ETV Bharat / bharat

‘ହାଇଦର କିଏ, ଆମେ କ୍ଷମତାକୁ ଆସିଲେ ହାଇଦ୍ରାବାଦର ନାମ ଭାଗ୍ୟନଗର କରିବୁ’

ହାଇଦର କି’ଏ ଓ ସେ କେଉଁଠୁ ଆସିଲେ, ଆମେ କ୍ଷମତାକୁ ଆସିଲେ ହାଇଦ୍ରାବାଦ ହେବ ଭାଗ୍ୟନଗର । ପ୍ରଦେଶ ବିଜେପି ଅଧ୍ୟକ୍ଷ କିଶନ ରେଡ୍ଡୀଙ୍କ ସ୍ପଷ୍ଟୋକ୍ତି । ଅଧିକ ପଢନ୍ତୁ

‘ହାଇଦର କି’ଏ, ଆମେ କ୍ଷମତାକୁ ଆସିଲେ ହାଇଦ୍ରାବାଦର ନାମ ଭାଗ୍ୟନଗର କରିବୁ’

author img

By ETV Bharat Odisha Team

Published : Nov 27, 2023, 4:55 PM IST

ହାଇଦ୍ରାବାଦ: ତେଲେଙ୍ଗାନା ନିର୍ବାଚନ ବେଳେ ପୁଣି ଲାଇମ ଲାଇଟକୁ ଆସିଲା ରାଜଧାନୀ ହାଇଦ୍ରାବାଦର ନା ପରିବର୍ତ୍ତନ ପ୍ରସଙ୍ଗ । ପୂର୍ବରୁ ଭାରତୀୟ ଜନତା ପାର୍ଟି (ବିଜେପି)ର ଏକାଧିକ ନେତା ହାଇଦ୍ରାବାଦର ନାମ ପରିବର୍ତ୍ତନ ସମ୍ପର୍କରେ ଯୁକ୍ତି ବାଢିଥିବା ବେଳେ ଆଜି ଏହି ପ୍ରସଙ୍ଗରେ ପୁଣି ସେହି ମତକୁ ଅତି ସ୍ପଷ୍ଟତାର ସହ ଦୋହରାଇଛନ୍ତି ପ୍ରଦେଶ ବିଜେପି ଅଧ୍ୟକ୍ଷ ତଥା ପୁର୍ବତନ କେନ୍ଦ୍ରମନ୍ତ୍ରୀ କିଶନ ରେଡ୍ଡୀ । ହାଇଦର କି’ଏ, ସେ କେଉଁଠୁ ଆସିଲେ କହିବା ସହ ରାଜ୍ୟରେ ଭାରତୀୟ ଜନତା ପାର୍ଟି କ୍ଷମତାକୁ ଆସିଲେ ହାଇଦ୍ରାବାଦର ନାମ ପରିବର୍ତ୍ତନ କରାଯାଇ ‘ଭାଗ୍ୟନଗର’ ରଖାଯିବା ନେଇ କିଶନ କହିଛନ୍ତି ।

  • #WATCH | Telangana Elections | State BJP president and MP G Kishan Reddy says, "Chief Ministers Yogi Adityanath and Himanta Biswa Sarma have already said that once we come to power, we will rename Hyderabad. Madras was renamed to Chennai, Calcutta was renamed to Kolkata, Bombay… pic.twitter.com/pjonXbDOAm

    — ANI (@ANI) November 27, 2023 " class="align-text-top noRightClick twitterSection" data=" ">

ଆଜି (ସୋମବାର) ଜାତୀୟ ସରବରାହ ସଂସ୍ଥା ‘ଏଏନଆଇ’କୁ ପ୍ରତିକ୍ରିୟା ଦେଇ କିଶନ କହିଛନ୍ତି,‘‘ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଅନ୍ୟ କିଛି ଦଳୀୟ ନେତା ପୂର୍ବରୁ ଏକଥା କହି ସାରିଛନ୍ତି । ହାଇଦ୍ରାବାଦର ନାମ ପରିବର୍ତ୍ତନ ହେବ । ହାଇଦର କି’ଏ ଓ ସେ କେଉଁଠୁ ଆସିଲେ । ଦେଶର ଅନେକ ସ୍ଥାନର ନାମ ପରିବର୍ତ୍ତନ କରଯାଇଛି । ମାଡ୍ରାସକୁ ଚେନ୍ନାଇ କରାଗଲା । ବମ୍ବେକୁ ମୁମ୍ବାଇ କରାଗଲା । କଲକତାକୁ ମଧ୍ୟ କୋଲକାତା କରାଯାଇଛି । ଏପରି କି ଆମ ସରକାର ସମୟରେ ଦିଲ୍ଲୀର ରାଜପଥ କର୍ତ୍ତବ୍ୟପଥ ଭାବେ ପୁନଃନାମିତ କରାଯାଇଛି । ହାଇଦ୍ରାବାଦର ପୁରାତନ ନାମ ‘ଭାଗ୍ୟନଗର’ ଥିଲା । ନିଜାମ ଶାସନ ସମୟରେ ଏହାର ନାମ ପରିବର୍ତ୍ତନ କରାଯାଇ ହାଇଦ୍ରାବାଦ ରଖାଯାଇଥିଲା । ଆମେ ରାଜ୍ୟରେ ସରକାର ଗଠନ କଲେ ହାଇଦ୍ରାବାଦର ନାମ ପରିବର୍ତ୍ତନ କରି ଭାଗ୍ୟନଗର କରିବୁ । ’’

ଏହା ମଧ୍ୟ ପଢନ୍ତୁ :- ତିରୁପତି ବାଲାଜି ମନ୍ଦିରରେ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ, ଦେଖନ୍ତୁ କିଛି ଝଲକ

ପୂର୍ବରୁ ଏହି ନାମ ପରିବର୍ତ୍ତନ ପ୍ରସଙ୍ଗ ତେଲେଙ୍ଗାନା ରାଜନୀତିକୁ ସରଗରମ କରିଛି । ପୂର୍ବରୁ ବିଜେପି ପ୍ରଦେଶ ଅଧ୍ୟକ୍ଷ ଥିବା ବାନ୍ଦୀ ସଞ୍ଜୟ, ବିଜେପି ବିଧାୟକ ଟି.ରାଜା ସିଂ ପ୍ରମୁଖ ହାଇଦ୍ରାବାଦର ନାମ ପରିବର୍ତ୍ତନ କରି ଭାଗ୍ୟନଗର କରାଯିବା ନେଇ କହିସାରିଛନ୍ତି । ଏହାକୁ ନେଇ ସମୟେ ସମୟେ ରାଜନୀତି ମଧ୍ୟ ଜୋର ଧରିଛି । ଶାସନରେ ଥିବା ଭାରତ ରାଷ୍ଟ୍ର ସମିତି (ବିଆରଏସ) ଓ ଅସାଦୁଦ୍ଦିନ ଓଓ୍ବେସୀଙ୍କ ଦଳ ଏମଆଇଏମଆଇଏମ ନେତାମାନେ ବିଜେପିକୁ ମସାଲୋଚନା କରିବାରେ ଲାଗିଛନ୍ତି । ଏବେ ପୁଣି ନିର୍ବାଚନ ସମୟରେ ରାଜ୍ୟ ବିଜେପି ଅଧ୍ୟକ୍ଷ କିଶନ ରେଡ୍ଡୀ ଏହି ଉକ୍ତିକୁ ଦୋହରାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.