ୍ଷଣ ଓ କାରଣ

author img

By

Published : Sep 7, 2021, 9:22 AM IST

କୋରୋନା ସମୟରେ ନିପା ଭାଇରସ୍ ଆଉ ଏକ ଆତଙ୍କ ସୃଷ୍ଟି କରିଛି । କେରଳରେ ଏହାର ପ୍ରଭାବ ବିଶେଷ ଭାବେ ରହିଥିବାବେଳେ ଜାଣନ୍ତୁ କିପରି ବ୍ୟାପେ ଏହି ଭାଇରସ୍ ଏବଂ କେତେକ ଲକ୍ଷଣ ବାବଦରେ । ଅଧିକ ପଢନ୍ତୁ...

ମାରାତ୍ମକ ହେଉଛି ନିପା: ଜାଣନ୍ତୁ ଲକ୍ଷଣ ଓ ରୋଗର କାରଣ

ଥିରୁଅନନ୍ତପୁରମ: କୋରୋନା ସମୟରେ ନିପା ଭାଇରସ୍ ଆଉ ଏକ ଆତଙ୍କ ସୃଷ୍ଟି କରିଛି । ବିଶେଷ କରି କେରଳରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ବର୍ତ୍ତମାନ ସୁଦ୍ଧା ଏହି ଭାଇରସ କବଳରେ ୨୨ ଜଣଙ୍କ ମୃତ୍ୟୁ ଘଟିଛି । କେରଳରେ ନିପା ଭାଇରସ ମାମଲା ପ୍ରଥମେ 2018 ରେ କୋଝିକୋଡରୁ ଆସିଥିଲା । ଏହା ପରେ 2019 ରେ କୋଚି ଏବଂ 2021 ରେ କୋଝିକୋଡରୁ ନିପା ଭାଇରସ ମାମଲା ସାମ୍ନାକୁ ଆସିଥିଲା।

ରାଜୀବ ଗାନ୍ଧୀ ଜୈବ ପ୍ରଦ୍ୟୋଗିକ କେନ୍ଦ୍ରର ବୈଜ୍ଞାନିକ ଡକ୍ଟର ଶ୍ରୀକୁମାର ଏନେଇ ବିସ୍ତୃତ ଆଲୋଚନା କରି କହିଛନ୍ତି ଯେ, 2018 ରେ କୋଝିକୋଡରେ ଥିବା ପେରମ୍ବ୍ରାର ମହମ୍ମଦ ସାବିଥ ଏହି ରୋଗର ପ୍ରଥମ ଶିକାର ହୋଇଥିଲେ। ତା’ପରେ ସାବିଥଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନେ ସଂକ୍ରମିତ ହୋଇଥିଲେ। ଫଳ ଖାଉଥିବା ଚେମେଡିମାନଙ୍କ ଦ୍ବାରା ସଂକ୍ରମଣ ହେଉଥିବା ସନ୍ଦେହ କରାଯିବା ପରେ ପରୀକ୍ଷା କରାଯାଇଥିଲା । ପରେ ଚେମେଡିଙ୍କ ନମୁନାରୁ ଭାଇରସ୍ ଥିବା ନେଇ ଜଣାପଡିଥିଲା। ତଥାପି ଚେମେଡିଙ୍କ ଠାରୁ ମଣିଷଙ୍କୁ ସଂକ୍ରମିତ ହେଉଛି କି ନାହିଁ ସେନେଇ ସ୍ପଷ୍ଟ ହୋଇପାରି ନାହିଁ ।

ଆସନ୍ତୁ ଜାଣିବା, କେରଳରେ ନିପା ଭାଇରସ ସଂକ୍ରମଣ ବାବଦରେ କେତେକ ବିଶେଷ ସୂଚନା...

ନିପା ବିପଜ୍ଜନକ ଅଟେ:-

ନିପା ଭାଇରସ କେରଳର ସ୍ୱାସ୍ଥ୍ୟ ବିଭାଗ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି । କାରଣ କେରଳରେ କୋଭିଡ ମାମଲା ମଧ୍ୟ ଭୟାନକ ଅଛି । ନିପା ଏକ ବିପଜ୍ଜନକ ଜୀବାଣୁ ଭାବରେ ପରିଗଣିତ ହୁଏ ଏବଂ ଏଥିରେ ମୃତ୍ୟୁର ଆଶଙ୍କା ମଧ୍ୟ ଅଧିକ ରହିଛି ।

