ETV Bharat / bharat

କେରଳ ସ୍କୁଲରେ ପଢାଯିବ NCERT ବାଦ୍ ଦେଇଥିବା ବିଷୟ - ଏନସିଇଆରଟି ପାଠ୍ୟପୁସ୍ତକ ବିବାଦ

କେରଳ ସ୍କୁଲରେ ପଢାଯିବ NCERT ଦ୍ବାରା ବାଦ୍ ଦିଆଯାଇଥିବା ପାଠ୍ୟ ବିଷୟ । ମହାତ୍ମା ଗାନ୍ଧୀ ହତ୍ୟା ଓ ମୋଗଲ ଇତିହାସ ସମ୍ପର୍କରେ ପଢିବେ କେରଳ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

ଏନସିଇଆରଟି ପାଠ୍ୟପୁସ୍ତକ ବିବାଦ
ଏନସିଇଆରଟି ପାଠ୍ୟପୁସ୍ତକ ବିବାଦ
author img

By

Published : Apr 27, 2023, 9:40 AM IST

ଥିରୁଅନନ୍ତପୁରମ: ଏନସିଇଆରଟି ପାଠ୍ୟପୁସ୍ତକରୁ ବାଦ୍ ପଡିଥିବା ବିଷୟଗୁଡିକୁ କେରଳ ସ୍କୁଲରେ ପଢାଯିବ । ଏକାଦଶ ଓ ଦ୍ବାଦଶ ଶ୍ରେଣୀ ପାଠ୍ୟପୁସ୍ତକରୁ ମହାତ୍ମା ଗାନ୍ଧୀ ଓ ମୋଗଲ ଇତିହାସ ସମ୍ପର୍କିତ ଯେଉଁ ବିଷୟଗୁଡିକୁ ବାଦ୍ ଦିଆଯାଇଛି ତାହା କେରଳ ଛାତ୍ରଛାତ୍ରୀ ଅଧ୍ୟୟନ କରିବେ । ଏନସିଇଆରଟି ପାଠ୍ୟପୁସ୍ତକକୁ ନେଇ ଦେଶରେ ବିବାଦ ଲାଗି ରହିଥିବାବେଳେ ଏଭଳି ନିଷ୍ପତ୍ତି ନେଇଛନ୍ତି କେରଳ ସରକାର । ଏନସିଇଆରଟି ଦ୍ବାରା ବାଦ୍ ପଡିଥିବା ବିଷୟ ଗୁଡିକୁ ସ୍କୁଲ ସିଲାବସ୍‌ରେ ସାମିଲ କରିବାକୁ ନିଷ୍ପତ୍ତି ନିଆଯାଇଥିବା କେରଳ ଶିକ୍ଷାମନ୍ତ୍ରୀ ସୂଚନା ଦେଇଛନ୍ତି । ଉଚ୍ଚ ମାଧ୍ୟମିକ ପାଠ୍ୟପୁସ୍ତକରୁ ବାଦ୍ ଦିଆଯାଇଥିବା ପାଠ୍ୟକ୍ରମକୁ ପିଲାଙ୍କୁ ପଢାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ପାଠ୍ୟପୁସ୍ତକରୁ ପ୍ରାସଙ୍ଗିକ ତଥ୍ୟ ଗୁଡିକୁ ବାଦ୍ ଦିଆଯାଇଥିବା ଶିକ୍ଷାମନ୍ତ୍ରୀ ଅଭିଯୋଗ କରିଛନ୍ତି । ଏନେଇ ସେ ଅସନ୍ତୋଷ ବ୍ୟକ୍ତି କରି କହିଛନ୍ତି ଯେ, ଅର୍ଥନୀତି, ରାଜନୀତି ବିଜ୍ଞାନ, ଏବଂ ଇତିହାସ ପାଠ୍ୟପୁସ୍ତକରୁ ଅନେକ ଗୁରୁତ୍ବପୂର୍ଣ୍ଣ ବିଷୟ ଗୁଡିକୁ ହଟାଇ ଦିଆଯାଇଛି ।ମୋଗଲ ଇତିହାସ, ଗୁଜୁରାଟ ଦଙ୍ଗା, ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁ, ଡାରୱିନଙ୍କ ବିବର୍ତ୍ତନ ତତ୍ତ୍ବ ଇତ୍ୟାଦି ବିଷୟ ଏନସିଇଆରଟି ପାଠ୍ୟପୁସ୍ତକରୁ ବାଦ୍ ଦେଇଛି । ହେଲେ କେରଳରେ ଛାତ୍ରଛାତ୍ରୀଙ୍କୁ ଏନସିଇଆରଟି ଦ୍ବାରା ହଟାଯାଇଥିବା ଉକ୍ତ ବିଷୟଗୁଡିକରେ ଶିକ୍ଷା ଦିଆଯିବ । ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ପାଠ୍ୟକ୍ରମ କମିଟି ଏହି ପ୍ରସଙ୍ଗରେ ଆବଶ୍ୟକ ପଦକ୍ଷେପ ନେବାକୁ ବିସ୍ତୃତ ଭାବରେ ଆଲୋଚନା କରିବା ପରେ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି ।

