ETV Bharat / bharat

ଗାନ୍ଧିଜୀଙ୍କ ପ୍ରିୟ ଭଜନ 'ବୈଷ୍ଣବ ଜନ'କୁ ୫୦୦ ବର୍ଷ, ଛୁଆଁଅଛୁଆଁ ଭେଦଭାବକୁ କରିଥିଲା ବିଲୋପ - ବୈଷ୍ଣବ ଜନ

ମହାତ୍ମା ଗାନ୍ଧୀଙ୍କ ପ୍ରିୟ ଭଜନ 'ବୈଷ୍ଣବ ଜନ'କୁ ପୁରିଛି ୫୦୦ ବର୍ଷ । କେବଳ ଗୁଜୁରାଟବାସୀଙ୍କ କଣ୍ଠରୁ ଶୁଣାଯାଉଥିବା ଏହି ଗୀତଟି ଧୀରେ ଧୀରେ ସାରା ଦେଶରେ କୋଣ-ଅନୁକୋଣରେ ପହଞ୍ଚିଥିଲା । ଏହି ଗୀତଟି ପ୍ରତ୍ୟେକ ଧର୍ମ ମଧ୍ୟରେ ଭେଦଭାବକୁ ବିଲୋପ କରିଥିଲା । ଗାନ୍ଧିଜୀ ଏହି ଗୀତର ପ୍ରକୃତ ତାତ୍ପର୍ଯ୍ୟକୁ ବୁଝିଥିଲେ ଏବଂ ଗୀତଟିକୁ ଚିରଦିନ ପାଇଁ ଅମର ବନାଇଥିଲେ । ଅଧିକ ପଢନ୍ତୁ...

ଗାନ୍ଧିଜୀଙ୍କ ପ୍ରିୟ ଭଜନ 'ବୈଷ୍ଣବ ଜନ'କୁ ୫୦୦ ବର୍ଷ, ଛୁଆଁଅଛୁଆଁ ଭେଦଭାବକୁ କରିଥିଲା ବିଲୋପ

author img

By

Published : Oct 2, 2021, 4:30 PM IST

ହାଇଦ୍ରାବାଦ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରିୟ ଭଜନ 'ବୈଷ୍ଣବ ଜନ ତୋ ତେନେ କହିୟେ ଜେ ପିଡ଼ ପରାୟି ଜାଣେ ରେ' ଗୀତକୁ ପୁରିଛି ୫୦୦ ବର୍ଷ । ପ୍ରାୟ ୪୦୦ ବର୍ଷ ପର୍ଯ୍ୟନ୍ତ କେବଳ ଗୁଜୁରାଟବାସୀଙ୍କ କାନରେ ଗୁ଼ଞ୍ଜରିତ ହେଉଥିଲା ଏହି ଗୀତ । କିନ୍ତୁ ୧୯୨୦ ମସିହାରେ ଯେତେବେଳେ ଏହି ଭଜନଟି ସାବରମତୀ ଆଶ୍ରମରେ ବାଜିଥିଲା, ସେତେବେଳେ ଦେଶର କୋଣ-ଅନୁକୋଣରେ ଦେଖିବାକୁ ମିଳିଥିଲା ଏହି ସଙ୍ଗୀତର ଯାଦୁ । ଏହାପରେ ଗତ ୨୦୧୮ ମସିହା ଅକ୍ଟୋବର ୨ ତାରିଖରେ ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ୧୨୪ ଦେଶର ଗାୟକ ପୁଣି ଗୀତଟିକୁ ଗାଇଥିଲେ । ଗୀତଟି ଯେକୌଣସି ଭାଷାରେ ହୋଇଥାଉ ନା କାହିଁକି କାନରେ ବାଜିବା ମାତ୍ରେ ଆଖି ଆଗରେ ନାଚି ଉଠେ ଗାନ୍ଧିଜୀଙ୍କ ପ୍ରତିମା ।

