ETV Bharat / bharat

କେରଳ ଫଳାଫଳ ଟ୍ରେଣ୍ଡ: CPIM 89 ସିଟରେ ଆଗୁଆ

author img

By

Published : May 2, 2021, 11:35 AM IST

Updated : May 2, 2021, 12:28 PM IST

ବର୍ତ୍ତମାନ ସୁ୍ଦ୍ଧା କେରଳରେ 89 ସିଟରେ ଆଗୁଆ ରହିଛି ସିପିଆଇ । ଅଧିକ ପଢନ୍ତୁ...

କେରଳ ଫଳାଫଳ: ବର୍ତ୍ତମାନ ସୁଦ୍ଧା ସିପିଆଇ-ଏମ 89 ସିଟରେ ଆଗୁଆ

ନୂଆଦିଲ୍ଲୀ: କେରଳରେ ଜାରି ରହିଛି ଭୋଟ ଗଣତି ପ୍ରକ୍ରିୟା । ତେବେ ବର୍ତ୍ତମାନ ସୁଦ୍ଧା ସିପିଆଇ-ଏମ 89 ସିଟରେ ଆଗୁଆ ରହିଛି । ସେପଟେ ସିପିଆଇକୁ କଡା ଟକ୍କର ଦେଉଛି କଂଗ୍ରେସ ।

ରାଜ୍ୟରେ 140ଟି ବିଧାନସଭା ଆସନ ପାଇଁ ଜାରି ରହିଛି ଭୋଟ ଗଣତି ପ୍ରକ୍ରିୟା । ତେବେ ସିପିଆଇ ନେତୃତ୍ବାଧୀନ ଏଲଡିଏଫ ଓ କଂଗ୍ରେସ ନେତୃତ୍ବାଧୀନ ୟୁଡିଏଫ ମଧ୍ୟରେ କଡା ଟକ୍କର ଚାଲିଛି । ବର୍ତ୍ତମାନ ସୁଦ୍ଧା ସିପିଆଇ 89 ସିଟରେ ଆଗୁଆ ରହିଥିବା ବେଳେ ୟୁଡିଏଫ 48 ଓ ଏନଡିଏ 3ଟି ସିଟରେ ଆଗୁଆ ରହିଛି ।

ରବିବାର ସକାଳ 8ଟାରୁ ରାଜ୍ୟର 140ଟି ବିଧାନସଭା ଆସନ ପାଇଁ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି । କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରିଛନ୍ତି । ଦେଶରେ କୋରୋନା ମହାମାରୀର ସୁନାମି ରୂପ ଦେଖିବାକୁ ମିଳିଥିବା ବେଳେ କଟକଣା ମଧ୍ୟରେ ଭୋଟ ଗଣତି ପ୍ରକ୍ରିୟା ଜାରି ରହିଛି । ଗତ ଏପ୍ରିଲ 26 ତାରିଖରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହୋଇଥିଲା ।

କେରଳ ସମେତ ରବିବାର ରାଜ୍ୟରେ ଆଉ 3ଟି ରାଜ୍ୟ ଆସାମ, କେରଳ ଓ ତାମିଲନାଡୁ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ଭୋଟ ଗଣତି ପ୍ରକ୍ରିୟା ଜାରି ରହିଛି । 4ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର 822ଟି ବିଧାନସଭା ନିର୍ବାଚନୀ ମଣ୍ଡଳୀରେ ସୁରୁଖୁରୁରେ ଭୋଟ ଗଣତି ପ୍ରକ୍ରିୟା ପାଇଁ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା କରିଛି ନିର୍ବାଚନ ଆୟୋଗ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 2, 2021, 12:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.