ETV Bharat / bharat

ଗଣେଶଙ୍କ ଆବାହନ ନେଇ ରହିଛି ସ୍ବତନ୍ତ୍ର ବିଧି, ବିଶେଷ ସାମଗ୍ରୀ ସହ ପୂଜା ପାଆନ୍ତି ଗଜାନନ - ଗଣେଶ ପୂଜା ୨୦୨୨ ସାମଗ୍ରୀ

ଶେଷ ଅମୃତ ବା ମାହେନ୍ଦ୍ର ବେଳାରେ ଗଣେଶଙ୍କୁ ପୂଜାର୍ଚ୍ଚନା କରିବା ବିଧି ରହିଛି(Ganesh Chaturthi 2022 ) । ଲମ୍ବୋଦରଙ୍କ ପୂଜା ପାଇଁ କେତେକ ବିଶେଷ ସାମଗ୍ରୀର ମଧ୍ୟ ଆବଶ୍ୟକ ରହିଥାଏ । ଅଧିକ ପଢ଼ନ୍ତୁ

Ganesh Chaturthi: ଗଜାନନଙ୍କ ଆବାହନ ନେଇ ରହିଛି ସ୍ବତନ୍ତ୍ର ବିଧି, ବିଶେଷ ସାମଗ୍ରୀ ସହ ପୂଜା ପାଆନ୍ତି ବିଦ୍ୟାଦାତା

author img

By

Published : Sep 2, 2022, 7:17 AM IST

ହାଇଦ୍ରାବାଦ: ମହାଆଡ଼ମ୍ବରରେ ଚାଲିଛି ବକ୍ରତୁଣ୍ଡଙ୍କ ଆବାହନ(Ganesh Chaturthi 2022 ) । କେତେ ପୂଜା ମଣ୍ଡପରେ କେତେ ରୂପରେ ସେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ତାହାର ହିସାବ ନାହିଁ । ଅଗ୍ରପୂଜ୍ୟଙ୍କ ଆବାହନ ନେଇ ନାନା ପ୍ରସ୍ତୁତି କରିଛି ପୂଜା କମିଟି । ବିଶେଷ ଅମୃତ ବା ମାହେନ୍ଦ୍ର ବେଳାରେ ଗଣେଶଙ୍କୁ ପୂଜାର୍ଚ୍ଚନା କରିବା ବିଧି ରହିଛି । ତା ସହିତ ଲମ୍ବୋଦରଙ୍କ ପୂଜା ପାଇଁ କେତେକ ବିଶେଷ ସାମଗ୍ରୀର ମଧ୍ୟ ଆବଶ୍ୟକ ରହିଥାଏ । ଆଜି ଆମେ ଗଜାନନଙ୍କ ପୂଜାର ବିଧି, ପୂଜା ପାଇଁ ବିଶେଷ ସାମଗ୍ରୀ ଓ ପୂଜା ପାଇଁ ଅମୃତ ବେଳା ବିଷୟରେ ଆଲୋଚନା କରିବା । ଏହି ବିଧି ଅନୁଯାୟୀ ପ୍ରତ୍ୟେକ ମଣ୍ଡପରେ ବିଦ୍ୟାଦାତାଙ୍କୁ ପୂଜା କରାଯାଏ ।

ଜ୍ଞାନ ଓ ସୁଭାଗ୍ୟଦାତା ହେଉଛନ୍ତି ପ୍ରଭୁ ଗଣେଶ । ହିନ୍ଦୁ ଶାସ୍ତ୍ର ଅନୁଯାୟୀ ସେ ଭାଦ୍ରବ ମାସ ଶୁକ୍ଲପକ୍ଷ ଚତୁର୍ଥୀରେ ଜନ୍ମ ଗ୍ରହଣ କରିଥିଲେ । ଇଂରାଜୀ କ୍ୟାଲେଣ୍ଡରରେ ଏହି ଦିନ ଅଗଷ୍ଟରୁ ସେପ୍ଟେମ୍ବର ମାସରେ ପଡ଼ିଥାଏ । ଚତୁର୍ଥୀରେ ବିଶେଷ ଅମୃତ ବା ମାହେନ୍ଦ୍ର ବେଳାରେ ଗଜାନନଙ୍କ ଆଗମନ କରାଯାଇଥାଏ । ଚଳିତ ବର୍ଷ ଅଗଷ୍ଟ ମାସ ୩୦ ତାରିଖ ପ୍ରାତଃ ୩.୨୨ ମିନିଟ୍‌ରୁ ଅଗଷ୍ଟ ୩୧ ତାରିଖର ୩.୨୨ ମିନିଟ୍‌ ପର୍ଯ୍ୟନ୍ତ ଏହି ବେଳା ରହିଥିଲା । ଏହି ସମୟରେ ପ୍ରତ୍ୟେକ ପୂଜା ମଣ୍ଡପରେ ଅଗ୍ରପୂଜ୍ୟଙ୍କୁ ପୂଜା କରାଯାଇଛି ।