ଗାନ୍ଧିଜୀଙ୍କ ପ୍ରିୟ ଭଜନ 'ବୈଷ୍ଣବ ଜନ'କୁ ୫୦୦ ବର୍ଷ, ଛୁଆଁଅଛୁଆଁ ଭେଦଭାବକୁ କରିଥିଲା ବିଲୋପ

ଏହି ଗୀତଟିର ରଚନା କବି ନରସି ମେହତା କରିଥିଲେ ବୋଲି କୁହାଯାଏ । ଯେତେବେଳେ ଗାନ୍ଧିଜୀ ୧୮୬୯ ମସିହାରେ ଜନ୍ମ ନେଇଥିଲେ, ସେତେବେଳ ପର୍ଯ୍ୟନ୍ତ ଗୀତଟି କେବଳ ଗୁଜୁରାଟବାସୀଙ୍କ ସ୍ବରରେ ରହିଥିଲା । ଗୀତଟିର ପଂକ୍ତିଗୁଡି଼କ ଏପରି ଥିଲା ଯେ ପ୍ରାୟ ୪୦୦ ବର୍ଷ ପର୍ଯ୍ୟନ୍ତ ଲୋକମାନଙ୍କ ମୁଖରେ ବଞ୍ଚି ରହିଥିଲା ଏହି ଗୀତ । ଏହି ଗୀତର ଭାଷା ବୁଝି ହେଉନଥିଲେ ମଧ୍ୟ କାନରେ ବାଜିବା ମାତ୍ରେ ମନପ୍ରାଣରେ ଭରି ଯାଉଥିଲା ଶାନ୍ତି ।

ସାବରମତୀ ଆଶ୍ରମରେ ପ୍ରତି ଧର୍ମାବଲମ୍ବୀ ଗାଉଥିଲେ 'ବୈଷ୍ଣବ ଜନ':-

ମହାତ୍ମା ଗାନ୍ଧୀଙ୍କ ଜୀବନୀକୁ ନେଇ ନାରାୟଣ ଦେଶାଇ ଲେଖିଛନ୍ତି ଯେ ଯଦିଓ ଏହି ଭଜନ 1920 ମସିହାରେ ସାବରମତୀ ଆଶ୍ରମରେ ପ୍ରାତଃକାଳୀନ ଭଜନ ସହିତ ଜଡିତ ଥିଲା, କିନ୍ତୁ ଏହାପୂର୍ବରୁ ଗୀତଟି ଗାନ୍ଧୀଙ୍କ ସହ ଦକ୍ଷିଣ ଆଫ୍ରିକାକୁ ଅର୍ଥାତ 7 ହଜାର କିଲୋମିଟର ଯାତ୍ରା କରିଥିଲା । ନାରାୟଣ ତାଙ୍କ ପୁସ୍ତକ 'ମେରେ ଗାନ୍ଧୀ'ରେ ଲେଖିଛନ୍ତି ଯେ ଆଶ୍ରମରେ ରହୁଥିବା ବିଭିନ୍ନ ଧର୍ମର ଲୋକମାନେ ପ୍ରାୟ ବାପୁଙ୍କ ପ୍ରିୟ ଭଜନ 'ବୈଷ୍ଣବ ଜନ' ଗୀତଟିକୁ ଗାଉଥିଲେ । ଏହି ଗୀତଟି ତାଙ୍କ ଆଦର୍ଶ ମନୁଷ୍ୟର ଗୁଣ ବର୍ଣ୍ଣନା କରେ ବୋଲି ଲୋକମାନେ ବିଶ୍ବାସ ରଖୁଥିଲେ । ନାରାୟଣ ଦେଶାଇ ଗାନ୍ଧିଜୀଙ୍କ ସଚିବ ମହାଦେବ ଦେଶାଇଙ୍କ ପୁତ୍ର ଥିଲେ । ସେ ଜୀବନର ପ୍ରଥମ 23 ବର୍ଷ ଗାନ୍ଧିଜୀଙ୍କ ଆଶ୍ରମରେ ଅତିବାହିତ କରିଥିଲେ ।

