ETV Bharat / bharat

2024 polls: 5 ଦକ୍ଷିଣ ରାଜ୍ୟରେ ଦଳର ପ୍ରସ୍ତୁତି ସମୀକ୍ଷା କରିବେ ଖଡଗେ

author img

By

Published : Jul 30, 2023, 9:51 PM IST

5 ଦକ୍ଷିଣ ରାଜ୍ୟରେ ଦଳର ପ୍ରସ୍ତୁତି ସମୀକ୍ଷା କରିବେ ଖଡଗେ । ଅଗଷ୍ଟ ପହିଲାରୁ ଆରମ୍ଭ ହେବ ପର୍ଯାୟକ୍ରମେ ପ୍ରସ୍ତୁତି ବୈଠକ । ନଜର ପକାନ୍ତୁ ଦକ୍ଷିଣ ଭାରତରେ କେଉଁଠି କେମିତି ସ୍ଥିତିରେ କଂଗ୍ରେସ ।

2024 polls: 5 ଦକ୍ଷିଣ ରାଜ୍ୟରେ ଦଳର ପ୍ରସ୍ତୁତି ସମୀକ୍ଷା କରିବେ ଖଡଗେ
2024 polls: 5 ଦକ୍ଷିଣ ରାଜ୍ୟରେ ଦଳର ପ୍ରସ୍ତୁତି ସମୀକ୍ଷା କରିବେ ଖଡଗେ

ନୂଆଦିଲ୍ଲୀ: ମଣିପୁର ପ୍ରସଙ୍ଗରେ ବିରୋଧୀ ସଂସଦରେ ଅଚଳାବସ୍ଥା ଜାରି ରଖିଥିବା ବେଳେ ଦକ୍ଷିଣ 5 ରାଜ୍ୟରେ 2024 ସାଧାରଣ ନିର୍ବାଚନ ପ୍ରସ୍ତୁତି କରିବାକୁ ଯାଉଛନ୍ତି କଂଗ୍ରେସ ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେ । ଏହି 5 ରାଜ୍ୟରୁ ମୋଟ 129 ସଦସ୍ୟଙ୍କୁ ଲୋକସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରାଇବ ଦଳ । ଦଳୀୟ ନେତାଙ୍କ ଅନୁଯାୟୀ ପାର୍ଟି ହାଇକମାଣ୍ଡ ଖଡଗେ ଅଗଷ୍ଟ ପହିଲାରୁ ପ୍ରର୍ଯ୍ୟାୟକ୍ରମେ ରାଜ୍ୟଓ୍ବାରୀ ଏହି ସମୀକ୍ଷା ଶୃଙ୍ଖଳା ଆରମ୍ଭ କରିବାକୁ ଯାଉଛନ୍ତି । ସୂଚନା ଅନୁସାରେ, ଅଗଷ୍ଟ ପହିଲାରେ କେରଳ, ଅଗଷ୍ଟ 2 ତାରିଖରେ କର୍ଣ୍ଣାଟକ ଏବଂ ଅଗଷ୍ଟ 3 ତାରିଖରେ ତାମିଲନାଡୁର ନିର୍ବାଚନୀ ପ୍ରସ୍ତୁତି ସମୀକ୍ଷା କରିବେ ଖଡଗେ । ପରେ ଅନ୍ୟ ଦୁଇ ଦକ୍ଷିଣ ରାଜ୍ଯ ତେଲେଙ୍ଗାନା ଏବଂ ଆନ୍ଧ୍ର ପ୍ରଦେଶର ପ୍ରସ୍ତୁତି ମଧ୍ଯ ସମୀକ୍ଷା ହେବ । ଏହି ସମୀକ୍ଷା ବୈଠକରେ ଖଡଗେଙ୍କ ସହ ଏଆଇସିସି ସଦସ୍ୟ ଓ ଦଳର ପ୍ରଦେଶ କମିଟି ସଦସ୍ୟ ମଧ୍ୟ ଉପସ୍ଥିତ ରହିବେ ।

ନିକଟରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସର ବିଶାଳ ବିଜୟ ପରେ ପୁରା ଦକ୍ଷିଣ ଭାରତ ଏବେ ବିଜେପି ମୁକ୍ତ । ଭାରତୀୟ ଜନତା ପାର୍ଟି ଶାସନରେ ଥିବା ଏକମାତ୍ର ଦକ୍ଷିଣ ରାଜ୍ଯ କର୍ଣ୍ଣାଟକରେ କଂଗ୍ରେସ ଏବେ ପୂର୍ଣ୍ଣବହୁମତରେ ସରକାର ଚଳାଉଛି । କର୍ଣ୍ଣାଟକ ନିର୍ବାଚନ ଜନାଦେଶ ପରେ ଖଡେଗ ପ୍ରଦେଶ କଂଗ୍ରେସ ମୁଖ୍ୟ ଡି.କେ ଶିବକୁମାରଙ୍କୁ ଉପମୁଖ୍ୟମନ୍ତ୍ରୀ କରିଥିଲେ ସୁଦ୍ଧା 2024 ସଧାରଣ ନିର୍ବାଚନରେ ମଧ୍ୟ ବିଧାନସଭା ପରି ଫଳାଫଳ ନିଶ୍ଚିତ କରିବାକୁ ଦାୟିତ୍ବ ଦେଇଥିଲେ ।

କର୍ଣ୍ଣାଟକ:-

କର୍ଣ୍ଣାଟକର ମୋଟ 28 ଲୋକସଭା ଆସନ ରହିଛି । ଏଥିମଧ୍ୟରୁ ଏବେ ବିଜେପି 25ଟି ଆସନ ଜିତିଥିବା ବେଳେ କଂଗ୍ରେସ, ଜେଡି-ଏସ ଏବଂ ଜଣେ ସ୍ୱାଧୀନ ପ୍ରାର୍ଥୀ ଅବଶିଷ୍ଟ 3 ଆସନରୁ ଗୋଟଏ ଲେଖାଏଁ ଆସନ ଜିତିଛନ୍ତି । କର୍ଣ୍ଣାଟକର AICC ପ୍ରଭାରୀ ଅଭିଶେକ ଦତ୍ତ କହିଛନ୍ତି,"ଏଥର ଆମେ ରାଜ୍ୟର ସମସ୍ତ 28ଟି ସିଟ୍ ଜିତିବାକୁ ଚାହୁଁଛୁ । ଏଥିପାଇଁ ରଣନୀତି ପ୍ରସ୍ତୁତ ହେବ ।" ସେହିପରି ଏହା ପୂର୍ବରୁ ବେଙ୍ଗାଲୁରୁରେ ହିଁ ବିରୋଧୀ ଦଳଙ୍କ ମହାମେଣ୍ଟ ସମ୍ମିଳନୀ କଂଗ୍ରେସ ନେତୃତ୍ବରେ ହୋଇଥିଲା । ଦକ୍ଷିଣ ଭାରତ ଏବେ ବିଜେପି ମୁକ୍ତ ଗଡ ବୋଲି କଂଗ୍ରେସ ଏକ ସଙ୍କେତ ଦେବାକୁ ବେଙ୍ଗାଲୁରୁରେ 26 ବିରୋଧୀଙ୍କୁ ଏକାଠି କରିଥିଲା ।

କେରଳ:-

ଦକ୍ଷିଣତମ କେରଳରେ ଦଳର ସ୍ଥିତି ମଧ୍ୟ ଭଲ ରହିଛି । 2019 ସାଧାରଣ ନିର୍ବାଚନରେ କଂଗ୍ରେସ ନେତୃତ୍ବାଧୀନ ୟୁପିଏ ମେଣ୍ଟ ମୋଟ 20 ଆସନରୁ 19 ଟିରେ କ୍ଲିନସ୍ବିପ କରିଥିଲା । ଏପରିକି କଂଗ୍ରେସର ଅନ୍ୟତନ ଚର୍ଚ୍ଚିତ ନେତା ରାହୁଲ ଗାନ୍ଧୀ ଉତ୍ତର ପ୍ରଦେଶ ସହ କେରଳର ଓ୍ବାଇନାଡରୁ ନିର୍ବାଚନ ଲଢିଥିଲେ । ନିଜର ପାରମ୍ପରିକ ଆସନ ଆମେଠୀରୁ ନିର୍ବାଚନ ହାରିଥିବା ବେଳେ ଓ୍ବାୟନାଡବାସୀ ରାହୁଲଙ୍କୁ ସଂସଦ ପଠାଇଥିଲେ । ବର୍ଷ 2019 ଫଳାଫଳକୁ 2024 ସଧାରଣ ନିର୍ବାଚନରେ ପୁନରାବୃତ୍ତି କରାଇବାକୁ ଲକ୍ଷ୍ୟ ରଖିଛି କଂଗ୍ରେସ ।

