ETV Bharat / bharat

କୋଇଲା ଦୁର୍ନୀତି ମାମଲା କଣ ? ଦିଦିଙ୍କ ପୁତୁରା ଦେହରେ ଲାଗିଛି ଯାହାର କଳାଦାଗ...

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ କୋଇଲା ଦୁର୍ନୀତି ଅଭିଯୋଗରେ ସିବିଆଇ ଜାଲରେ ଛନ୍ଦି ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ । ତେବେ ଆସନ୍ତୁ ଜାଣିବା କଣ ଏହି କୋଇଲା ଦୁର୍ନୀତି ମାମଲା । ଅଧିକ ପଢନ୍ତୁ...

author img

By

Published : Feb 21, 2021, 9:57 PM IST

କୋଇଲା ଦୁର୍ନୀତି ମାମଲା କଣ? ଦିଦିଙ୍କ ପୁତୁରା ଦେହରେ ଲାଗିଛି ଯାହାର କଳା ଦାଗ...

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ବାକି ରହିଛି ଆଉ ଅଳ୍ପ ଦିନ । ଏହାର ଅବ୍ୟବହିତ ପୂର୍ବରୁ ସିବିଆଇ ଜାଲରେ ଛନ୍ଦି ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ । ଚଳିତ ବିଧାନସଭା ନିର୍ବାଚନରେ ଅଭିଷେକ ବାନାର୍ଜୀ ହାଇପ୍ରୋଫାଇଲ ଚେହେରା ହୋଇଥିବା ବେଳେ ନିଜ ପୁତୁରାକୁ ମୁଖ୍ୟମନ୍ତ୍ରୀ କରିବାକୁ ଜୋରଶୋରରେ ଲାଗି ପଡିଛନ୍ତି ଦିଦି । ହେଲେ ଦିଦିଙ୍କ ଏହି ସ୍ବପ୍ନ ପୁରା ହେବା ପୂର୍ବରୁ ଅଭିଷେକଙ୍କ ପରିବାରରେ ପଞ୍ଝା ମାରିଛି ସିବିଆଇ ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ ଗଡରେ ଜଣେ ପରେ ଜଣେ ନେତା ଦଳ ବଦଳ ଜାରି ରଖିଥିବା ମଧ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଲାଗିଛି ଆଉ ଏକ ବଡ ଝଟକା । ଏଥର କୌଣସି ନେତା ଦଳ ଛାଡି ନାହାନ୍ତି ବରଂ ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ଘରେ ପଶି ନୋଟିସ ଧରାଇଛି ସିବିଆଇ ।

ଦିଦିଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ସ୍ତ୍ରୀ ରୁଜୀରା ନରୁଲ୍ଲାଙ୍କୁ ସିବିଆଇ ସମନ ଜାରି କରିଛି । ସିବିଆଇର ଏକ ଟିମ କୋଇଲା ଦୁର୍ନୀତି ମାମଲାରେ ରବିବାର ଅଭିଷେକଙ୍କ ଘରେ ପହଞ୍ଚିଥିଲା । ତେବେ ପ୍ରଥମ ଥର ପାଇଁ ଏହି ମାମଲାରେ ଜେରା କରିବାକୁ ଟିଏମସି ସାଂସଦଙ୍କ ଘରକୁ ନୋଟିସ ପଠାଇଛି ସିବିଆଇ । 24 ଘଣ୍ଟା ମଧ୍ୟରେ ଏହି ମାମଲାରେ ସିବିଆଇ ପକ୍ଷରୁ ଆରମ୍ଭ ହେବ ଜେରା ।

2020 ଶେଷରେ ସିବିଆଇ କୋଇଲା ଦୁର୍ନୀତି ମାମଲାର ଛାନଭିନର ଗତିକୁ ବଢାଇଦେଇଥିଲା । ଏହି ମାମଲା ପଶ୍ଚିମବଙ୍ଗର ଆସାନସୋଲ, ଦୁର୍ଗାପୁର, ବାଙ୍କୁଡା ଓ ପୁରୁଲିଆରେ ଅବୈଧ କୋଇଲା ଉତ୍ତୋଳନ ଓ ଏହାର ଚୋରାଚାଲାଣ ସହିତ ଜଡିତ ।

