ETV Bharat / bharat

Centra Vista: ସେଣ୍ଟ୍ରାଲ ଭିଷ୍ଟା ଓ ଏହାର ପୁର୍ନବିକାଶ ଯୋଜନା କ'ଣ

author img

By

Published : May 28, 2023, 10:10 AM IST

ସେଣ୍ଟ୍ରାଲ ଭିଷ୍ଟା ହେଉଛି କେନ୍ଦ୍ର ସରକାରଙ୍କ ମହତ୍ବାକାଂକ୍ଷୀ ପୁର୍ନବିକାଶ ଯୋଜନା । ଏହା ଅଧିନରେ ନୂଆ ସଂସଦ ଭବନର ନିର୍ମାଣ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ଓ ଉପରାଷ୍ଟ୍ରପତିଙ୍କ ଆବାସ ସହ ମନ୍ତ୍ରଣାଳୟ ଗୁଡିକର କାର୍ଯ୍ୟାଳୟ ଏବଂ ଅନେକ ଗୁଡିକ ବିଲ୍ଡିଂକୁ ଅତ୍ୟାଧୁନିକ ସୁବିଧା ସୁଯୋଗ ସହ ପୁର୍ନିବିକାଶ ଓ ସ୍ଥାନାନ୍ତରଣ କରାଯିବ । ଅଧିକ ପଢନ୍ତୁ

What is Centra Vista
What is Centra Vista

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନରୁ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ ୩.୨ କିଲୋମିଟର ବ୍ୟାପ୍ତ ଅଞ୍ଚଳକୁ ସେଣ୍ଟ୍ରାଲ ଭିଷ୍ଟା କହନ୍ତି । ଦିଲ୍ଲୀର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ଅନ୍ୟତମ ଏହି ଅଞ୍ଚଳରେ ରାଷ୍ଟ୍ରପତି ଭବନ, ସଂସଦ ଭବନ, ନର୍ଥ ଓ ସାଉଥ ବ୍ଲକ, ଇଣ୍ଡିଆ ଗେଟ, ରାଷ୍ଟ୍ରୀୟ ଅଭିଲେଖାଗାର, କୃଷି ଭବନ, ପ୍ରତିରକ୍ଷା ଭବନ ସହିତ ବିଭିନ୍ନ ପ୍ରତିଷ୍ଠିତ ଅଟ୍ଟାଳିକା ରହିଛି । ଏହି ଆଇକନିକ ବିଲ୍ଡିଂ ଗୁଡିକୁ ୧୯୩୧ ପୂର୍ବରୁ ଅର୍ଥାତ୍ ନୂତନ ରାଜଧାନୀ ଉଦଘାଟନର ଅବ୍ୟବହିତ ପୂର୍ବରୁ ନିର୍ମାଣ କରାଯାଇଥିଲା ।

ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପର ଉଦ୍ଦେଶ୍ୟ ଏଠାରେ ଥିବା ଅଟ୍ଟାଳିକା ଗୁଡିକର ନବୀକରଣ ତଥା ପୁର୍ନବିକାଶ କରିବା । ପ୍ରସ୍ତାବିତ ମାଷ୍ଟରପ୍ଲାନରେ ନୂତନ ସଂସଦ ଭବନ ନିର୍ମାଣ ଶେଷ ହୋଇଥିବାବେଳେ ପ୍ରଧାନମନ୍ତ୍ରୀ ଓ ଉପରାଷ୍ଟ୍ରପତିଙ୍କ ବାସଭବନ ସମେତ ଏକ କେନ୍ଦ୍ରୀୟ ସଚିବାଳୟର ନିର୍ମାଣ କରାଯିବ । ଏହି ପୁର୍ନବିକାଶ ପ୍ରକଳ୍ପରେ ରାଷ୍ଟ୍ରପତି ଭବନରୁ ଇଣ୍ଡିଆ ଗେଟ୍ ଯାଏଁ ଯାଇଥିବା ୩ କିମି ଦୀର୍ଘ କର୍ତ୍ତବ୍ୟ ପଥର ସୌନ୍ଦର୍ଯ୍ୟକରଣ ପ୍ରସ୍ତାବ ମଧ୍ୟ ସାମିଲ ରହିଥିଲା । ସେଣ୍ଟ୍ରାଲ ଭିଷ୍ଟା ଅଞ୍ଚଳରେ ନର୍ଥ ଓ ସାଉଥ ବ୍ଲକକୁ ସଂଗ୍ରହାଳୟ କରାଯିବ ଓ ଏହା ସ୍ଥାନରେ ନୂଆ ଭବନର ତିଆରି କରାଯିବ । ମେଗା ପ୍ରକଳ୍ପରେ ସଂସଦ ଲାଇବ୍ରେରୀ, ସାଂସଦଙ୍କ ଚାମ୍ବର, କେତେକ ମନ୍ତ୍ରଣାଳୟର ନୂତନ କାର୍ଯ୍ୟାଳୟ ନିର୍ମାଣ ମଧ୍ୟ ଅନ୍ତର୍ଭୁକ୍ତ ।

