ETV Bharat / bharat

ୟେମେନ ଯିବେ କେରଳ ନର୍ସ ନିମିଷା ପ୍ରିୟାଙ୍କ ମା’: ଭିସା ପାଇଁ କଲେ ଆବେଦନ - kerala Nurse case

Nurse Nimisha Priya Case: ୟେମେନ ଯିବା ପାଇଁ ଭିସା ଆବେଦନ କଲେ ନର୍ସ ନିମିଷା ପ୍ରିୟାଙ୍କ ମା’ । ଡିସେମ୍ବରରେ ଦିଲ୍ଲୀ ହାଇକୋର୍ଟରୁ ମିଳିଥିଲା ୟେମେନ ଯାତ୍ରା ପାଇଁ ଅନୁମତି । ଅଧିକ ପଢନ୍ତୁ

ୟେମେନ ଯିବେ କେରଳ ନର୍ସ ମନୀଷା ପ୍ରିୟାଙ୍କ ମା’: ଭିସା ପାଇଁ କଲେ ଆବେଦନ

author img

By ETV Bharat Odisha Team

Published : Jan 17, 2024, 10:42 PM IST

ନୂଆଦିଲ୍ଲୀ: ୟେମେନରେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ମୃତ୍ୟୁଦଣ୍ଡ ପାଇ ଜେଲରେ ସଜ୍ଜା କାଟୁଥିବା କେରଳର ନର୍ସ ନିମିଷା ପ୍ରିୟାଙ୍କ ମା’ ୟେମେନ ଯିବା ପାଇଁ ଭିସା ପାଇଁ ଆବେଦନ କରିଛନ୍ତି । ସେ ଏପର୍ଯ୍ୟନ୍ତ ଭିସା ପାଇନଥିବା ଜଣାପଡିଛି । ଗତବର୍ଷ ଡିସେମ୍ବର 12 ତାରିଖରେ ଦିଲ୍ଲୀ ହାଇକୋର୍ଟ ନିମିଶାଙ୍କ ମା’ ପ୍ରେମା କୁମାରୀଙ୍କୁ 3 ଭାରତୀୟ ନାଗରିକଙ୍କ ସହ ୟେମେନ ଯିବାକୁ ଅନୁମତି ଦେଇଥିଲେ । ଅଦାଲତରେ ପ୍ରେମ କୁମାରୀଙ୍କ ପକ୍ଷରୁ ଆବେଦନ କରିଥିବା ଆଇନଜୀବୀ ସୁଭାଷ ଚନ୍ଦ୍ରନ କହିଛନ୍ତି ଯେ ଭିସା ପାଇବା ପରେ ନିମିଶାଙ୍କ ମା’ ତାଙ୍କ ଝିଅଙ୍କୁ ଆଇନଗତ ସାହାଯ୍ୟ କରିବା ଓ ମୁକ୍ତ କରିବାକୁ ନିବେଦନ କରିବା ପାଇଁ ୟେମେନ ଗସ୍ତ କରିବେ । ତେବେ ଭାରତରୁ ଅନୁମତି ମିଳିସାରିଥିବା ବେଳେ ସେ ଏବେ ଭିସା ଆବେଦନ କରି ଅପେକ୍ଷାରେ ରହିଛନ୍ତି । ତାଙ୍କୁ ଭିସା ମିଳିବା ପରେ ସେ ନିଜର ଜଣେ ସହଯୋଗୀଙ୍କ ସହ ୟେମେନ ଯାତ୍ରା କରି ଜେଲରେ ଥିବା ଝିଅଙ୍କୁ ସାକ୍ଷାତ କରିବେ । ସେଠାକାର ନ୍ୟାୟିକ ପ୍ରଣାଳୀ ଅନୁସାରେ, ସେ ଝିଅଙ୍କ ମୁକ୍ତି ପାଇଁ ଆବେଦନ ମଧ୍ୟ କରିବେ ।