ଦାଣ୍ଡିଯାତ୍ରାରେ ମଧ୍ୟ 'ବୈଷ୍ଣବ ଜନ' ଗୀତକୁ ଗୁଣୁ ଗୁଣାଉଥିଲେ ଗାନ୍ଧିଜୀ:-

ଗାନ୍ଧିଜୀଙ୍କ ଜୀବନକାଳ ମଧ୍ୟରେ ଏହି ଗୀତଟିର ଲୋକପ୍ରିୟତା ବଢିଥିଲା । ଗୀତଟିକୁ ପ୍ରଥମେ ଗୋଟୁବଦ୍ୟମ ନାରାୟଣ ଆୟଙ୍ଗରଙ୍କ ଭଳି ଗାୟକ ଓ ବାଦକମାନେ ସାବରମତୀ ଆଶ୍ରମରେ ଭଜନଟିକୁ ଗାଇଥିଲେ । ଏହାପରେ ବିଭିନ୍ନ ବାଦ୍ୟଯନ୍ତ୍ର ତାଳରେ ଏହି ଗୀତଟି ପ୍ରତିଦିନ ସାବରମତୀ ଆଶ୍ରମରେ ପ୍ରାର୍ଥନା ବୋଲାଯାଉଥିଲା । ସ୍ବାଧୀନତା ସଂଗ୍ରାମ ସମୟରେ ଏହି ଗୀତଟି ପ୍ରତ୍ୟେକ ଧର୍ମ ମଧ୍ୟରେ ଭେଦଭାବକୁ ବିଲୋପ କରିଥିଲା । ନାରାୟଣ ଦେଶାଇ ଗାନ୍ଧୀଙ୍କ ଜୀବନୀରେ ଲେଖିଛନ୍ତି ଯେ 1930 ମସିହାରେ, ଦାଣ୍ଡି ଯାତ୍ରା ସମୟରେ ବାପୁ 24 ଦିନରେ 340 କିଲୋମିଟର ଯାତ୍ରା କରିଥିଲେ । ଏହି ସମୟରେ ଗାନ୍ଧୀ ଏବଂ ଅନ୍ୟ ସ୍ବାଧୀନତା ସଂଗ୍ରାମୀମାନେ 'ବୈଷ୍ଣବ ଜନ' ଗୀତକୁ ଗାଇଥିଲେ । ଦାଣ୍ଡିଯାତ୍ରା ଆରମ୍ଭ ହେବା ମାତ୍ରେ ଗାନ୍ଧୀଙ୍କୁ ତାଙ୍କ ସହକର୍ମୀ କାକା କାଲେଲକରଙ୍କ ଦ୍ବାରା ଏକ ବାଡି ଉପସ୍ଥାପନ କରାଯାଇଥିଲା ଏବଂ ଅନ୍ୟ ଜଣେ ସହକର୍ମୀ ନାରାୟଣ ଖେର 'ବୈଷ୍ଣବ ଜନ' ଗୀତ ଗାଇଥିଲେ ।

କାହିଁକି ଏହି ଗୀତକୁ ଚୟନ କରିଥିଲେ ଗାନ୍ଧିଜୀ:-

'ବୈଷ୍ଣବ ଜନ' ଗୀତର ରଚୟିତା ନରସି ମହେତା ତଥା ନରସି ଭଗତ ଗୁଜୁରାଟର ଜଣେ ଲୋକପ୍ରିୟ ବେଷ୍ଣବ ଧର୍ମର ସନ୍ଥ ଥିଲେ । ସେ ବେଷ୍ଣବ ଧର୍ମାବଲମ୍ବୀଙ୍କ ଜୀବନୀ, ଆଦର୍ଶ ଓ ମାନସିକତାକୁ ନେଇ ଏହି ଗୀତ ଲେଖିଥିଲେ । ନରସି ୧୪୧୪ ମସିହାରେ ଗୁଜୁରାଟ ଜୁନାଗଡ଼ର ନିକଟବର୍ତ୍ତୀ ଗ୍ରାମ ତଲାଜାରେ ହୋଇଥିଲା । ସେ ଜଣେ କୃଷ୍ଣ ଭକ୍ତ ଥିଲେ । ସେ ଛୁଆଁଅଛୁଆଁ ଭେଦଭାବକୁ ମାନୁନଥିଲେ । ହରିଜନଙ୍କ ବସ୍ତିକୁ ଯାଇ ତାଙ୍କ ସହ ମିଶି କୀର୍ତ୍ତନ କରୁଥିଲେ । ଏଥିଲାଗି ତାଙ୍କୁ ବହିଷ୍କାର କରାଯାଇଥିଲା । ଏଥିରେ ପ୍ରଭାବିତ ହୋଇ ନରସି ଦଳିତ ବର୍ଗଙ୍କ ପାଇଁ 'ହରିଜନ' ଶବ୍ଦଟିକୁ ବାଛିଥିଲେ ।

