ETV Bharat / bharat

Sidhu Moosewala Killing: ହତ୍ୟା ପଛରେ ଗୋଲ୍ଡି, ଜାଣନ୍ତୁ କିଏ ଏହି ଗ୍ୟାଙ୍ଗଷ୍ଟାର ?

author img

By

Published : May 30, 2022, 1:44 PM IST

ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ମୃତ୍ୟୁ ପରେ ଚର୍ଚ୍ଚାକୁ ଆସିଛି କାନାଡା ଗ୍ୟାଙ୍ଗଷ୍ଟାର ଗୋଲ୍ଡି ବରାଡ଼ଙ୍କ ନାଁ । ଏହି ହତ୍ୟାକାଣ୍ଡ ଲାଗି ସେ ନିଜକୁ ଦାୟୀ କରିଛନ୍ତି । ତେବେ ଆସନ୍ତୁ ଜାଣିବା କିଏ ଏହି କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଗୋଲ୍ଡି ବରାଡ଼ । ଅଧିକ ପଢନ୍ତୁ

Sidhu Moosewala killing: ନିଜକୁ ଦାୟୀ କଲା ଗୋଲ୍ଡି, ଜାଣନ୍ତୁ କିଏ ଏହି ଗ୍ୟାଙ୍ଗଷ୍ଟାର ?

ଚଣ୍ଡିଗଡ଼: ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା(Sidhu Moosewala killing) କରାଯାଇଛି । ଏହି ହତ୍ୟାକାଣ୍ଡ ଘଟଣାରେ ନିଜକୁ ଦାୟୀ କରିଛି କାନାଡା ଗ୍ୟାଙ୍ଗଷ୍ଟାର ଗୋଲ୍ଡି ବରାଡ଼ । ଯାହାର ପ୍ରକୃତ ନାମ ହେଉଛି ସତିନ୍ଦର ସିଂ । ଏହି ଅପରାଧୀ ଜଣକ ଭାରତରେ ଅନେକ ଅପରାଧିକ ମାମଲାରେ ଜଡ଼ିତ ରହିଛି । ଗୋଲ୍ଡି ଏବେ କାନାଡ଼ାରେ ରହୁଛି । ଚଳିତ ମାସରେ ହିଁ ଫେରୋଜପୁର କୋର୍ଟ ଗୋଲ୍ଡି ବିରୋଧରେ ଜାମିନ ବିହୀନ ଗିରଫ ୱାରେଣ୍ଟ(non-Bailable arrest warrant) ଜାରି କରିଥିଲେ । ଏହି ଗ୍ୟାଙ୍ଗଷ୍ଟାରକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଥିବା ବେଳେ ଆସନ୍ତୁ ଜାଣିବା କିଏ ଏହି ଗୋଲ୍ଡି ବରାର ?

କାନାଡା ଗ୍ୟାଙ୍ଗଷ୍ଟାର ଗୋଲ୍ଡି ବରାଡ଼ର ଫେସବୁକ ପୋଷ୍ଟ

ରବିବାର ପଞ୍ଜାବର କଂଗ୍ରେସ ନେତା ତଥା ଲୋକପ୍ରିୟ ଗାୟକ ସିଦ୍ଧୁ ମୁସେଓ୍ବାଲା(Sidhu Moosewala's murder)ଙ୍କୁ ଅତି ନିର୍ମମ ଭାବେ ଗୁଳି କରି ହତ୍ୟା କରାଯାଇଥିଲା । ଗୋଲ୍ଡି ଏକ ଫେସବୁକ ପୋଷ୍ଟ ମାଧ୍ୟମରେ ଏହି ହତ୍ୟାକାଣ୍ଡରେ ନିଜକୁ ଦାୟୀ କରିଥିଲା । ଏପରି ପୋଷ୍ଟ ପରେ ପୁଣି ଗୋଲ୍ଡିକୁ ନେଇ ଚର୍ଚ୍ଚା ହେଉଛି । ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ଓ ଗୋଲ୍ଡିର ୩ ଜଣ ସହଯୋଗୀଙ୍କୁ ଗତ ମେ ୧ ତାରିଖରେ ଆଣ୍ଟି- ଗ୍ୟାଙ୍ଗଷ୍ଟାର ଟାସ୍କ ଫୋର୍ସ(AGTF) ଭଟିଣ୍ଡାରୁ ଗିରଫ କରିଥିଲା ।

ଜିଲ୍ଲା ଯୁବ କଂଗ୍ରେସ ସଭାପତି ଗୁରଲାଲ ସିଂ ପେହଲୱାନଙ୍କୁ ହତ୍ୟା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ଏକ ରିପୋର୍ଟ ଅନୁସାରେ, ଗୋଲ୍ଡି ମାଲୱା ନିକଟରେ ଆଉ ଏକ ହମଲା କରିବା ପାଇଁ ଯୋଜନା କରୁଥିଲେ । ପୋଲିସ ତାଙ୍କ କବଳରୁ ୩୦ କୈଲିବରର ୨ଟି ପିସ୍ତଲ ଓ ୩୨ କୈଲିବରର ୨ଟି ପିସ୍ତଲ, ୨୦ଟି ଗୁଳି ଓ I20 କାର ଜବତ କରିଥିଲା ।

ଏହା ବି ପଢନ୍ତୁ- Moosewala's Murder: ହତ୍ୟା ପାଇଁ ନିଜକୁ ଦାୟୀ କଲା କାନାଡ଼ା ଗ୍ୟାଙ୍ଗଷ୍ଟାର ଗୋଲ୍ଡି ବରାଡ଼

  • କିଏ ଗୋଲ୍ଡି ବରାଡ଼ ?

