ETV Bharat / bharat

ଶଳା ଭିଣୋଇଙ୍କୁ ଅପହରଣ: ଗିରଫ ହେଲେ ସବ ଇନ୍ସପେକ୍ଟର ଓ କନେଷ୍ଟବଳ - ଶଳା ଭିଣୋଇଙ୍କୁ ଅପହରଣ କରି ଟଙ୍କା ମାଗିଲା ପୋଲିସ

ଟଙ୍କା ପାଇଁ ପୋଲିସ ବାବୁଙ୍କ ସାଂଘାତିକ ଷଡଯନ୍ତ୍ର । ବ୍ୟବସାୟୀ ଶଳା ଭିଣୋଇଙ୍କୁ ଅପହରଣ କରି ପରିବାରକୁ ମାଗିଲେ ୪ ଲକ୍ଷ ଟଙ୍କା । ଅଧିକ ପଢନ୍ତୁ

ଶଳା ଭିଣୋଇଙ୍କୁ ଅପହରଣ: ଗିରଫ ହେଲେ ସବ ଇନ୍ସପେକ୍ଟର ଓ କନେଷ୍ଟବଳ

author img

By

Published : Dec 14, 2022, 3:57 PM IST

ଶଳା ଭିଣୋଇଙ୍କୁ ଅପହରଣ: ଗିରଫ ହେଲେ ସବ ଇନ୍ସପେକ୍ଟର ଓ କନେଷ୍ଟବଳ

ଲକ୍ଷ୍ନୌ: ଖାକିରେ ଦାଗ । ରକ୍ଷକ ସାଜିଲା ଭକ୍ଷକ । ଟଙ୍କା ପାଇଁ ଶଳା-ଭିଣୋଇଙ୍କୁ ଅପହରଣ କଲେ ପୋଲିସ ବାବୁ । ସବ୍‌ ଇନ୍ସପେକ୍ଟର ଓ ଦୁଇ ଜଣ କେନଷ୍ଟବଳ ମିଶି ବ୍ୟବସାୟୀ ଶଳା ଓ ଭିଣୋଇଙ୍କୁ ଅପହରଣ କରି ପରିବାର ଲୋକଙ୍କୁ ୪ ଲକ୍ଷ ଟଙ୍କା ଦାବି କଲେ । ଏନେଇ ଥାନାରେ ଅଭିଯୋଗ ପରେ ଶେଷରେ ସେମାନଙ୍କ କଳା କାରନାମାର ପର୍ଦ୍ଦାଫାସ ହୋଇଛି । ଏହି ଅପହରଣ ମାମଲାରେ ପୋଲିସ ସବ୍‌ ଇନ୍ସପେକ୍ଟରଙ୍କ ସମେତ ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସମସ୍ତଙ୍କୁ ତାଜୁବ କଲାଭଳି ଏଭଳି ସାଂଘାତିକ ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶ ଆଗ୍ରା ଜିଲ୍ଲାରୁ ।

ସୂଚନା ମୁତାବକ, ଆଗ୍ରା ଜିଲ୍ଲା ମଲପୁରା ଥାନା ଅନ୍ତର୍ଗତ ଅଭୟପୁର ଗ୍ରାମ ନିବାସୀ କାଜିମ ଓ ତାଙ୍କର ଭିଣୋଇ କପଡା ବ୍ୟବୟାସୀ ଅଟନ୍ତି । କିଛି ଦିନ ତଳେ ସେମାନଙ୍କୁ କେହି ଅପହରଣ କରିଥିବା ଅଭିଯୋଗ ହୋଇଥିଲା । ଅପହରଣକାରୀ ହ୍ବାର୍ଟ୍ସଆପ କଲ୍ ଜରିଆରେ ତାଙ୍କର ପରିବାର ଲୋକଙ୍କୁ ୪ ଲକ୍ଷ ଟଙ୍କା ମାଗିଥିଲେ । ଧରା ନପଡିବାକୁ ଅଭିଯୁକ୍ତମାନେ ନିଜର ଠିକଣା ବଦଳାଇ କଲ୍ କରୁଥିଲେ । ଏନେଇ ପରିବାର ଲୋକେ ମଲପୁରା ଥାନାରେ ଅଭିଯୋଗ କରିବା ପରେ ପୋଲିସ ସେମାନଙ୍କୁ ଧରିବାକୁ ଖୋଜାଖୋଜି ଆରମ୍ଭ କରିଥିଲା । ଛାନଭିନ୍ ପରେ ଅଭିଯୁକ୍ତଙ୍କ ସମ୍ପର୍କରେ ଜଣାପଡିବା ପରେ ପୋଲିସ ଟିମ୍ ସାଧା ପୋଷାକରେ ସେମାନଙ୍କ ପିଛା କରିଥିଲା ।

ଅଭିଯୁକ୍ତମାନେ ଥରେ ଶହୀଦ ନଗର ଅଞ୍ଚଳକୁ ଯାଇ ଅପହୃତଙ୍କ ପରିବାର ଲୋକଙ୍କୁ କଲ୍ କରିଥିଲେ । ଏତିକି ବେଳେ ପୋଲିସ ସେଠାରେ ସେମାନଙ୍କୁ କାବୁ କରିନେଇଥିଲା । ଗିରଫ ଅଭିଯୁକ୍ତମାନେ ଆଗ୍ରା ସ୍ଥିତ ଆରପିଏଫ ଥାନାର ସବ ଇନ୍ସପେକ୍ଟର ସୁରେଶ, କେନଷ୍ଟବଳ ନୀରଜ ଓ ପାରୁଲ । ପୋଲିସ ସେମାନଙ୍କ ଠାରୁ ୧୨ ହଜାର ଟଙ୍କା, ଗୋଟିଏ ମୋବାଇଲ ଫୋନ ଓ କାର୍ ଜବତ କରିବା ସହ ଅପହୃତ ଶଳା ଭିଣୋଇଙ୍କୁ ଉଦ୍ଧାର କରିଛି । ତିନି ଜଣଙ୍କୁ କୋର୍ଟ ଚାଲାଣ କରାଯିବା ପରେ ଜେଲ୍ ପଠାଯାଇଥିବା ସୂଚନା ମିଳିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.