ETV Bharat / bharat

International Beach Festival: କେରଳକୁ ଛୁଟିବ ଦେଶୀ-ବିଦେଶୀ ପର୍ଯ୍ୟଟକଙ୍କ ସୁଅ, ଦେବଭୂମିରେ ଜମିବ ଅବସର ବିନୋଦନ - ମୁଖ୍ୟମନ୍ତ୍ରୀ ପୀନାରାୟି ବିଜୟାନ

ପ୍ରଥମ କରି ଅନ୍ତର୍ଜାତୀୟ ବିଚ୍‌ ଫେଷ୍ଟିଭାଲର ଆୟୋଜନ କରିବ କେରଳ (Bekal International Beach Festival) । ଏଥିରେ କଳା ସଂସ୍କୃତି ପ୍ରତି ବିଦେଶୀଙ୍କୁ ଆକୃଷ୍ଟ କରିବା ଲାଗି ଲକ୍ଷ୍ୟ ରହିଛି । ଅଧିକ ପଢନ୍ତୁ

Bekal International Beach Festival
Bekal International Beach Festival
author img

By

Published : Dec 22, 2022, 9:55 PM IST

ଥିରୁଅନନ୍ତପୁରମ: କେରଳରେ ଆୟୋଜିତ ହେବାକୁ ଯାଉଛି ଅନ୍ତର୍ଜାତୀୟ ବିଚ୍‌ ଫେଷ୍ଟିଭାଲ । ପ୍ରଥମ ଥର ଲାଗି ରାଜ୍ୟ ଏହି ଫେଷ୍ଟିଭାଲ ଆୟୋଜନ କରିବାକୁ ଯାଉଥିବା ବେଳେ ଆସନ୍ତା ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ (Chief Minister Pinarayi Vijayan)ର ଏହାର ଉଦଘାଟନ କରିବେ । ୧୦ ଦିନିଆ ଏହି ଫେଷ୍ଟିଭାଲ ନାମ ରଖାଯାଇଛି ବେକାଲ ଅନ୍ତର୍ଜାତୀୟ ବିଚ୍‌ ଫେଷ୍ଟିଭାଲ (Bekal International Beach Festival) । ଏହି ଉତ୍ସବରେ ରାଜ୍ୟରେ କଳା ସଂସ୍କୃତିର ଝଲକ ଦେଖିବାକୁ ମିଳିବ ।

ଏହି ଉତ୍ସବରେ ପ୍ରାୟ ୫ ଲକ୍ଷ ପର୍ଯ୍ୟଟକ ଯୋଗଦେବେ । ଏହା ରାଜ୍ୟରେ ୩ଟି ସ୍ଥାନ ଚନ୍ଦ୍ରଗିରି, ତେଜସ୍ବିନୀ, ପାୟାସ୍ବିନୀଠାରେ ଆୟୋଜିତ ହେବ । କେରଳର କସାରଗୋଡ଼ ଜିଲ୍ଲାରେ ଏହା ଆୟୋଜିତ ହେବାକୁ ଥିବା ବେଳେ ଉତ୍ସବରେ ରାଜ୍ୟର ସଂସ୍କୃତି, ମ୍ୟୁଜିକାଲ ନାଇଟ୍‌, ଫୁ଼ଡ ଷ୍ଟଲ ଅନ୍ତର୍ଭୁକ୍ତ । ବିଶେଷ କରି ରାଜ୍ୟର କଳା ସଂସ୍କୃତି, ଖାଦ୍ୟ ପ୍ରତି ବିଦେଶୀଙ୍କୁ ଆକୃଷ୍ଟ କରିବା ଲାଗି ଯୋଜନା ରହିଛି (Prime attraction of the fest) । ଏଥିରେ କସାରଗୋଡ଼ର ଐତିହାସିକ ସ୍ଥାନ ଓ ମହାପୁରୁଷଙ୍କୁ ବିଶ୍ବସ୍ତରରେ ପରିଚିତ କରାଯିବ ।

ଏହା ବି ପଢନ୍ତୁ- CORONA: ଗୁଜୁରାଟରେ ୨ ନୂଆ ଆକ୍ରାନ୍ତ ଚିହ୍ନଟ, ଅଷ୍ଟ୍ରେଲିଆ ଚୀନରୁ ଫେରିଥିବା ସୂଚନା

ବିଦେଶରୁ ଆସୁଥିବା ଲୋକଙ୍କୁ ସମର୍ଥନ ଓ ସହାୟତା କରିବା ଲାଗି ସ୍ଥାନୀୟ ଲୋକଙ୍କୁ ନିବେଦନ କରିଛନ୍ତି ବିଧାୟକ ସି.ଏଚ କୁହ୍ନାମ୍ବୁ । ରାଜନୈତିକ, ସାଂସ୍କୃତିକ ଏବଂ ସାହିତ୍ୟ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିମାନେ ଇଭେଣ୍ଟର ଆୟୋଜନ ପୂର୍ବରୁ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ । ଏଠାରେ ମିନି-ଇଣ୍ଡିଆର ପରିବେଶ ସୃଷ୍ଟି ହେବ । ୫୦ ଏକର ଜମିରେ ଏହି ଉତ୍ସବର ଆୟୋଜନ କରାଯାଇଛି । ଏଥିରେ ବିଶିଷ୍ଟ କଳାକାରଙ୍କ ମଧ୍ୟରେ ନୁରନ ସିଷ୍ଟର୍ସ, ସିତାରା କ୍ରୀଷ୍ଣାକୁମାର, ବିଧୁ ପ୍ରତାପ, ସବନମ ରିୟାଜ, ମହମ୍ମଦ ଅସଲାମ ପ୍ରଭୃତି ଯୋଗଦେବେ ।

ଏଥିରେ ହେଲିକପ୍ଟର ରାଇଡ, ରୋବୋଟିକ ଶୋ', ଗୁଡି ଉଡାଣ ପ୍ରତିଯୋଗିତା, ଫ୍ଲାୱାର ଶୋ, ବାଲୁକା କଳା, ୱାଟର ସ୍ପୋର୍ଟସ୍, ବ୍ରାଇଡାଲ ଫ୍ୟାସନ ପ୍ରତିଯୋଗିତା, ବିଜନେସ ଟ୍ରେଡ ଏକ୍ସପୋ, ଅଟୋମୋବାଇଲ ଏକ୍ସପୋ ଆୟୋଜନ କରାଯିବ । ବିଚ୍‌ ଫେଷ୍ଟିଭାଲରେ ପ୍ରାୟ ୧୦୦୦ ଅନ୍ତର୍ଜାତୀୟ ଓ ଜାତୀୟ ଏବଂ ସ୍ଥାନୀୟ କଳାକାର ଯୋଗେଦେବେ । ଏହାସହିତ କସାରଗୋଡର ପର୍ଯ୍ୟଟନ ଲାଗି ସ୍ବତନ୍ତ୍ର ପ୍ୟାକେଜର ଘୋଷଣା କରାଯିବ । ଯାହାଦ୍ବାରା ଫେଷ୍ଟକୁ ଆସିଥିବା ପର୍ଯ୍ୟଟକମାନେ ପର୍ଯ୍ୟଟନସ୍ଥଳୀ ଭ୍ରମଣ କରି ମଜା ନେଇପାରିବେ । ଏହି ଫେଷ୍ଟିଭାଲ ଆସନ୍ତା ଜାନୁଆରୀ ୨ ତାରିଖରେ ଶେଷ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.