ୟେମେନରେ ମୃତ୍ୟୁ ଦଣ୍ଡାଦେଶ ହୋଇଥିବା କେରଳର ନର୍ସ ନିମିଷା ପ୍ରିୟାଙ୍କ ମା’ଙ୍କୁ ୟେମେନ ଯାତ୍ରା କରିବାକୁ ଅନୁମତି ଦେବା ପାଇଁ କେନ୍ଦ୍ର ସରକାର ତାଙ୍କୁ ପୂର୍ବରୁ ମନା କରିଥିଲେ । ନିମିଷା ପ୍ରିୟାଙ୍କ ମା’ ଅନୁମତି ପାଇଁ କୋର୍ଟରେ ଆବେଦନ କରିଥିଲେ । ଡିସେମ୍ବର 12 ତାରିଖରେ ଏହି ଆବେଦନର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ୍ ସୁବ୍ରମଣ୍ୟମ୍ ପ୍ରସାଦ ନିମିଶା ପ୍ରିୟାଙ୍କ ମା’ଙ୍କୁ ନିଜ ଦାୟିତ୍ବରେ ୟେମେନ ଯିବାକୁ ଅନୁମତି ପ୍ରଦାନ କରିଥିଲେ । କୋର୍ଟ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି, ଏହି ଯାତ୍ରା ପାଇଁ କେନ୍ଦ୍ର କିମ୍ବା ରାଜ୍ୟ ସରକାର ଉତ୍ତରଦାୟୀ ହେବେନାହିଁ । ନିମିଷାଙ୍କ ମା’ଙ୍କ ସହ କୁହ୍ନାମଦ ନାଡୁଭିଲାକ୍କାଣ୍ଡି, ସାମୁଏଲ୍ ଜେରୋମ ଭାସ୍କରନ୍ ଓ କେ.ସଞ୍ଜୀବ କୁମାରଙ୍କୁ ମଧ୍ୟ ୟେମେନ ଯିବା ପାଇଁ କୋର୍ଟ ଅନୁମତି ପ୍ରଦାନ କରିଥିଲେ । ଏବେ ମନିଷାଙ୍କ ମା’ଙ୍କ ସହ କିଏ ୟେମେନ ଗସ୍ତ କରିବେ ସେ ନେଇ କିଛି ସ୍ପଷ୍ଟ ହୋଇନି ।

ଏହା ମଧ୍ୟ ପଢନ୍ତୁ :-କେରଳ ନର୍ସଙ୍କୁ ମୃତ୍ୟୁ ଦଣ୍ଡାଦେଶ ଘଟଣା: ୟେମେନ ଯିବାକୁ ମା’ଙ୍କୁ କୋର୍ଟଙ୍କ ଅନୁମତି

କ’ଣ ଥିଲା ନିମିଶାଙ୍କ ଅପରାଧ :-

କେରଳର ନିମିଶା ଜଣେ ପ୍ରଶିକ୍ଷିତ ନର୍ସ ଓ ସେ ୟେମେନରେ ତାଲାଲ ଅବଦୋ ମହଦି ନାମକ ଜଣେ ଜଣେ ସ୍ଥାନୀୟ ନାଗରିକଙ୍କ ସହଯୋଗରେ ସେଠାରେ ଏକ କ୍ଲିନିକ ଚଲାଉଥିଲେ । ତେବେ ସେଠାରେ କେବଳ ସ୍ଥାନୀୟ ୟେମନୀ ନାଗରିକଙ୍କୁ ବ୍ୟବସାୟିକ ସଂସ୍ଥାନ ଖୋଲିବାର ଅନୁମତି ଥାଏ । ତେଣୁ 2014 ରେ ନିମିଶା ତାଙ୍କର ସାହାଯ୍ୟ ନେଇଥିଲେ । ପରେ କୌଣସି କାରଣରୁ ଉଭୟଙ୍କ ମଧ୍ଯରେ ତିକ୍ତତା ସୃଷ୍ଟି ହୋଇଥିଲେ । ସମ୍ପୃକ୍ତ ସ୍ଥାନୀୟ ନାଗରିକ ଜଣକ ନିମିଶାଙ୍କ ପାସପୋର୍ସ ନିଜ ନିକଟରେ ରଖିଥିଲେ । ଏହି କାରଣରୁ 2017 ରେ ନିମିଶା ଅନ୍ୟ ଜଣେ ନର୍ସଙ୍କ ସହ ମିଶି ସମ୍ପୃକ୍ତ ବ୍ୟକ୍ତିଙ୍କୁ ନିଶା ଇନଜେକ୍ସନ ଦେଇ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ତାଙ୍କୁ ହତ୍ୟା ଅଭିଯୋଗରେ ଗିରଫ କରାଯିବା ପରେ ୟେମେନର ଏକ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ମୃତ୍ୟୁଦଣ୍ଡରେ ଦେଣ୍ଡିତ କରିଛନ୍ତି । ସେ ଏବେ ସ୍ଥାନୀୟ ଏକ ଜେଲରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.