ETV Bharat / bharat

କେରଳକୁ ପୁଣି ଫେରିଲା ରାତ୍ରକାଳୀନ କର୍ଫ୍ୟୁ

author img

By

Published : Aug 28, 2021, 8:35 PM IST

କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି କେରଳକୁ ପୁଣି ଫେରିଲା ରାତ୍ରୀକାଳୀନ କର୍ଫ୍ୟୁ । ସୋମବାରରୁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ । ରାଜ୍ୟରେ ଶୀର୍ଷରେ ରହିଛି ସଂକ୍ରମଣ । ଅଧିକ ପଢନ୍ତୁ....

କେରଳକୁ ପୁଣି ଫେରିଲା ରାତ୍ରକାଳୀନ କର୍ଫ୍ୟୁ, ଅଗଷ୍ଟ ୩୦ ଯାଏ ଲାଗୁ କଲେ ସରକାର

ଥିରୁଅନନ୍ତପୁରମ: କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି କେରଳକୁ ପୁଣି ଫେରିବ ରାତ୍ରୀକାଳୀନ କର୍ଫ୍ୟୁ । (ସୋମବାର) ଅଗଷ୍ଟ ୩୦ରୁ ରାଜ୍ୟରେ ପୁଣି ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ କରିବା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି । ରାତି ୧୦ରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁର କଟକଣା ଜାରିହେବ । ଏହି ସମୟରେ କେବଳ ଜରୁରୀକାଳୀନ ସେବା ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟକଳାପ ଓ ଗତିବିଧି ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ।

କେରଳରେ ବର୍ତ୍ତମାନ କୋଭିଡ ସଂକ୍ରମଣ ପୁଣି ଥରେ ଶୀର୍ଷରେ ପହଞ୍ଚିଛି । ଆଜି ମିଳିଥିବା ସୂଚନା ଅନୁସାରେ,1,67,497 ନମୁନା ପରୀକ୍ଷା ହୋଇଥିଲା । ସେଥିମଧ୍ୟରୁ ୩୧ ହଜାର ୨୬୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୧୫୩ କୋଭିଡଜନିତ ମୃତ୍ୟୁ ରେକର୍ଡ ହୋଇଛି । ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୁଣି ରାତ୍ରକାଳୀନ କର୍ଫ୍ୟୁ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.