ଝାଡଖଣ୍ଡର ଧନବାଦ ଓ ପଶ୍ଚିମବଙ୍ଗର ଆସାନସୋଲ ପୁରୁଲିଆ, ବାଙ୍କୁରା ରେଞ୍ଜ କୋଇଲା ଖଣିରେ ପରିବ୍ୟାପ୍ତ । ଏଠାରେ ଏପରି କିଛି ଖଣି ରହିଛି, ଜାହା ବର୍ଷ ବର୍ଷରୁ ବନ୍ଦ ପଡିଛି । ଏହା ବ୍ୟତୀତ ଇସିଏଲର ଖଣି ମଧ୍ଯ ଏଠାରେ ରହିଛି । ଏହି ଅବୈଧ କୋଇଲାର କାରବାର କୋଟି କୋଟି ଟଙ୍କା ବୋଲି କୁହାଯାଏ । ଏଠାରେ ଥିବା ଅବୈଧ କୋଇଲା ଖଣିରେ ପଶି କୋଇଲା କଢାଯାଏ ଓ ଏହାକୁ ଟ୍ରକ ଜରିଆରେ ବାହାର ରାଜ୍ୟକୁ ପଠାଯାଏ ।

ଅନୁମ ମାଝି ତଥା ଲାଲାକୁ ପଶ୍ଚିମବଙ୍ଗର କୋଇଲା ଚୋରାଚାଲାଣର କିଙ୍ଗପିନ ବୋଲି କୁହାଯାଏ । ଦୀର୍ଘ ମାସରୁ ଲାଲାର ଘରେ ସିବିଆଇ ଅନେକ ଥର ଚଢାଉ କରିଆସିଛି । ତା ଘରେ ନୋଟିସ ମଧ୍ୟ ଲଗାଇଛି ସିବିଆଇ । ହେଲେ ଏବେସୁଦ୍ଧା ସିବିଆଇ ତାକୁ ଧରିବାରେ ରହିଛି ବିଫଳ । ମାମାରେ ଦ୍ବିତୀୟ ମୁଖ୍ୟ ଅଭିଯୁକ୍ତ ହେଉଛି ବିନୟ ମିଶ୍ର, ଯିଏ କି ଅଭିଷେକ ବାନାର୍ଜୀଙ୍କ ବେଶ ନିକଟତର ।

ପୂର୍ବରୁ ମଧ୍ୟ ସିବିଆଇ ଅଭେଷକଙ୍କ ନିକଟତରଙ୍କ ବିରୋଧରେ ବିଭିନ୍ନ ସ୍ଥାନରେ ଚଢାଉ କରିସାରିଛି । 31 ଡିସେମ୍ବର 2020ରେ କୋଲକାତାରେ ତୃଣମୂଳ କଂଗ୍ରେସର ସାଧାରଣ ସମ୍ପାଦକ ବିନୟ ମିଶ୍ରଙ୍କ ଘରେ ଚଢାଉ କରାଯାଇଥିଲା । ବିନୟ ମିଶ୍ର ଅଭିଷକଙ୍କ ବେଶ ନିକଟତର । ସେହିପରି 28 ଡିସେମ୍ବର 2020ରେ କୋଲକାତା ସମେତ 3ଟି ରାଜ୍ୟର ପାଖାପାଖି 40ରୁ ଅଧିକ ସ୍ଥାନରେ ଚଢାଉ କରିଥିଲା ସିବିଆଇ ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଅଭିଷକ ସିବିଆଇ ଜାଲରେ ଛନ୍ଦି ହେବା ଘଟଣା ଦିଦିଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ତେବେ ଅଭିଷେକ ଏହି ଜାଲରୁ ମୁକୁଳୁଛନ୍ତି ନା କୋଇଲା ଦୁର୍ନୀତିର କଳା ଦାଗ ତାଙ୍କ ଉପରେ ଲାଗୁଛି ତାହା ଆଗାମୀ ଦିନରେ ଜଣାପଡିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.