ଲକ୍ଷଣ:-

ନିପା ସଂକ୍ରମଣ ହେଲେ ଜ୍ୱର, ମୁଣ୍ଡବିନ୍ଧା, ମୁଣ୍ଡ ବୁଲାଇବା, ବାନ୍ତି ହେବା ସାଧାରଣ ଲକ୍ଷଣ ଦେଖାଦେବ । ଅନେକ ରୋଗୀଙ୍କ ଠାରେ କାଶ, ପେଟ ଯନ୍ତ୍ରଣା, ବାନ୍ତି, ଥକାପଣ ଏବଂ ଦୃଷ୍ଟି ଶକ୍ତିରେ ମଧ୍ୟ ସମସ୍ୟା ସୃଷ୍ଟି ହେବ । ନିପା ଭାଇରସ ମଣିଷ ଶରୀରକୁ ପ୍ରବେଶ କରିବାର 4 ରୁ 14 ଦିନ ମଧ୍ୟରେ ଲକ୍ଷଣ ଦେଖାଯାଏ । କେତେକ କ୍ଷେତ୍ରରେ 21 ଦିନ ପରେ ଲକ୍ଷଣ ଦେଖାଦେବା ଜଣାପଡିଛି । ତେବେ ଲକ୍ଷଣ ଦେଖାଇବାର ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ରୋଗୀ କୋମାକୁ ଚାଲିଯାଆନ୍ତି । ଏହି ଜୀବାଣୁ ମସ୍ତିଷ୍କ ଏବଂ ଫୁସଫୁସକୁ ସଂକ୍ରମଣ କରେ।

ଅତ୍ୟଧିକ ସତର୍କତା ଆବଶ୍ୟକ:-

ନିପା ଭାଇରସର ଅତି ଶୀଘ୍ର ବିସ୍ତାର କରିବାର କ୍ଷମତା ଅଛି । ତେଣୁ ଏହି ରୋଗର ବିସ୍ତାରକୁ ରୋକିବା ପାଇଁ ଅତ୍ୟଧିକ ଯତ୍ନବାନ ହେବା ଉଚିତ୍ । ସାଧାରଣତଃ ବିଶ୍ୱାସ କରାଯାଏ ଯେ, ନିପା ଭାଇରସ୍ ବିଭିନ୍ନ ପ୍ରକାରର ଫଳ ଖାଉଥିବା ଚେମେଡିଙ୍କ ଦ୍ୱାରା ସଂକ୍ରମିତ ହୁଏ, ତେଣୁ ଆଖପାଖ ଅଞ୍ଚଳରେ ଥିବା ଚେମେଡିଙ୍କ ଉପରେ ନଜର ରଖିବା ଉଚିତ୍ ଏବଂ ସେମାନେ ଖାଇଥିବା ଫଳ ଠାରୁ ଦୂରେଇ ରହିବା ଉଚିତ୍ । ତାଡି ଏମାନଙ୍କର ପ୍ରିୟ ଖାଦ୍ୟ ଏବଂ ଗଛରେ ରଖାଯାଇଥିବା ଖୋଲା ତାଡି ହାଣ୍ଡିରୁ ତାଡି ପିଇବା ସମୟରେ ଯତ୍ନବାନ ହେବା ଉଚିତ । ସେହିଭଳି, କଦଳୀ ଅମୃତଭଣ୍ଡା ହେଉଛି ଏମାନଙ୍କର ପ୍ରିୟ ଖାଦ୍ୟ । ତେଣୁ ଖଣ୍ଡିଆ ହୋଇଥିବା କଦଳୀ ଅମୃତଭଣ୍ଡା ଖାଇବା ଠାରୁ ଦୂରରେ ରହିବା ଉଚିତ୍ ।

ଫଳ ଏବଂ ପନିପରିବା ଖାଇବା ପୂର୍ବରୁ ଭଲ ଭାବରେ ଧୋଇବା ଉଚିତ୍ । ମାଂସ ଭଲ ଭାବରେ ରାନ୍ଧିବା ଉଚିତ କାରଣ ନିପା ପଶୁମାନଙ୍କୁ ମଧ୍ୟ ସଂକ୍ରମିତ କରିଥାଏ । ରୋଗୀମାନଙ୍କ ଯତ୍ନ ନେଉଥିବା ବ୍ୟକ୍ତିମାନେ ମଧ୍ୟ ବହୁତ ସତର୍କ ରହିବା ଉଚିତ୍ ଏବଂ ରୋଗୀଙ୍କ ଶରୀରର ତରଳ ପଦାର୍ଥର ସଂସ୍ପର୍ଶରେ ଆସିବା ଉଚିତ୍ ନୁହେଁ । ମାସ୍କ ପିନ୍ଧିବା, ସାମାଜିକ ଦୂରତା ଏବଂ ହାତର ସ୍ୱଚ୍ଛତା ବଜାୟ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ରୋଗୀଠାରୁ ଅତିକମରେ ୧୦୦ ମିଟର ଦୂରତା ବଜାୟ ରଖିବା ଉଚିତ୍ ।