ଲେତେଙ୍ଗାନା:-

ସେହିପରି 2019 ସାଧାରଣ ନିର୍ବାଚନରେ ଅନ୍ୟତମ ଦକ୍ଷିଣ ରାଜ୍ଯ ତେଲେଙ୍ଗାନାର ମୋଟ 17ଟି ଲୋକସଭା ଆସନ ମଧ୍ୟରୁ ଶାସକ ବିଆରଏସ୍ 9ଟି ଜିତିଥିବା ବେଳେ କଂଗ୍ରେସ 3ଟି, ବିଜେପି 4ଟି ଏବଂ ଏଆଇଏମ୍ଏମ୍ ଗୋଟିଏ ଆସନ ହାତେଇଥିଲା । ଏବେ ଏହି ରାଜ୍ୟରେ ମଧ୍ୟ କଂଗ୍ରେସ ପୂର୍ବାପେକ୍ଷା ଭଲ କରିବାକୁ ଲକ୍ଷ୍ୟ ରଖିଛି । ତେଲେଙ୍ଗାନାର ସମସ୍ତ 17ଟି ସଂସଦୀୟ ଆସନରେ AICC ପର୍ଯ୍ୟବେକ୍ଷକଙ୍କୁ ନିୟୋଜିତ କରି ସାରିଛନ୍ତି ଖଡଗେ ।

ଏହା ମଧ୍ୟ ପଢନ୍ତୁ:-Manipur violence: ରାଜ୍ୟପାଳଙ୍କୁ ‘ଇଣ୍ଡିଆ’ ପ୍ରତିନିଧି ଟିମ୍‌ର ସ୍ମାରକପତ୍ର, ମୋଦିଙ୍କ ନୀରବତାକୁ ସମାଲୋଚନା

ଆନ୍ଧ୍ର ଓ ତାମିଲନାଡୁ:-

ଆନ୍ଧ୍ର ପ୍ରଦେଶରେ ଶାସନରେ ଥିବା ଜଗନ ରେଡ୍ଡୀଙ୍କ ନେତୃତ୍ବାଧୀନ YSRCP ମୋଟ 25ଟି ଲୋକସଭା ଆସନ ମଧ୍ୟରୁ 22ଟି ଦଖଲକୁ ନେଇଛି । ତେଲଗୁ ଦେଶମ ପାର୍ଟି (ଟିଡିପି) ନିକଟରେ ଅବଶିଷ୍ଟ 3 ସାଂସଦ ରହିଛନ୍ତି । କଂଗ୍ରେସ ପାଇଁ ଏଠାରେ ବିଜୟର ଛାପ ଛାଡିବା ଅନ୍ୟ ରାଜ୍ୟ ଅପେକ୍ଷା ବେଶ କଷ୍ଟକର ହେବାକୁ ଯାଉଛି । ତଥାପି ଦଳ ପ୍ରୟାସ ଆରମ୍ଭ କରିସାରିଛି । ତାମିଲନାଡୁରେ, ଡିଏମକେ-କଂଗ୍ରେସ ସହଯୋଗୀ ମେଣ୍ଟ 2019 ସାଧାରଣ ନିର୍ବାଚନରେ ​​ମୋଟ 39ଟି ଲୋକସଭା ଆସନ ମଧ୍ୟରୁ 38ଟି ଜିତି ବେଶ ଭଲ ପ୍ରଦର୍ଶନ କରିଥିଲା । କଂଗ୍ରେସ ନଅଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରି 8ଟି ଜିତିଥିଲା । ଏବେ ଦଳ ଭଲ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.