କର୍ତ୍ତବ୍ୟପଥ: କର୍ତ୍ତବ୍ୟପଥ ପୂର୍ବରୁ ରାଜପଥ ନାମରେ ଜଣାଶୁଣା ଥିଲା । ଭାଇସରାୟ ହାଉସ ଏବଂ ବ୍ରିଟିଶ ରାଜର ପ୍ରତୀକ ରୂପେ ଏହାର ଡିଜାଇନ କରାଯାଇଥିଲା । ୱାଶିଂଟନର ନ୍ୟାସନାଲ ମଲ୍ ଏବଂ ପ୍ୟାରିସର ଆଭିନ୍ୟୁ ଡି ଚ୍ୟାମ୍ପ୍ସ ଏଲିସିସରୁ ଅନୁପ୍ରାଣିତ ହୋଇ ଏହାର ରୂପରେଖ ପ୍ରସ୍ତୁତ ହୋଇଥିଲା । ଏହି କର୍ତ୍ତବ୍ୟପଥ ୩ କିଲୋମିଟର ଯାଏଁ ପରିବ୍ୟାପ୍ତ । ବ୍ରିଟିଶ ଶାସନ କାଳରେ ଏହି ମାର୍ଗକୁ କିଙ୍ଗ୍ସ ୱେ କୁହାଯାଉଥିଲା । ହେଲେ ସ୍ବାଧୀନତା ପରେ ନାମ ବଦଳି ରାଜପଥ ହୋଇଥିଲା । ଯାହାକୁ ସେଣ୍ଟ୍ରାଲ ଭିଷ୍ଟା ପୁର୍ନବିକାଶ ଯୋଜନାରେ ସୌନ୍ଦର୍ଯ୍ୟକରଣ କରାଯାଇ କର୍ତ୍ତବ୍ୟପଥ ନାମରେ ନାମିତ କରାଯାଇଛି । ସେହିପରି ସେତେବେଳରେ ଭାଇସରାୟ ହାଉସ ଏବେକାର ରାଷ୍ଟ୍ରପତି ଭବନ ଓ ଅଲ୍ ଇଣ୍ଡଆ ୱାର ମେମୋରିଆଲକୁ ଇଣ୍ଡିଆ ଗେଟ୍ କୁହାଯାଉଛି । ନିକଟରେ ପ୍ରଧାନମନ୍ତ୍ରୀ ଏହି କର୍ତ୍ତବ୍ୟପଥର ଉଦଘାଟନ କରିଥିଲେ । ଏଠାରେ ସାଧାରଣତନ୍ତ୍ର ଦିବସ ପରେଟ, ଜାତୀୟସ୍ତରୀୟ କାର୍ଯ୍ୟକ୍ରମ ଓ ସମାରୋହ ଅନୁଷ୍ଠିତ ହୋଇଥିଲା ।