କାନାଡା ଗ୍ୟାଙ୍ଗଷ୍ଟାର ଗୋଲ୍ଡି ବରାଡ଼ର ପ୍ରକୃତ ନାମ ହେଉଛି ସତିନ୍ଦର ସିଂ । ଅନ୍ୟତମ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସର ସହଯୋଗୀ ହେଉଛି ଗୋଲ୍ଡି । ଜିଲ୍ଲା ଯୁବ କଂଗ୍ରେସ ସଭାପତି ଗୁରଲାଲ ସିଂ ପେହଲୱାନଙ୍କ ହତ୍ୟାକାଣ୍ଡରେ ଏମାନେ ଜଡ଼ିତ ଥିବା ବେଳେ ସେ ଏବେ କାନାଡ଼ାରେ ରହୁଛି । ପଞ୍ଜାବର ଫରିଦକୋଟ ଜିଲ୍ଲାର ଅଧିବାସୀ ହେଉଛି ଗୋଲ୍ଡି । ଗୋଲ୍ଡି ଓ ଲରେନ୍ସ କିଛି ବର୍ଷ ଧରି ପଞ୍ଜାବରେ ହଇଚଇ ସୃଷ୍ଟି କରିଆସୁଛନ୍ତି । ଉଭୟ ନିଜ ଶତ୍ରୁର ନିକଟତମ ବ୍ୟକ୍ତିଙ୍କୁ ଟାର୍ଗେଟ କରି ହତ୍ୟା କରିଥାନ୍ତି । ଲରେନ୍ସ ଏବେ ଜେଲରେ ଥିବାରୁ ଏଭଳି ଢଙ୍ଗରେ ମାତିଛି ଗୋଲ୍ଡି ।

  • ମୋଷ୍ଟ ୱାଣ୍ଟେଡ ତାଲିକାରେ ଗୋଲ୍ଡି:-

ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ମାନସା ଜିଲ୍ଲାର ଏସଏସପି କହିଛନ୍ତି ଯେ, ଏହି ହତ୍ୟାକାଣ୍ଡ ଏକ ଗ୍ୟାଙ୍ଗଷ୍ଟରର କାମ ବୋଲି ମନେ ହେଉଛି । ପଞ୍ଜାବୀ ଗାୟକ ସିଦ୍ଧୁଙ୍କ ହତ୍ୟା ପାଇଁ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାଡ଼ ଦାୟୀ ବୋଲି ଏକ ଫେସବୁକ ପୋଷ୍ଟରେ ଭାଇରାଲ ହେବାରେ ଲାଗିଛି । ଖବର ଅନୁଯାୟୀ, ଗୋଲ୍ଡି କାନାଡାରେ ରହୁଛି, ଗୋଲ୍ଡି ବରାଡ଼ ପୋଲିସ ତାଲିକାରେ ମୋଷ୍ଟ ୱାଣ୍ଟେଡ ଗ୍ୟାଙ୍ଗଷ୍ଟର ଭାବେ ରହିଛି ।

  • କିପରି ହେଲା ସିଦ୍ଧୁଙ୍କ ହତ୍ୟା ?

ପଞ୍ଜାବ ଡିଜିପି ସିଦ୍ଧୁଙ୍କ ହତ୍ୟାକାଣ୍ଡକୁ ନେଇ କହିବାନୁସାରେ ସିଦ୍ଧୁ ମୁସେୱାଲା ସନ୍ଧ୍ୟା ପ୍ରାୟ ୫ଟା ବେଳେ ନିଜ କାରରେ ଯାଉଥିଲେ । କାର ସିଦ୍ଧୁ ନିଜେ ଚଲାଉଥିଲେ । ଆଗରୁ ୨ଟି କାରରେ ଆସୁଥିବା କିଛି ଆକ୍ରମଣକାରୀ ତାଙ୍କ ଉପରେ ଗୁଳା ଚାଳନା କରିଥିଲେ । ଯେଉଁଥିରେ ସିଦ୍ଧୁଙ୍କ ମୃତ୍ୟୁ ଘଟିଛି । ଡିଜିପି କହିଛନ୍ତି ଯେ ଏହି ହତ୍ୟାକାଣ୍ଡ ଗୋଷ୍ଠୀ ବିବାଦକୁ ନେଇ ଘଟିଛି । ମିଡୁ ଖେଡା ହତ୍ୟାକାଣ୍ଡରେ ସିଦ୍ଧୁଙ୍କ ପୂର୍ବ ମ୍ୟାନେଜରଙ୍କ ନାଁ ସାମନାକୁ ଆସିଥିଲେ, ଯିଏକି ଏବେ ଅଷ୍ଟ୍ରେଲିଆରେ ରହୁଛନ୍ତି । ଏହାର ଜବାବରେ ଏହି ହତ୍ୟାକାଣ୍ଡକୁ ନେଇ ଲରେନ୍ସ ବିଷ୍ଣୋଇଙ୍କ ଗ୍ୟାଙ୍ଗ ନିଜକୁ ଦାୟୀ କରିଛି ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.