ଭୋପାଳ(ମଧ୍ୟପ୍ରଦେଶ): ଓମକାରେଶ୍ବର ବ୍ରହ୍ମପୁରୀ ଘାଟରେ ଅଘଟଣ । ବାପା ଓ ପୁଅ ଗାଧୋଇବା ବେଳେ ବୁଡିଯାଇ 8 ବର୍ଷୀୟ ପୁଅର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିବା ସହ ବାପାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବନାରସରୁ ଏକ ପରିବାର ଓମକାରେଶ୍ବର ଜ୍ୟୋତିର୍ଲିଙ୍ଗଙ୍କ ଦର୍ଶନ କରିବା ପାଇଁ ଆସିଥିଲେ ।
ସେଠାରେ ଜଣେ ବ୍ୟକ୍ତି ନର୍ମଦା ନଦୀର ବ୍ରହ୍ମପୁରୀ ଘାଟରେ ଗାଧୋଇବାକୁ ଯାଇଥିଲେ । ସାଙ୍ଗରେ ତାଙ୍କ 8 ବର୍ଷର ପୁଅ ମଧ୍ୟ ଥିଲା । ପୁଅକୁ କାନ୍ଧରେ ବସାଇ ବାପା ଗାଧୋଇବା ସମୟରେ ଗଭୀର ପାଣିରେ ଦୁହେଁ ବୁଡିଗଲେ । ବ୍ୟକ୍ତି ଜଣକ କୌଣସି ମତେ ବାହାରକୁ ପଳେଇ ଆସିଲେ କିନ୍ତୁ ତାଙ୍କ ପୁଅ ବୁଡିଯାଇଥିଲା । ପାଖରେ ଲୋକେ ବାଳକଟିକୁ ଖୋଜି ଉଦ୍ଧାର କରିଥିଲେ ମଧ୍ୟ ସେତେବେଳକୁ ବହୁ ବିଳମ୍ବ ହୋଇସାରିଥିଲା ।
ପୁଅଟିର ତାର ମୃତ୍ୟୁ ହୋଇ ସାରିଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ଡାକ୍ତରଖାନା ପଠାଇଛି । ଅନ୍ୟପଟେ ଆହତ ଯୁବକଙ୍କ ଡାକ୍ତରଖାନାରେ ଚିକିତ୍ସା ଜାରି ରହିଛି ।