ETV Bharat / bharat

ଚେନ୍ନାଇରେ KFC ଖୋଲିଲା ଇକୋ-ଫ୍ରେଣ୍ଡଲି ରେସ୍ତୋରାଁ

ଚେନ୍ନାଇରେ KFC ଖୋଲିଲା ଇକୋ-ଫ୍ରେଣ୍ଡଲି ରେସ୍ତୋରାଁ KFConscious । ସହରରେ 20ଟି ରେସ୍ତୋରାଁ ଖୋଲିବା ପାଇଁ ଯୋଜନା । ପରିବେଶ ପ୍ରଦୂଷଣ ମୁକ୍ତ ସାମଗ୍ରୀ ବ୍ୟବହାର କରିବାକୁ ଲକ୍ଷ୍ୟ ରଖିଛି ସଂସ୍ଥା । ଅଧିକ ପଢନ୍ତୁ

ଦେଶରେ 20  eco-friendly ରେସ୍ତୋରାଁ ପ୍ରତିଷ୍ଠା କରିବ KFC

author img

By

Published : Jun 6, 2022, 6:59 AM IST

ଚେନ୍ନାଇ: ଚେନ୍ନାଇ ସହରର ବିଭିନ୍ନ ସ୍ଥାନରେ ପରିବେଶ ଅନୁକୂଳ (environment-friendly ) 20 ରେସ୍ତୋରାଁ ପ୍ରତିଷ୍ଠା କରିବ କେଏଫସି । ରବିବାର ଏହିପରି ଗୋଟିଏ ରେସ୍ତୋରାଁର ଶୁଭାରମ୍ଭ କରିଛି ସଂସ୍ଥା । ଯାହାର ନାମ ରଖାଯାଇଛି KFConscious । ଦେଶରେ ଶୀଘ୍ର ଉପଲବ୍ଧ ହେଉଥିବା ରେସ୍ତୋରାଁ କମ୍ପାନୀ ହେଉଛି କେଏଫସି । କମ୍ପାନୀର ବିବୃତ୍ତିରେ କୁହାଯାଇଛି, ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ପରିବେଶ ଅନୁୁକୂଳ ଭାବେ ରେସ୍ତୋରାଁ ପ୍ରତିଷ୍ଠା କରିବାକୁ ସଂସ୍ଥା ପ୍ରଚେଷ୍ଚା ଜାରି ରଖିଛି ।

2030 ସୁଦ୍ଧା ଗ୍ରୀନ ହାଉସ୍ ଗ୍ୟାସ୍ ନିର୍ଗମନକୁ 46 ପ୍ରତିଶତ ହ୍ରାସ କରିବାକୁ ସଂସ୍ଥା ବିଶ୍ୱସ୍ତରୀୟ ଲକ୍ଷ୍ୟ ରଖିଛି । ସେହିପରି କେବଳ ଗ୍ରୀନ ହାଉସ ପ୍ରଭାବ ନୁହେଁ ବରଂ ଅନ୍ୟ କିଛି କ୍ଷେତ୍ରରେ ମଧ୍ୟ ପ୍ରଦୂଷଣ ହ୍ରାସ କରିବା ପାଇଁ କମ୍ପାନୀ ଏକାଧିକ କାର୍ଯ୍ୟକ୍ରମ ହାତକୁ ନେବାକୁ ଯାଉଛି । 2025 ସୁଦ୍ଧା ସମସ୍ତ ପ୍ଲାଷ୍ଟିକ୍ ଆଧାରିତ ପ୍ୟାକେଜକୁ ବ୍ୟବହାରରୁ ବାଦ ଦେବା ସହ ପୁନଃଚକ୍ରଣକ୍ଷମ ସାମଗ୍ରୀ ବ୍ୟବହାର କରିବାକୁ ସଂସ୍ଥା ଲକ୍ଷ୍ୟ ରଖିଛି ।

କେଏଫସି ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ସମୀର ମେନନଙ୍କ ଅନୁଯାୟୀ, ସଂସ୍ଥା ଭବିଷ୍ୟତ ପିଢିକୁ ଅଧିକ ଉନ୍ନତ ମାନର ଖାଦ୍ୟ ଖୁଆଇବାକୁ ପ୍ରସ୍ତୁତ । ସଂସ୍ଥା ଗ୍ରହକଙ୍କ ପ୍ରତି ଖୁବ ଯତ୍ନଶୀଳ ମଧ୍ୟ । ତଥାପି ସଂସ୍ଥା ପରିବେଶ ପାଇଁ ପ୍ରତିଶ୍ରୁତିବଦ୍ଧ । ତେଣୁ ପ୍ରଦୂଷଣ ମୁକ୍ତ ନେଇ ସଂସ୍ଥା ରଖିଥିବା ଭିଜନରେ KFCincious ପ୍ରଥମ ଆରମ୍ଭ ବୋଲି ସେ ମତ ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.