ETV Bharat / bharat

ଅପରେସନରେ ସାଙ୍ଘାତିକ ତ୍ରୁଟି, ୫ ବର୍ଷ ଧରି ଯୁବକଙ୍କ ପେଟରେ ରହିଛି ଛୁରୀ - ଅପରେସନରେ ଅବହେଳା

ଗୁଜୁରାଟର ଅଙ୍କଲେଶ୍ବର ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମନାକୁ ଆସିଛି । ୫ ବର୍ଷ ଧରି ଯୁବକଙ୍କ ପେଟରେ ଛୁରୀ ରହିଥିବା ଜଣାପଡିଛି । ଅଧିକ ପଢନ୍ତୁ

knife found in stomach
୫ ବର୍ଷ ଧରି ପେଟରେ ଛୁରୀ
author img

By ETV Bharat Odisha Team

Published : Oct 29, 2023, 7:36 PM IST

୫ ବର୍ଷ ଧରି ପେଟରେ ଛୁରୀ

ଅହମ୍ମଦାବାଦ: ଗୁଜୁରାଟର ଅଙ୍କଲେଶ୍ବର ଅଞ୍ଚଳରୁ ଏପରି ଏକ ଘଟଣା ସାମନାକୁ ଆସିଛି ଯାହା ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ପାଖାପାଖି ୫ ବର୍ଷ ଧରି ଯୁବକଙ୍କ ପେଟରେ ରହିଛି ଛୁରୀ । ଭରୁଚ ସିଭିଲ ହସ୍ପିଟାଲର ଡାକ୍ତରଙ୍କ ଅବହେଳା ଯୋଗୁଁ ଏପରି ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ଅଙ୍କଲେଶ୍ବର ଗାର୍ଡେନ ସିଟି ଅଞ୍ଚଳର ଅତୁଲ ଗିରି ନାମକ ଜଣେ ଯୁବକଙ୍କ ଶରୀରରେ ଆଘାତ ଲାଗିଥିଲା । ତେଣୁ ସେ ଚିକିତ୍ସା ପାଇଁ ଭରୁଚ ସିଭିଲ ହସ୍ପିଟାଲକୁ ଯାଇଥିଲେ ।

ଆଉ ସେଠାରେ ତାଙ୍କର ଚିକିତ୍ସା କରାଯାଇଥିଲା । ହେଲେ ଡାକ୍ତରଙ୍କ ବେପରୁଆ ଅପରେସନ ଯୋଗୁ ତାଙ୍କ ପେଟରେ ଛୁରୀଟି ରହିଯାଇଥିବା ଜଣାପଡିଛି । ଦୀର୍ଘ ୫ ବର୍ଷ ହେବ ଛୁରୀଟି ତାଙ୍କ ପେଟ ଭିତରେ ରହିଥିବାବେଳେ ଦିନକୁ ଦିନ ଯନ୍ତ୍ରଣା ବଢିବାରେ ଲାଗିଲା । କିଛି ଦିନ ବ୍ୟବଧାନରେ ଯନ୍ତ୍ରଣା ଅନୁଭବ କରୁଥିଲେ ଅତୁଲ । ଏଥିପାଇଁ ଡାକ୍ତରଙ୍କୁ ପରାମର୍ଶ କରି ଅନେକ ଔଷଧ ଖାଇଥିଲେ ମଧ୍ୟ ଯନ୍ତ୍ରଣା କମିନଥିଲା ।

ଆଉ ଶେଷରେ ଯନ୍ତ୍ରଣା ଅସହ୍ୟ ହେବାରୁ ସେ ପୁନର୍ବାର ଚିକିତ୍ସା ପାଇଁ ଏକ ଘରୋଇ ଡାକ୍ତରଖାନାକୁ ଆସିଥିଲେ । ସେଠାରେ ଡାକ୍ତର ତାଙ୍କୁ ସମ୍ପୂର୍ଣ୍ଣ ଶରୀର ପରୀକ୍ଷା (Full Body Check Up) ପାଇଁ ପରାମର୍ଶ ଦେଇଥିଲେ । ଏନେଇ ତାଙ୍କର X-Ray କରାଯିବା ପରେ ସାଙ୍ଘାତିକ ତଥ୍ୟ ସାମନାକୁ ଆସିଥିଲା । ଅତୁଲଙ୍କ ପେଟରେ ଏକ ଛୁରୀ ରହିଥିବା ନେଇ X-Ray ରିପୋର୍ଟରୁ ଜଣାପଡିଥିଲା ।

ଏହା ବି ପଢନ୍ତୁ...ଘରୋଇ ହସ୍ପିଟାଲରେ ଗର୍ଭବତୀଙ୍କ ମୃତ୍ୟୁ, ଡାକ୍ତରଙ୍କ ଅବହେଳା ନେଇ ଅଭିଯୋଗ ଆଣିଲେ ପରିବାର ଲୋକ

ଏହା ବି ପଢନ୍ତୁ...ଡାକ୍ତରଙ୍କର ହେୟଜ୍ଞାନ ପାଇଁ ହୋଇପାରିଲାନାହିଁ ଇସିଜି ଟେଷ୍ଟ: ଶେଷରେ ପ୍ରାଣହରାଇଲେ ବୃଦ୍ଧ

ଏସବୁ ଦେଖିବା ପରେ ଚକିତ ହୋଇଯାଇଥିଲେ ଡାକ୍ତର । ପେଟ ଭିତରୁ ଛୁରୀ କେମିତି ଆସିଲା ପଚାରିବାରୁ ୫ ବର୍ଷ ତଳର ଘଟଣା ବିଷୟରେ କହିଥିଲେ ଅତୁଲ । ତେବେ ଆସନ୍ତା ୨ରୁ ୩ ଦିନ ଭିତରେ ଅତୁଲଙ୍କର ଅପରେସନ ହେବ ବୋଲି ଜଣାପଡିଛି । ଏହି ଅପରେସନରେ ତାଙ୍କ ପେଟ ଭିତରେ ରହିଥିବା ଛୁରୀଟିକୁ ବାହାର କରାଯିବ । ଡାକ୍ତରଙ୍କ ଅବହେଳା ଯୋଗୁ କେତେବେଳେ ରୋଗୀର ଜୀବନ ଯାଉଛି ତ ଆଉ କେତେବେଳେ ଅପରେସନରେ ତ୍ରୁଟି ଯୋଗୁ ପେଟ ଭିତରେ ଛୁରୀ ଏବଂ ଅନ୍ୟାନ୍ୟ ଜିନିଷ ରହିଯାଉଛି । ଦେଶର ଅନେକ ସ୍ଥାନରେ ଏଭଳି ଘଟଣା ଦେଖିବାକୁ ମିଳୁଥିବାବେଳେ ଅପରେସନ ସମୟରେ ଡାକ୍ତର ଅଧିକ ସତର୍କତା ଅବଲମ୍ବନ କରିବା ନେଇ ମତ ପ୍ରକାଶ ପାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.