ସାଧାରଣ ସଚିବାଳୟ: ବର୍ତ୍ତମାନ ସେଣ୍ଟ୍ରାଲ ଭିଷ୍ଟା ଭିତରେ ୩୯ଟି ମନ୍ତ୍ରଣାଳୟ ରହିଛି, ଅନ୍ୟ ୧୨ଟି ମନ୍ତ୍ରଣାଳୟ ଭିଷ୍ଟା ବାହାରେ ଅବସ୍ଥିତ । ସେଣ୍ଟ୍ରାଲ ଭିଷ୍ଟା ପୁର୍ନବିକାଶ ପ୍ରକଳ୍ପ ଅଧିନରେ ସମସ୍ତ ୫୧ ମନ୍ତ୍ରଣାଳୟକୁ ଗୋଟିଏ ସ୍ଥାନରେ ଏକତ୍ର କରିବାକୁ ଯୋଜନା କରାଯାଇଛି । ପ୍ରସ୍ତାବିତ ମନ୍ତ୍ରଣାଳୟ କାର୍ଯ୍ୟାଳୟ ଗୁଡିକ ଅତ୍ୟାଧୁନିକ ସୁବିଧା ସୁଯୋଗ ସହ ନିର୍ମାଣ କରାଯିବ । ସେହିପରି ବର୍ତ୍ତମାନ ଭିଷ୍ଟା ପରିସରରେ ଥିବା କୋଠା ଗୁଡିକର ନବୀକରଣ କରାଯିବ, ଯେଉଁଥିରେ ପ୍ରାୟ ୫୪ ହଜାର କର୍ମଚାରୀଙ୍କ ରହିବା ଭଳି ସୁବିଧା ରହିବ । ଯାହାକି ମନ୍ତ୍ରଣାଳୟର ଉଭୟ ବର୍ତ୍ତମାନ ଓ ଭବିଷ୍ୟତର ଆବଶ୍ୟକତା ପୂରଣ କରିବାରେ ସକ୍ଷମ ହେବ ।

ବର୍ତ୍ତମାନ ରାଜପଥର ଦୁଇପାର୍ଶ୍ବରେ ସ୍ଥିତ କେନ୍ଦ୍ରୀୟ ସଚିବାଳୟର କାର୍ଯ୍ୟାଳୟ ଯାହା ମଧ୍ୟରେ ନିର୍ମାଣ ଭବନ, ଉଦ୍ୟୋଗ ଭବନ, କୃଷି ଭବନ, ଶାସ୍ତ୍ରୀ ଭବନ, ଜାତୀୟ ସଂଗ୍ରହାଳୟ, ଉପରାଷ୍ଟ୍ରପତି ବାସଭବନ ରହିଛି, ଏଗୁଡିକର ପୁର୍ନବିକାଶ କରାଯିବ । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକୁ ସାଉଥ ବ୍ଲକର ପଛରେ ଥିବା ପ୍ଲଟ ୩୬ ଓ ୩୮ ପରିସରରେ ଆଉ ଏକ ନୂଆ କାର୍ଯ୍ୟାଳୟକୁ ସ୍ଥାନାନ୍ତରିତ କରାଯିବ ।

