ETV Bharat / bharat

ଗୋଗାମେଡି ହତ୍ୟାକାଣ୍ଡ: ଆଉ ଜଣେ ଅଭିଯୁକ୍ତ ଗିରଫ, 9 ରେ ପହଞ୍ଚିଲା ସଂଖ୍ୟା

Karni Sena Chief's Murder case: 31 ସ୍ଥାନରେ ଚଢାଉ ପରେ ଆଉ ଜଣେ ପ୍ରମୁଖ ଅଭିଯୁକ୍ତକୁ ଧରିଲା NIA । 8 ପିସ୍ତଲ ଓ ବିପୁଳ ଗୁଳିଗୋଳା ଜବତ । 9 ରେ ପହଞ୍ଚିଲା ଗିରଫଦାରୀ ସଂଖ୍ୟା । ଅଧିକ ପଢନ୍ତୁ

ଗୋଗାମେଡି ହତ୍ୟାକାଣ୍ଡ: ଆଉ ଜଣେ ଅଭିଯୁକ୍ତ ଗିରଫ, 9ରେ ପହଞ୍ଚିଲା ସଂଖ୍ୟା

author img

By ETV Bharat Odisha Team

Published : Jan 3, 2024, 6:27 PM IST

ନୂଆଦିଲ୍ଲୀ: ରାଜସ୍ଥାନ ରାଜପୁତ କରଣୀ ସେନା ମୁଖ୍ୟ ସୁଖଦେବ ସିଂ ଗୋଗାମେଡି ହତ୍ୟାକାଣ୍ଡର ପ୍ରାୟ ମାସେ ପରେ ଆଜି ଆଉ ଜଣେ ପ୍ରମୁଖ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ଜାତୀୟ ତଦନ୍ତକାରୀ ସଂସ୍ଥା- ଏନଆଇଏ । ଅଭିଯୁକ୍ତର ନାମ ଅଶୋକ ମେଘଓ୍ବାଲ । ହତ୍ୟାକାଣ୍ଡ ପରେ ସେ ଫେରାର ଥଲା । ତାକୁ ଚିହ୍ନଟ କରାଯିବା ସହ ଗିରଫ କରିବାକୁ ପ୍ରୟାସ ଜାରି ରଖିଥିଲା ଏନଆଇଏ ଓ ରାଜସ୍ଥାନ ପୋଲିସ । ଗତକାଲି ଠାରୁ ରାଜସ୍ଥାନ ଓ ହରିୟାଣାରେ ମୋଟ 31 ଟି ସ୍ଥାନରେ ଚଢାଉ ପରେ ଅଭିଯୁକ୍ତ ଅଶୋକକୁ ଗିରଫ କରିବାରେ ସଫଳତା ମିଳିଛି ।

ଅଶୋକ ନିକଟରୁ 8ଟି ପିସ୍ତଲ ଓ ବିପୁଳ ଗୁଳିଗୋଳା ମଧ୍ୟ ଜବତ ହୋଇଛି । ଅପରାଧିକ କାର୍ଯ୍ୟକଳାପ ସହ ସେ ମାରଣାସ୍ତ୍ର ଯୋଗାଣ ପରି କାର୍ଯ୍ୟରେ ମଧ୍ୟ ନିୟୋଜିତ ଥିବା ପୋଲିସ ରେଡରୁ ଜାଣିବାକୁ ପାଇଛି । ଏକାଧିକ ଇଲୋକ୍ଟ୍ରୋନିକ୍ସ ଡିଭାଇସ, ସିମକାର୍ଡ ମଧ୍ୟ ଏନଆଇଏ ହାତରେ ଲାଗିଛି । ହତ୍ୟାକାଣ୍ଡର ଅନ୍ୟ ପ୍ରମୁଖ ଅଭିଯୁକ୍ତ ଅଶୋକ ଗ୍ୟାଙ୍ଗଷ୍ଟାର ରୋହିତ ଗୋଦାରା ଗ୍ୟାଙ୍ଗ ସହ ସମ୍ପୃକ୍ତ ଥିଲା । ଏହି ହତ୍ୟାକାଣ୍ଡ ପରେ ରୋହିତ ଗ୍ୟାଙ୍ଗ ନିଜକୁ ଦାୟୀ କରିଥିଲା । ରୋହିତ ଗ୍ୟାଙ୍ଗ ମଧ୍ୟ କୁଖ୍ୟାତ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହ ସମ୍ପୃକ୍ତ । ତେଣୁ ଏହି ହତ୍ୟାକାଣ୍ଡ ପଛରେ ବିଶାଳ ଅପରାଧିକ ନେଟଓ୍ବାର୍କ ରହିଛି । ଆଜିର ଗିରଫଦାରୀକୁ ମିଶାଇ ଅଭିଯୁକ୍ତଙ୍କ ସଂଖ୍ୟା 9 ରେ ପହଞ୍ଚିଛି ।

ଏହା ମଧ୍ୟ ପଢନ୍ତୁ :- କରଣୀ ସେନା ମୁଖ୍ୟ ସୁଖଦେବ ସିଂ ଗୋଗାମେଡିଙ୍କୁ ଗୁଳିକରି ହତ୍ୟା

ଡିସେମ୍ବର 5 ତାରିଖରେ ରାଜସ୍ଥାନରେ ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ମୁଖ୍ୟ ସୁଖଦେବ ସିଂ ଗୋଗାମେଡିଙ୍କୁ ଗୁଳିକରି ହତ୍ୟା କରିଥିଲେ ଦୁର୍ବୃତ୍ତ । ରାଜଧାନୀ ଜୟପୁରର ଶ୍ୟାମ ନଗର ସ୍ଥିତ ତାଙ୍କ ଘର ଭିତରେ ପଶି ଦୁର୍ବୃତ୍ତ ତାଙ୍କ ଉପରେ ଗୁଳି ଚଳାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ସ୍ଥାନୀୟ ମେଟ୍ରୋ ମାସ୍କ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହତ୍ୟା କାଣ୍ଡର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା । ଦୁଇ ଅଭିଯୁକ୍ତ ଲିଭିଂ ରୁମରେ ଗୋଗାମେଡିଙ୍କ ସହ କଥା ହେଉଥିବା ବେଳେ ଅତର୍କିତ ଗୁଳି ଚଳାଇଥିଲେ । ଗୋଗାମେଡିଙ୍କର ଅନ୍ୟ କିଛି ସହଯୋଗୀଙ୍କୁ ମଧ୍ୟ ଗୁଳି ଚଳାଇ ହତ୍ୟାକାରୀ ଘଟଣାସ୍ଥଳରୁ ଫେରାର ମାରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.