ETV Bharat / bharat

Parliament's special session: 5ରେ ‘ଇଣ୍ଡିଆ’ ମେଣ୍ଟ ସାଂସଦଙ୍କ ବୈଠକ ଡାକିଲେ ଖଡଗେ

author img

By ETV Bharat Odisha Team

Published : Sep 3, 2023, 7:11 PM IST

Updated : Sep 4, 2023, 6:43 AM IST

ସଂସଦ ସ୍ବତନ୍ତ୍ର ଅଧିବେଶନ ପୂର୍ବରୁ 5 ତାରିଖରେ ଇଣ୍ଡିଆ ମେଣ୍ଟ ସାଂସଦଙ୍କ ବୈଠକ ଡାକିଲେ ଖଡଗେ । ଅଧିବେଶନରେ କ’ଣ ରହିବ ରଣନୀତି, ସେନେଇ ଚର୍ଚ୍ଚା । ଅଧିକ ପଢନ୍ତୁ

5 ରେ ଇଣ୍ଡିଆ ମେଣ୍ଟ ସାସଂଦଙ୍କ ବୈଠକ ଡାକିଲେ ଖଡଗେ

ନୂଆଦିଲ୍ଲୀ: ସଂସଦର ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ରାଜ୍ୟସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେ ଚଳିତ ମାସ 5 ତାରିଖରେ ‘ଇଣ୍ଡିଆ’ ମେଣ୍ଟର ସମସ୍ତ ସହଯୋଗୀ ଦଳଙ୍କ ସାଂସଦ ଖଡେଗଙ୍କ ନେତୃତ୍ବରେ ଏକାଠି ହୋଇ ଆଲୋଚନା କରିବେ । ସଂସଦ ଅଧିବେଶନରେ କେନ୍ଦ୍ର ସରକାର ଏଜେଣ୍ଡା ସ୍ପଷ୍ଟ କରିନଥିବା ବେଳେ ଏନେଇ ଇଣ୍ଡିଆ ମେଣ୍ଟ ଦଳମାନଙ୍କର କଣ ଭୂମିକା ରହିବ ସେ ନେଇ ଏହି ବୈଠକରେ ଆଲୋଚନା ହେବ । ଖଡଗେଙ୍କ ବାସଭବନରେ ଏହି ଆଲୋଚନା ହେବ ।

ସୂତ୍ରରୁ ପ୍ରକାଶ ଯେ ସେପ୍ଟେମ୍ବର 18 ରୁ 22 ପର୍ଯ୍ୟନ୍ତ ହେବାକୁ ଥିବା ଆଗାମୀ ସ୍ୱତନ୍ତ୍ର ଅଧିବେଶନ ପାଇଁ ବିରୋଧୀ ଦଳ ନିଜ ରଣନୀତି ସ୍ଥିର କରିବ । ବିରୋଧୀ ‘ଇଣ୍ଡିଆ’ ମିଳିତ ମଞ୍ଚ ସଂସଦରେ ମଧ୍ୟ ଶକ୍ତି ପ୍ରଦର୍ଶନ କରିବାକୁ ଯାଉଛି । ଏହି ଅଧିବେଶନରେ ଏକକ ନିର୍ବାଚନ ପ୍ରସଙ୍ଗ ଆସିପାରେ ବୋଲି ଚର୍ଚ୍ଚା ହେଉଛି । ତେଣୁ ସମସ୍ତ ବିରୋଧୀ ଦଳ ତତ୍ପର ହେବା ଆରମ୍ଭ କଲେଣି । 2024 ଲୋକସଭା ନିର୍ବାଚନରେ ଏହି ମେଣ୍ଟ ବିଜେପି ବିରୋଧରେ ଏକାଠି ଲଢ଼ିବ ।

ଏହା ମଧ୍ୟ ପଢନ୍ତୁ:-'One nation, one election': ଏକକ ନିର୍ବାଚନ ବିଚାର ଦେଶ ଓ ସବୁ ରାଜ୍ୟ ଉପରେ ଆକ୍ରମଣ କହିଲେ ରାହୁଲ

ଏହା ମଧ୍ୟ ଉଲ୍ଲେଖଯୋଗ୍ୟ ଯେ, ସଂସଦର ମୌସୁମୀ ଅଧିବେଶନରେ ମଧ୍ୟ ମିଳିତ ମେଣ୍ଟ ଭାବେ ମିଳିତ ଭାବେ ଗୃହରେ ଏକାଧିକ ପ୍ରସଙ୍ଗ ଉଠାଇ ସରକାର ଉପରେ ବର୍ଷିଥିଲେ । ଏହା ମଧ୍ୟରୁ ପ୍ରମୁଖ ଥିଲା ମଣିପୁର ହିଂସା ପ୍ରସଙ୍ଗ । ପ୍ରଥମ ଦିନରୁ ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳମାନେ ପ୍ରଧାନମମନ୍ତ୍ରୀଙ୍କ ବିବୃତ୍ତି ଦାବି କରି ଗୃହରେ ଅଚଳାବସ୍ଥା ସୃଷ୍ଟି କରିଥିଲେ । ପରେ ଅନାସ୍ଥା ପ୍ରସ୍ତାବ ମଧ୍ୟ ଆଗତ ହୋଇଥିଲା । ଏହା କାଟ ଖାଇଥିଲେ ସୁଦ୍ଧା ସେମାନେ ସରକାର ଓ ପ୍ରଧାନମନ୍ତ୍ରୀଙ୍କ ନୀରବତା ଭାଙ୍ଗିବାରେ ସଫଳ ହୋଇଥିଲେ ବୋଲି କହିଥିଲେ । ଏବେ ପୁଣି ବିଶେଷ ଅଧିବେଶନରେ ବିରୋଧୀ ମେଣ୍ଟର କ’ଣ ରହିବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ଏକକ ନିର୍ବାଚନ ପ୍ରସଙ୍ଗକୁ କଂଗ୍ରେସ ବିରୋଧ କରିବା ଆରମ୍ଭ କରିଛି । ଇଣ୍ଡିଆ ମେଣ୍ଟ ସହଯୋଗୀ ଦଳମାନେ ମଧ୍ୟ ଏହି ପ୍ରକ୍ରିୟାକୁ ବିରୋଧ କରିବା ଆରମ୍ଭ କଲେଣି । ଅନୁଧ୍ୟାନ ପାଇଁ ସରକାର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକ 8 ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କରିଛି । ଏହି କମିଟିରେ କଂଗ୍ରେସ ପକ୍ଷରୁ ବରିଷ୍ଠ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ସ୍ଥାନ ମିଳିଥିଲା । ମାତ୍ର ସେ ଏହି କମିଟିରେ ସାମିଲ ହେବେ ନାହିଁ ମନା କରିସାରିଛନ୍ତି । ରାଜ୍ୟସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେଙ୍କୁ ମଧ୍ଯ ଏହି କମିଟିରେ ସଦସ୍ୟ ଭାବେ ଚୟନ କରାନଯିବାକୁ ନେଇ ମଧ୍ୟ ଅଧୀର ଦୁର୍ଭାଗ୍ୟଜନକ କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 4, 2023, 6:43 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.