ETV Bharat / bharat

ଅଶାନ୍ତ ଦିଲ୍ଲୀ: ଟ୍ରାକ୍ଟର ରାଲି ବେଳେ 2 ମୃତ

ଟ୍ରାକ୍ଟର ରାଲି ଆଳରେ ଚାଷୀ କରିଛନ୍ତି ହିଂସା ପ୍ରଦର୍ଶନ । ଆନ୍ଦୋଳନ ସମୟରେ 2 ଚାଷୀଙ୍କ ମୃତ୍ୟୁ ହୋଇଥିବା ଜଣାପଡଜିଛି । ଅଧିକ ପଢନ୍ତୁ...

author img

By

Published : Jan 26, 2021, 5:45 PM IST

ଅଶାନ୍ତ ଦିଲ୍ଲୀ: ଟ୍ରାକ୍ଟର ରାଲି ବେଳେ 2 ମୃତ
ଅଶାନ୍ତ ଦିଲ୍ଲୀ: ଟ୍ରାକ୍ଟର ରାଲି ବେଳେ 2 ମୃତ

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ଅବସରରେ ଅଶାନ୍ତ ହୋଇଛି ଦିଲ୍ଲୀ । ଟ୍ରାକ୍ଟର ରାଲି ଆଳରେ ଚାଷୀ କରିଛନ୍ତି ହିଂସା ପ୍ରଦର୍ଶନ । କିଛି ଚାଷୀ ପୋଲିସ ଉପରକୁ ଟ୍ରାକ୍ଟର ଚଢାଇବାକୁ ଚେଷ୍ଟା କରିଥିଲେ । ତେବେ ଆନ୍ଦୋଳନ ସମୟରେ 2 ଚାଷୀଙ୍କ ମୃତ୍ୟୁ ହୋଇଥିବା ଜଣାପଡଜିଛି ।

ଅଶାନ୍ତ ଦିଲ୍ଲୀ: ଟ୍ରାକ୍ଟର ରାଲି ବେଳେ 2 ମୃତ

ITO ଛକରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିବା ବେଳେ ସେପଟେ ସିଂଘୁ ସୀମାରେ ମଧ୍ୟ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ପ୍ରଦର୍ଶନ ସମୟରେ ଆନ୍ଦୋଳନରତ ଚାଷୀ ଓ ପୋଲିସ ପରସ୍ପର ମଧ୍ୟରେ ମୁହାଁମୁହିଁ ହୋଇଥିଲେ ।

ଚାଷୀ ସମୁହ ଦାବି କରିଛନ୍ତି ଯେ ଦିଲ୍ଲୀର ଆଇଟିଓରେ ଚାଷୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହୋଇଥିବା ମୁହାଁମୁହିଁ ସମୟରେ ପୋଲିସର ଗୁଳିରେ ଉତ୍ତରାଖଣ୍ଡ ଅଧିବାସୀ ଜଣେ ବ୍ୟକ୍ତିର ମୃତ୍ୟୁ ହୋଇଛି । ଦେବେ ଦିଲ୍ଲୀ ପୋଲିସ ପକ୍ଷରୁ ଏନେଇ କୌଣସି ବୟାନ ଜାରି କରାଯାଇନାହିଁ ।

ସେପଟେ ଆଇଟିଓରେ କିଛି ଚାଷୀ ପୋଲିସ ଉପରେ ଟ୍ରାକ୍ଟର ଚଢାଇ ଦେବାକୁ ପ୍ରୟାସ କରିଥିଲେ । ପ୍ରଦର୍ଶନକାରୀ ଚାଷୀଙ୍କୁ ଘଉଡାଇବା ପାଇଁ ପୋଲିସ ଲାଠି ଚାର୍ଜ କରିବା ସହ ଲୁହବୁହା ଗ୍ୟାସ ପ୍ରୟୋଗ କରିଛି । କିଚି ପୋଲିସ ଗାଡିକୁ ମଧ୍ୟ କ୍ଷତି ପହଞ୍ଚିଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.