ଥିରୁଅନନ୍ତପୁରମ: ଅମୂଲ ଏବଂ ଦୁଗ୍ଧ କମ୍ପାନୀ ନନ୍ଦିନୀକୁ ନେଇ ଲାଗି ରହିଥିବା ବିବାଦ ଦିନକୁ ଦିନ ତେଜିବାରେ ଲାଗିଛି । କିଛି ଦିନ ପୂର୍ବେ କର୍ଣ୍ଣାଟକରେ ଅମୂଲ ପ୍ରବେଶକୁ ନେଇ ବଡ଼ ଧରଣର ହଙ୍ଗାମା ଦେଖିବାକୁ ମିଳିଥିଲା । ଏବେ ଏହି ବିବାଦ କେରଳରେ ଆରମ୍ଭ ହୋଇଛି । କର୍ଣ୍ଣାଟକ ଦୁଗ୍ଧ ବ୍ରାଣ୍ଡ ନନ୍ଦନୀ କେରଳରେ ନିଜର ଦୁଇଟି ଆଉଟଲେଟ ଖୋଲିଛି । ଯାହାକୁ ନେଇ ସ୍ଥାନୀୟ ଦୁଗ୍ଧ କମ୍ପାନୀ ଆପତ୍ତି ଉଠାଇଛି । କେରଳରେ ନନ୍ଦିନୀର ପ୍ରବେଶ ନେଇ ଦୁଗ୍ଧ ଫେଡେରେସନ ଚିନ୍ତା ପ୍ରକଟ କରିଛି ।
ଏହା ମଧ୍ୟ ପଢ଼ନ୍ତୁ: Exclusive Interview with Satyapal Malik: ‘ପୁଲଓ୍ବାମାରେ ଫେଲ ମାରିଥିଲା ଗୁଇନ୍ଦା, ଏୟାରଲିଫ୍ଟ ପାଇଁ ମନା କରିଥିଲେ ରାଜନାଥ’
କେରଳରେ ନନ୍ଦିନୀର ଆଉଟଲେଟ ଖୋଲିବାକୁ ବିରୋଧ କରିଛି କେରଳ କୋ-ଅପରେଟିଭ ମିଲ୍କ ମାର୍କେଟିଂ ଫେଡେରେସନ । ଏହି ପଦକ୍ଷେପ ସ୍ଥାନୀୟ ଦୁଗ୍ଧ କମ୍ପାନୀ କ୍ଷତି ସହିବେ । କେରଳର ସହକାରୀ ଦୁଗ୍ଧ କମ୍ପାନୀ ମୁଲ୍ମାର ଅଧକ୍ଷ କେ. ଏସ ମଣି ନିଜ ବୟାନରେ ଏହା ପଦକ୍ଷେପକୁ ଅନୈତିକ ବୋଲି କହିଛନ୍ତି । କର୍ଣ୍ଣାଟକରେ ନିଜ କମ୍ପାନୀକୁ ପ୍ରୋତ୍ସାହିତ କରିବା ଲାଗି ଅମୂଲର ପ୍ରବେଶକୁ ବିରୋଧ କରାଯାଇଥିଲା । କିନ୍ତୁ କର୍ଣ୍ଣାଟକ ମିଲ୍କ ଫେଡେରେସନ କେରଳର ବିଭିନ୍ନ ସ୍ଥାନରେ ନିଜର ଆଉଟଲେଟ ଖୋଲିଛି । ଏଥିରେ ନନ୍ଦିନୀ ବ୍ରାଣ୍ଡର ଦୁଗ୍ଧ ଏବଂ ଅନ୍ୟାନ୍ୟ ଉତ୍ପାଦ ଉପଲବ୍ଧ ରହିଛି । ଏହାକୁ କିପରି ଯଥାର୍ଥ କରାଯାଇପାରିବ ବୋଲି ସେ ପ୍ରଶ୍ନ କରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ: Shah in Rajasthan: କଂଗ୍ରେସ ସିନ୍ଧୁକ ଭରିବାରେ ଆଗରେ ଗେହେଲଟ, ପାଇଲଟଙ୍କୁ ମିଳିବନି ପ୍ରାଧାନ୍ୟ
ସୂଚନା ଥାଉକି, ନିକଟରେ କର୍ଣ୍ଣାଟକରେ ଅମୂଲ କମ୍ପାନୀର ପ୍ରବେଶ ନେଇ ମିଲ୍କ ୱାର ଦେଖିବାକୁ ମିଳିଥିଲା । ଲୋକାଲ ବ୍ରାଣ୍ଡ ନନ୍ଦିନୀକୁ ବଞ୍ଚାଇବାକୁ ଯାଇ ଅମୂଲକୁ ବିରୋଧ କରି ଲୋକେ ରାଜରାସ୍ତାକୁ ଓହ୍ଲାଇଥିଲେ । ଏପରିକି ବେଙ୍ଗାଲୁରୁ ହୋଟେଲ୍ସ ଆସୋସିଏସନ ପକ୍ଷରୁ ମଧ୍ୟ ଅମୂଲ ଉତ୍ପାଦ ବନ୍ଦ କରିବାକୁ ଘୋଷଣା କରାଯାଇଥିଲା । ଦୁଗ୍ଧ ବିବାଦକୁ ନେଇ ରାଜନୀତି ମଧ୍ୟ ତେଜିବାରେ ଲାଗିଛି । ଅମୂଲ ମାଧ୍ୟମରେ ସ୍ଥାନୀୟ ଲୋକପ୍ରିୟ ଦୁଗ୍ଧ କମ୍ପାନୀ ନନ୍ଦିନୀକୁ ବୁଡାଇବାକୁ ଷଡଯନ୍ତ୍ର କରାଯାଇଥିବା କଂଗ୍ରେସ ଏବଂ ଜେଡିଏସ ଅଭିଯୋଗ କରିଛନ୍ତି । ଅମୂଲ ଅପେକ୍ଷା ନନ୍ଦିନୀରେ ମୂଲ୍ୟ ଶସ୍ତା ଅଟେ । ଅମୂଲ ଦୁଗ୍ଧ ପ୍ରତି ଲିଟର ପିଛା ୫୪ ଟଙ୍କା ହୋଇଥିବାବେଳେ ନନ୍ଦିନୀର ଦର ୩୯ ଟଙ୍କା ।