ତେବେ ଗାନ୍ଧିଜୀ ଏହି ଗୀତର ପ୍ରକୃତ ତାତ୍ପର୍ଯ୍ୟକୁ ବୁଝିଥିଲେ ଏବଂ ଗୀତଟିକୁ ଚିରଦିନ ପାଇଁ ଅମର ବନାଇଥିଲେ । ଗାନ୍ଧୀଙ୍କ ପରେ ମଧ୍ୟ 'ବୈଷ୍ଣବ ଜନ' ସଙ୍ଗୀତଟି ଅନେକଙ୍କ ମନ କିଣିଛି । ସ୍ବାଧୀନତା ପରେ ଏହି ଗୀତଟି ସରକାରୀ ସମାରୋହରେ ରାଷ୍ଟ୍ରୀୟ ଗୀତ ବନିଥିଲା । ଏହାପରେ ଦେଶର ଅନେକ କଣ୍ଠଶିଳ୍ପୀ ନିଜ କୋକିଳ କଣ୍ଠରେ ଏହି ଗୀତଟିକୁ ଗାନ କରିଥିଲେ । ଏବେ ଏହି ଗୀତଟି ଦେଶର କୋଣ-ଅନୁକୋଣରେ ପହଞ୍ଚିଛି । ମୂଳରୂପରେ ଗୀତଟି ଗୁଜୁରାଟୀ ଭାଷାରେ ଲେଖାଯାଇଥିବା ବେଳେ ପରେ ଏହାକୁ ଭାରତର ଏକାଧିକ ଆଞ୍ଚଳିକ ଭାଷାରେ ଅନୁବାଦ କରାଯାଇଥିଲା । ଅନେକ ଅଞ୍ଚଳର ଲୋକପ୍ରିୟ କଣ୍ଠଶିଳ୍ପୀ ଏହି ଗୀତଟିକୁ ଗାଇଥିଲେ । ଇଟିଭି ଭାରତ ମଧ୍ୟ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ୧୩ଟି ଭାଷାରେ ଏହି ଗୀତଟିର ନୂଆ ସଂସ୍କରଣ ବାହାର କରିଥିଲା । ଏବେ ଯେଉଁଠି ଗାନ୍ଧିଜୀ, ସେହିଠି 'ବୈଷ୍ଣବ ଜନ'....

ଆପଣ ବି ପଢନ୍ତୁ ଏହି ଭଜନ..

ବୈଷ୍ଣବ ଜନ ତୋ ତେନେ କହିୟେ, ଜେ ପିଡ଼ ପରାୟି ଜାଣେ ରେ

ପର ଦୁଃଖେ ଉପକାର କରେ ତୋୟେ, ମନ ଅଭିମାନ ନା ଆଣେ ରେ

ବୈଷ୍ଣବ ଜନ ତୋ ତେନେ କହିୟେ ଜେ ପିଡ଼ ପରାୟି ଜାଣେ ରେ

ସକଠ୍ଠ ଲୋକ ମାନ ସହୁନେ, ବନ୍ଦେ ନିନ୍ଦା ନ କରେ କେନି ରେ

ବାଚ କାଛ ମନ ନିଶ୍ଚଠ୍ଠ ରାଖେ ଧନ ଧନ ଜନନୀ ତେନି ରେ

ରାମ ଦୃଷ୍ଟି ନେ ତୃଷ୍ଣା ତ୍ୟାଗି ପର ସ୍ତ୍ରୀ ଜେନେ ମାତ ରେ

ଜିହ୍ବା ଥକି ଅସତ୍ୟ ନା ବୋଲେ ପର ଧନ ନୱ ଝାଲି ହାଥ ରେ

ମୋହ ମାୟା ବ୍ୟାପେ ନହି ଜେନେ ଦ୍ରିଢ ବୈରାଗ୍ୟ ଜେନା ମନ ମାନ ରେ

ରାମ ନାମ ସୁନ ତ୍ୟାଠ୍ଠୀ ଲାଗୀ ସକଠ୍ଠ ତିରଥ ତେନା ତନ ମାନ ରେ

ବଣ ଲୋଭି ନେ କପଟ-ରହିତ ଛେ କାମ କ୍ରୋଧ ନିର୍ବାୟା ରେ

ବମେ ନରସୈୟୋ ତେନୁନ ଦର୍ଶନ କର୍ତ୍ତା କୁଠ୍ଠ ଏକୋତେରେ ତାରୟା ରେ

ପର ଦୁଖେ ଉପକାର କରେ ତୋୟେ ମନ ଅଭିମାନ ନା ଆଣେ ରେ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.