ନିପା ରୋଗ ପରୀକ୍ଷା:-

RT PCR ପରୀକ୍ଷା ମାଧ୍ୟମରେ ନିପା ଭାଇରସ ବାବଦରେ ଜଣାପଡିବ । ଗଳା ଏବଂ ନାକ କିମ୍ବା ମେରୁଦଣ୍ଡର ତରଳ ନମୁନାରୁ ନିଆଯାଇଥିବା ସ୍ବାବଗୁଡିକ ପରୀକ୍ଷା ପାଇଁ ବ୍ୟବହୃତ ହୁଏ । ଜୀବାଣୁ ବିରୁଦ୍ଧରେ ରକ୍ତରେ ଥିବା ଆଣ୍ଟିବଡି ଚିହ୍ନଟ କରିବା ପାଇଁ ELISA ପରୀକ୍ଷା ମଧ୍ୟ ବ୍ୟବହୃତ ହେଉଛି । ସୂଚନାନୁସାରେ, ବର୍ତ୍ତମାନ ପୁଣେ ଏବଂ ମଣିପାଲର ଭାଇରୋଲୋଜି ଲ୍ୟାବରେ ଏହା ପରୀକ୍ଷା କରାଯାଉଛି। ବର୍ତ୍ତମାନ କେରଳରେ ପରୀକ୍ଷା କରିବା ପାଇଁ କୌଣସି ସୁବିଧା ନାହିଁ।

ଜୀବାଣୁ ବିସ୍ତାରକୁ ରୋକିବା ପାଇଁ ପ୍ରୋଟୋକଲ୍ ଅନୁସରଣ କରନ୍ତୁ:-

ନିପା ଚିକିତ୍ସା ତଥା ପ୍ରତିରୋଧ ପାଇଁ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଏକ ପ୍ରୋଟୋକଲ୍ ଜାରି କରାଯାଇଛି। ସମସ୍ତେ ଏହି ନିର୍ଦ୍ଦେଶାବଳୀ ଅନୁସରଣ କରିବା ଉଚିତ । ନିପା ସଂକ୍ରମିତ ମୃତ ଶରୀରରୁ ବିସ୍ତାର ହୋଇପାରେ । ତେଣୁ ମୃତ ଶରୀରର ଅନ୍ତିମ ସଂସ୍କାର କରିବା ସମୟରେ ନିର୍ଦ୍ଦେଶାବଳୀକୁ କଡାକଡି ପାଳନ କରାଯିବା ଉଚିତ୍ । ଯେଉଁମାନେ ଅନ୍ତିମ ସତ୍କାର ପାଇଁ ଯାଇଥବେ ସେମାନେ PPE କିଟ୍ ପିନ୍ଧିବା ଉଚିତ୍ ଏବଂ ସେମାନେ ମୃତକଙ୍କ ଶରୀରର ତରଳ ପଦାର୍ଥ ସଂସ୍ପର୍ଶରେ ନ ଆସିବା ଉଚିତ୍ । ଏଥି ସହିତ, ଅନ୍ତିମ ସଂସ୍କାରରେ ଯୋଗଦେଉଥିବା ଲୋକଙ୍କ ସଂଖ୍ୟାକୁ କମ୍ କରାଯିବା ଉଚିତ୍ । ଅନ୍ତିମ ସଂସ୍କାରରେ ଉପସ୍ଥିତ ଥିବା ସମସ୍ତ ଲୋକ ଭଲ ଭାବେ ଗାଧୋଇ ସଫା ହେବା ଆବଶ୍ୟକ ।

କେରଳ ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ ବର୍ତ୍ତମାନ 251 ଜଣଙ୍କ ଏକ ତାଲିକା ପ୍ରସ୍ତୁତ କରାଯାଇଛି । ସେଥିମଧ୍ୟରୁ 32 ଜଣଙ୍କ ଅବସ୍ଥା ବିପଜ୍ଜନକ ରହିଛି । 2018 ଏବଂ 2019 ରେ ନିପା ସଂକ୍ରମଣକୁ ସଫଳତାର ସହ ମୁକାବିଲା କରିବାରେ କେରଳର ଅଭିଜ୍ଞତା ଚଳିତ ବର୍ଷ ମଧ୍ୟ ସହାୟକ ହେବ ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.