ETV Bharat / bharat

କେରଳ ନିର୍ବାଚନ: ଏଲଡିଏଫ ଘୋଷଣା କଲା ନିର୍ବାଚନୀ ସ୍ଲୋଗାନ

author img

By

Published : Feb 28, 2021, 4:16 PM IST

କେରଳ ବିଧାନସଭା ନିର୍ବାଚନ ପାଇଁ ସ୍ଲୋଗାନ ଘୋଷଣା କଲା ଏଲଡିଏଫ (ଲେଫ୍ଟ ଡେମୋକ୍ରାଟିକ ଫ୍ରଣ୍ଟ) । ଦଳୀୟ ସ୍ଲୋଗାନ ଘୋଷଣା କରିଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ । ଅଧିକ ପଢନ୍ତୁ...

kerala polls LDF releases its election campaign slogan
କେରଳ ନିର୍ବାଚନ: ଏଲଡିଏଫ ଜାରୀ କଲା ନିର୍ବାଚନୀ ସ୍ଲୋଗାନ

ଥିରୁନନ୍ତପୁରମ: ବିଧାନସଭା ନିର୍ବାଚନ ପାଇଁ ସ୍ଲୋଗାନ ଘୋଷଣା କଲା ଏଲଡିଏଫ (ଲେଫ୍ଟ ଡେମୋକ୍ରାଟିକ ଫ୍ରଣ୍ଟ) । କେରଳରେ ଦଳୀୟ ସ୍ଲୋଗାନ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ । ବାମ ମେଣ୍ଟ ସରକାର ଏଲଡିଏଫ 'ହଁ ନିଶ୍ଚିତ ଭାବରେ LDF ' ବୋଲି ନିର୍ବାଚନୀ ସ୍ଲୋଗାନ ଘୋଷଣା କରିଛି ।

ନିର୍ବାଚନ କମିଶନ 5ଟି ରାଜ୍ୟର ନିର୍ବାଚନ ତାରିଖ ଘୋଷଣା କରିବା ପରେ ଆରମ୍ଭ ହୋଇଯାଇଛି ପ୍ରଚାର ପ୍ରସାର । ନିର୍ବାଚନ କମିଶନ ପାଞ୍ଚଟି ରାଜ୍ୟର ଯଥା କେରଳ,ତାମିଲନାଡୁ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ବିଧାନସଭା ନିର୍ବାଚନ ଗୋଟିଏ ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ସେପଟେ ଆସାମ ଓ ପଶ୍ଚିମବଙ୍ଗରେ ପର୍ଯ୍ୟାୟକ୍ରମେ ନିର୍ବାଚନ ଅନୁଷ୍ଠିତ ହେବ । ଏହି କ୍ରମରେ କେରଳରେ ମଧ୍ୟରେ ପ୍ରଚାର ପ୍ରସାର ଆରମ୍ଭ ହୋଇଯାଇଛି । କେରଳ ଏଲଡିଏଫ ସରକାର ନିଜର ବିଧାନସଭା ନିର୍ବାଚନ ସ୍ଲୋଗାନ ଘୋଷଣା କରିଛି । ' ହଁ ନିଶ୍ଚିତ ଭାବରେ LDF ' ନିର୍ବାଚନୀ ସ୍ଲୋଗାନ ଘୋଷଣା କରିଛି । ଏହି ସ୍ଲୋଗାନ ମାଧ୍ୟମରେ ଦଳ ଲୋଙ୍କ ପାଖକୁ ଯିବ ଏବଂ ପ୍ରଚାର ପ୍ରସାର କରିବ । ଦଳୀୟ ପୋଷ୍ଟର ବ୍ୟାନର ସହ ବିକାଶମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ଦଳ ଲୋକଙ୍କ ପାଖକୁ ଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆସନ୍ତା ଅପ୍ରେଲ 6 ତାରିଖରେ କେରଳରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ ।

ସୂଚନାଥାଉକି, କେରଳରେ ମୋଟ 140ଟି ବିଧାନସଭା ଆସନ ରହିଛି । ଗତ 2016 ବିଧାନସଭା ନିର୍ବାଚନରେ ଏଲଡିଏଫ 93ଟି ଆସନରେ ବିଜୟୀ ହୋଇ ସରକାର ଗଠନ କରିଛି । ଆସନ୍ତା ମାର୍ଚ୍ଚ 27 ରୁ ଅପ୍ରେଲ 29 ତାରିଖ ପର୍ଯ୍ୟନ୍ତ 5 ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହା ପରେ ମେ 2 ତାରିଖରେ ଫଳାଫଳ ଘୋଷଣା କରାଯିବ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.