ଏହାମଧ୍ୟ ପଢନ୍ତୁ: Karnatak Election: କର୍ଣ୍ଣାଟକ ମୈଦାନରେ ଗର୍ଜିଲେ ଯୋଗୀ, କହିଲେ ଡବଲ ଇଞ୍ଜିନ ସରକାର ବିକାଶର ଗ୍ୟାରେଣ୍ଟି

ଆହୁରିମଧ୍ୟ ସେ କହିଛନ୍ତି ଯେ, ଏହି ବିଷୟଗୁଡିକୁ ଶିକ୍ଷା ଦେବା ପାଇଁ କେନ୍ଦ୍ର ସରକାର ମନା କଲେ ରାଜ୍ୟ ସରକାର ସ୍ବାଧୀନ ଭାବେ ପାଠ୍ୟପୁସ୍ତକ ପ୍ରିଣ୍ଟ କରିପାରିବେ । କେରଳ ଷ୍ଟେଟ କାଉନସିଲ ଅଫ୍ ଏଜୁକେସନାଲ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ(SCERT)ର ପାଠ୍ୟକ୍ରମ ପରିଚାଳନା କମିଟି ବୈଠକରେ ଏନସିଇଆରଟି ଦ୍ବାରା ବାଦ୍ ଦିଆଯାଇଥିବା ବିଷୟଗୁଡିକୁ ରାଜ୍ୟ ସ୍କୁଲ ସିଲାବସ୍‌ରେ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ ଏକ ସରକାରୀ ବିବୃତ୍ତିରେ ସୂଚନା ଦିଆଯାଇଛି । ତେବେ ଏନସିଇଆରଟି ପାଠ୍ୟପୁସ୍ତକକୁ ନେଇ ଏବେ ସାରା ଦେଶରେ ବିବାଦ ଉଠିଛି ।

ଏହାମଧ୍ୟ ପଢନ୍ତୁ: NCERT ପୁସ୍ତକରୁ ଡାରୱିନ ଥିଓରୀ ବାଦ୍ ପ୍ରସଙ୍ଗ: କେନ୍ଦ୍ରମନ୍ତ୍ରୀ ପଚାରିଲେ କିଏ କହୁଛି ବାଦ୍ ପଡିଛି ?

ଏହାମଧ୍ୟ ପଢନ୍ତୁ: ରାପିଡୋ ଚାଳକଙ୍କ ଅସଦାରଣରୁ ବର୍ତ୍ତିବା ପାଇଁ ଚଳନ୍ତା ବାଇକରୁ ଡେଇଁଲେ ଯୁବତୀ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.