ETV Bharat / bharat

Monkey pox: କେରଳରୁ ପ୍ରଥମ ଆକ୍ରାନ୍ତ ଚିହ୍ନଟ, ସ୍ଥିତି ପରଖିବା ପାଇଁ ଟିମ ପଠାଇଲା କେନ୍ଦ୍ର

ଭାରତରୁ ମିଳିଲା ମଙ୍କିପକ୍ସ ଭାଇରସ । କେରଳରେ ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ । ଉକ୍ତ ବ୍ୟକ୍ତି ଜଣକ UAEରୁ ଫେରନ୍ତା ବୋଲି ଜଣାପଡ଼ିଛି । ଅଧିକ ପଢନ୍ତୁ

Monkeypox: କେରଳରୁ ଚିହ୍ନଟ ପ୍ରଥମ ସନ୍ଦିଗ୍ଧ, UAEରୁ ଫେରିଥିବା ସୂଚନା

author img

By

Published : Jul 14, 2022, 8:29 PM IST

ଥିରୁଅନନ୍ତପୁରମ: କେରଳରେ ଚିହ୍ନଟ ହେଲା ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ । ଉକ୍ତ ବ୍ୟକ୍ତିଙ୍କଠାରେ ମଙ୍କିପକ୍ସର ଲକ୍ଷଣ ଦେଖାଯାଇଥିବା ବେଳେ ସେ UAE ଫେରନ୍ତା ବୋଲି ଜଣାପଡ଼ିଛି । ସେ ଏହି ରୋଗରେ ପୀଡ଼ିତ ହୋଇଛନ୍ତି କି ନାହିଁ ତାହା ଜାଣିବା ଲାଗି ସନ୍ଦିଗ୍ଧଙ୍କ ନମୁନାକୁ ପରୀକ୍ଷଣ କରାଯାଇଥିଲା । ତେବେ ତାଙ୍କ ନମୂନା ପଜିଟିଭ ଆସିଛି । ଏପଟେ ସ୍ଥିତି ପରଖିବା ପାଇଁ କେନ୍ଦ୍ର କେରଳକୁ ସ୍ବତନ୍ତ୍ର ଟିମ ପଠାଇଥିବା ଜଣାପଡ଼ିଛି ।

ଆକ୍ରାନ୍ତଙ୍କ ନମୁନା ପରୀକ୍ଷଣ ପାଇଁ ପୁଣେ ଭାଇରୋଲୋଜି ଇନଷ୍ଟିଚ୍ୟୁଟକୁ ପଠାଯାଇଥିଲା । ସନ୍ଧ୍ୟାରେ ଏହାର ରିପୋର୍ଟ ପଜିଟିଭ ଆସିଛି । ଉକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ମଧ୍ୟ ଆଇସୋଲେସନରେ ରଖାଯାଇଛି । ମାତ୍ର ଏହି ଘଟଣାକୁ ନେଇ ଭୟଭୀତ ନ ହେବାକୁ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି । ମଙ୍କିପକ୍ସ ଭାଇରସ୍ ୟୁରୋପ, USA ଓ ଅନ୍ୟ ଦେଶରେ ଆତଙ୍କ ଖେଳାଇଛି ।

ଏହା ବି ପଢନ୍ତୁ- Monkeypox Outbreak: ମାଡୁଛି ମଙ୍କିପକ୍ସ, ସତର୍କ କରାଇଲା କେନ୍ଦ୍ର

ଆମ ଦେଶରେ ବର୍ତ୍ତମାନ ସୁଦ୍ଧା ଭାରତରେ ମକି ପକ୍ସ ସଂକ୍ରମଣର ଏହା ପ୍ରଥମ ମାମଲା । ମାତ୍ର କେରଳରେ ଏହି ସନ୍ଦିଗ୍ଧଙ୍କ ଚିହ୍ନଟ ପରେ ସ୍ଥାନୀୟ ଲୋକେ ସାମାନ୍ୟ ଭୟଭୀତ ରହିଛନ୍ତି । ଅଧିକାଂଶ ସଂକ୍ରମଣ ୨ ରୁ ୪ ସପ୍ତାହ ପର୍ଯ୍ୟନ୍ତ ରହିଥାଏ । ସଂକ୍ରମିତ ପ୍ରାଣୀ ସଂସ୍ପର୍ଶରେ ଆସିଲେ ଏହି ରୋଗ ହୋଇଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.