ଇନ୍ଦିରା ଗାନ୍ଧୀ ନ୍ୟାସନାଲ ସେଣ୍ଟର ଫର ଆର୍ଟ୍ସ(IGNA): ଇନ୍ଦିରା ଗାନ୍ଧୀ ନ୍ୟାସନାଲ ସେଣ୍ଟର ଫର ଆର୍ଟ୍ସ ହେଉଛି ଏକ କଳା କେନ୍ଦ୍ର ଏବଂ ସଂସ୍କୃତି ମନ୍ତ୍ରଣାଳୟ ଅନ୍ତର୍ଗତ ଏକ ସ୍ବୟଂଶାସିତ ଅନୁଷ୍ଠାନ । ୧୯୮୬ ମସିହାରେ ଆର୍କିଟେଷ୍ଟ ରାଲ୍ପ ଲରର୍ନର ଏହି ବିଲ୍ଡିଂର ଡିଜାଇନ ପ୍ରସ୍ତୁତ କରିଥିଲେ । ମାତ୍ର ସେତେବେଳେ କେବଳ ଲାଇବ୍ରେରୀ ନିର୍ମାଣ ହୋଇପାରିଥିଲା । ହେଲେ ବର୍ତ୍ତମାନ ଏହା ମଧ୍ୟରେ ଟେକ୍ନୋଲୋଜି ସମର୍ଥିତ କ୍ଷେତ୍ର, ଅଭିଲେଖାଗାର କୋଠରୀ, ଷ୍ଟୋରେଜ ଏବଂ ଆରାମଦାୟକ କାର୍ଯ୍ୟକ୍ଷେତ୍ର ରହିଛି । କିନ୍ତୁ ସମ୍ପ୍ରତି ଅତ୍ୟାଧୁନିକ ଭିତ୍ତିଭୂମି ଆବଶ୍ୟକ କରୁଥିବା IGNAକୁ ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ ଅଧିନରେ ପୁର୍ନବିକାଶ କରାଯାଇ ନୂତନ ଓ ଅତ୍ୟାଧୁନିକ ସୁବିଧା ସହ ପ୍ରସ୍ତୁତ କରାଯିବ । ଯାହା ମଧ୍ୟରେ ଜନସଭା, ପ୍ରଦର୍ଶନୀ, ପ୍ରଶାସନିକ, ଶୈକ୍ଷିକ ଓ ସଙ୍ଗୀତ କାର୍ଯ୍ୟକ୍ରମ ପାଇଁ ସୁବିଧା ରହିବ ।

ପ୍ରଧାନମନ୍ତ୍ରୀ ଓ ଉପରାଷ୍ଟ୍ରପତିଙ୍କ ବାସଭବନ: ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ ଅଧିନରେ ବର୍ତ୍ତମାନ ମୌଲାନା ଆଜାଦ ରୋଡରେ ଥିବା ଉପରାଷ୍ଟ୍ରପତିଙ୍କ ବାସଭବନକୁ ନର୍ଥ ବ୍ଲକ ପଛରେ ବ୍ଲକ ଏଲ ଓ ବ୍ଲକ ଏମକୁ ସ୍ଥାନାନ୍ତରିତ କରାଯିବ । ଗୋପନୀୟତା ଓ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯାଇ ଏହି ପ୍ରସ୍ତାବିତ ନୂଆ ବିଲ୍ଡିଂରେ ରାଷ୍ଟ୍ରପତିଙ୍କ ଆବାସ, କାର୍ଯ୍ୟାଳୟ ଏବଂ ଅନ୍ୟାନ୍ୟ ସୁବିଧା ରହିବ । ସେହିପରି ବର୍ତ୍ତମାନ ଲୋକକଲ୍ୟାଣ ମାର୍ଗରେ ଥିବା ପ୍ରଧାନମନ୍ତ୍ରୀଙ୍କ ବାସଭବନ ମଧ୍ୟରେ ସାଉଥ ବ୍ଲକକୁ ସ୍ଥାନାନ୍ତରିତ ହେବ ।

ଜାତୀୟ ସଂଗ୍ରହାଳୟ: ଜାତୀୟ ସଂଗ୍ରହାଳୟକୁ ଗ୍ରାଣ୍ଡ ନର୍ଥ ଓ ସାଉଥ ବ୍ଲକକୁ ସ୍ଥାନାନ୍ତର କରାଯିବ । ଏହାକୁ ଦେଶର ସମୃଦ୍ଧ ଐତିହ୍ୟ ଓ ଉପଲବ୍ଧି ଗୁଡିକର ସମସାମୟିକ ଓ ଆକର୍ଷଣୀୟ ଢଙ୍ଗରେ ପ୍ରଦର୍ଶନ କରିବା ଲାଗି ରୂପାନ୍ତରିତ କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.