ଗଣେଶଙ୍କ ପୂଜା ବିଧି

ଦ୍ରିକ ପଞ୍ଚାଙ୍ଗ ମୁତାବକ ମଧ୍ୟାହ୍ନ କାଳରେ ଗଣେଶଙ୍କ ପୂଜା କରାଯାଏ । ଏହି ସମୟରେ ହିଁ ଗଣେଶ ଜନ୍ମ ଗ୍ରହଣ କରିଥିବା ମାନ୍ୟତା ରହିଛି । ଗଣେଶ ଚତୁର୍ଥୀରେ ଚନ୍ଦ୍ରକୁ ଦେଖିବାରୁ ବାରଣ କରାଯାଇଥାଏ । କାରଣ ଚନ୍ଦ୍ରମା ମିଥ୍ୟା କଳଙ୍କ ମିଥ୍ୟା ଦୋଷ ଦେଇଥାଏ । ଯାହାର ଅର୍ଥ ମିଥ୍ୟା ଚୋରିର ଅଭିଯୋଗ ଦେଇଥାଏ ଚନ୍ଦ୍ର । ଚଳିତ ବର୍ଷ ଅଗଷ୍ଟ ୩୦ ତାରିଖରେ ଭୋର ୩.୩୩ ମିନିଟ୍‌ରୁ ୮.୩୯ମିନିଟ ପର୍ଯ୍ୟନ୍ତ ଚନ୍ଦ୍ରଙ୍କୁ ଦେଖିବାକୁ ବାରଣ କରାଯାଇଥିଲା । ଏହାପରେ ପୁନଃ ଅଗଷ୍ଟ ୩୧ ତାରିଖରେ ସକାଳ ୯.୨୬ ମିନିଟ୍‌ରୁ ରାତି ୯.୧୧ ମିନିଟ୍‌ ପର୍ଯ୍ୟନ୍ତ ଚନ୍ଦ୍ର ଦେଖିବାରୁ ବାରଣ ରହିଥିଲା ।

ଗଜାନନଙ୍କ ପୂଜା ସାମଗ୍ରୀ

ଘରକୁ ବା ପୂଜା ମଣ୍ଡପକୁ ଏକଦନ୍ତଙ୍କ ଆଗମନ ପରେ ଚତୁର୍ଥୀରେ ତାଙ୍କ ପୂଜା ଆରମ୍ଭ କରାଯାଏ । ଏଥିପାଇଁ କେତେକ ବିଶେଷ ସାମଗ୍ରୀର ଆବଶ୍ୟକତା ରହିଥାଏ । ପଞ୍ଚାମୃତ, ନାଲି କପଡ଼ା, ଯଜ୍ଞ ସୂତା, ହାତରେ ବାନ୍ଧିବା ପାଇଁ ସୂତା, ପଇତା, ନଡ଼ିଆ, ରାଶିଲଡ଼ୁ, ଗୁଆ, ଲବଙ୍ଗ, ପଞ୍ଚମେୱା, ଘିଅ, କର୍ପୂର ଓ ଗଙ୍ଗାଜଳ ମୁଖ୍ୟତଃ ଗଣେଶଙ୍କ ପୂଜାରେ ବ୍ୟବହାର ହୋଇଥାଏ । ଏହାଛଡ଼ାରେ ଭାରତ ବିଭିନ୍ନ ପ୍ରାନ୍ତରେ ଅନ୍ୟ ପୂଜା ସାମଗ୍ରୀ ଯୋଡ଼ା ଯାଇଥାଏ ।

ଗଣେଶ ପୂଜା ନୀତି

ଗଜାନନଙ୍କ ଆରାଧନା ପାଇଁ ପ୍ରାତଃ ସକାଳୁ ଉଠି ପ୍ରଥମେ ଗଣେଶଙ୍କୁ ଧ୍ୟାନ କରି ସ୍ନାନ କରିବା ପରେ ପୂଜା ମଣ୍ଡପକୁ ଧୋଇ ପବିତ୍ର କରାଯାଇଥାଏ । ଏହାପରେ ନିଜେ ନୂତନ ବସ୍ତ୍ର ଧାରଣ କରିବା ପରେ ପ୍ରଭୁଙ୍କ ନିକରେ ଦୀପ ପ୍ରଜ୍ଜଳନ କରାଯାଇଥାଏ । ଏହାପରେ ଆଳତୀ କରାଯାଇଥାଏ । ଏହାବ୍ୟତୀତ ଅଧିକାଂଶ ସ୍ଥାନରେ ଗଣେଶଙ୍କ ସ୍ଥାନ ପବିତ୍ର କରିବା ପରେ ପୁରୋହିତ କିମ୍ବା ବ୍ରାହ୍ମଣ ଆସି ଅନ୍ୟାନ ନୀତି କରିଥାଆନ୍ତି । ଏହି ଦିନ ଅଧିକାଂଶ ସ୍ଥାନରେ ଗଣେଶଙ୍କ ଆଶୀର୍ବାଦ ପାଇଁ ଭକ୍ତବୃନ୍ଦ ଉପବାସ କରିଥାଆନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.