ETV Bharat / bharat

ଆସିଲା କେକେଙ୍କ ପୋଷ୍ଟମର୍ଟମ ରିପୋର୍ଟ: ହାର୍ଟରେ ଥିଲା ବ୍ଲକେଜ, CPR ପାଇଥିଲେ ବଞ୍ଚି ଯାଇଥାନ୍ତା ଜୀବନ କହିଲେ ଡାକ୍ତର - କେକେଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ

କେକେଙ୍କ ହାର୍ଟରେ ଥିଲା ବ୍ଲକେଜ । ଷ୍ଟେଜ ପର୍ଫମାନ୍ସ ବେଳେ ଉତ୍ସାହିତ ହୋଇ ପଡିବାରୁ ରକ୍ତ ସଞ୍ଚାଳନରେ ସୃଷ୍ଟି ହୋଇଥିଲା ସମସ୍ୟା । ସଠିକ ସମୟରେ CPR ପାଇଥିଲେ କେକେଙ୍କୁ ବଞ୍ଚାଯାଇ ପାରିଥାନ୍ତା ବୋଲି କହିଲେ ମୃତଦେହ ବ୍ୟବଚ୍ଛେଦ କରିଥିବା ଡାକ୍ତର । ଅଧିକ ପଢନ୍ତୁ

କେକେଙ୍କ ହାର୍ଟରେ ଥିଲା ବ୍ଲକେଜ, CPR ପାଇଥିଲେ ବଞ୍ଚିଯାଇଥାନ୍ତା ଜୀବନ: Doctor

author img

By

Published : Jun 2, 2022, 9:49 PM IST

କୋଲକାତା: ଲୋକପ୍ରିୟ କଣ୍ଠଶିଳ୍ପୀ କେକେଙ୍କ ଅକାଳ ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରୁନାହଁଁ ସମଗ୍ର ଦେଶ । ମୃତ୍ୟୁର କାରଣକୁ ନେଇ ବିଭିନ୍ନ ଅନୁମାନ ଲଗାଯାଉଥିବା ବେଳେ ମୃତଦେହ ବ୍ୟବଚ୍ଛେଦ କରିଥିବା ଡାକ୍ତରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । କେକେଙ୍କର ହାର୍ଟରେ ଏକାଧିକ ବ୍ଲକେଜ ସମସ୍ୟା ଥିଲା । ତେବେ ଘଟଣା ଦିନ ସେ ଅସୁସ୍ଥ ଅନୁଭବ କରିବାର ସମୟରେ CPR ଦିଆଯାଇ ପାରିଥିଲେ ତାଙ୍କୁ ବଞ୍ଚାଯାଇ ପାରିଥାନ୍ତା ବୋଲି ଡାକ୍ତର କହିଛନ୍ତି ।

କେକେଙ୍କ ହାର୍ଟରେ ଥିଲା ବ୍ଲକେଜ, CPR ପାଇଥିଲେ ବଞ୍ଚିଯାଇଥାନ୍ତା ଜୀବନ: Doctor
କେକେଙ୍କ ହାର୍ଟରେ ଥିଲା ବ୍ଲକେଜ, CPR ପାଇଥିଲେ ବଞ୍ଚିଯାଇଥାନ୍ତା ଜୀବନ: Doctor

ତେବେ ଏକାଧିକ ମଞ୍ଚରେ ଲାଇଭ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିବା କେକେଙ୍କ କ୍ଷେତ୍ରରେ ଏପରି କାହିଁକି ହେଲା ତାକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି । ମୃତଦେହ ବ୍ୟବଚ୍ଛେଦ ପ୍ରକ୍ରିୟାରେ ସାମିଲ ଥିବା ଡାକ୍ତର ପ୍ରକାଶ କରିଥିବା ସୂଚନା ଅନୁସାରେ, କେକେଙ୍କ ହୃତପିଣ୍ଡରେ ଏକାଧିକ ବ୍ଲକ ରହିଥିଲା । ଲାଇଭ କାର୍ଯ୍ୟକ୍ରମରେ କେକେ ସଙ୍ଗୀତ ପରିବଷଣ ସହିତ ମଞ୍ଚରେ ଚାଲିବା ସହ ବେଶ ଉତ୍ସାହିତ ମଧ୍ୟ ନଜର ଆସିଥିଲେ । ତେଣୁ ଉତ୍ତେଜିତ ହେବା କାରଣରୁ ତାଙ୍କ ଶରୀରରେ ରକ୍ତ ସଞ୍ଚାଳନଜନିତ ସମସ୍ୟା ସୃଷ୍ଟି ହୋଇଥିବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି ଡାକ୍ତର ।

ମଙ୍ଗଳବାର କୋଲକାତାରେ ଏକ ଲାଇଭ କାର୍ଯ୍ୟକ୍ରମରେ ମଞ୍ଚରେ ସଙ୍ଗୀତ ପରିବେଷଣ ସମୟରେ ହଠାତ ଅସୁସ୍ଥ ହୋଇ ପଡିଥିଲେ କେକେ । ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଘଟଣାରେ ପୋଲିସ ଏକ ଅପମୃତ୍ୟୁ ମାମଲା ଦାଏର କରି ତଦନ୍ତ ଆରମ୍ଭ କରିଛି । କୋଲକାତାରେ କେକେ ରହୁଥିବା ହୋଟେଲରୁ ଆଣ୍ଟାସିଡି ସମ୍ପର୍କିତ କିଛି ଔଷଧ ମଧ୍ୟ ମିଳିଥିବା ପୋଲିସ କହିଛି । କେକେଙ୍କର ପୂର୍ବ ସ୍ବାସ୍ଥ୍ୟ ସମ୍ପର୍କିତ ସମସ୍ୟା ସମ୍ପର୍କରେ ଜାଣିବା ପାଇଁ ପରିବାର ସଦସ୍ୟଙ୍କ ସହ ମଧ୍ୟ କୋଲକାତା ପୋଲିସ ଆଲୋଚନା କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.