ଥିରୁଅନନ୍ତପୁରମ: କେନ୍ଦ୍ର ଆଣିଥିବା ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ପ୍ରତିବାଦ ଓ ହିଂସା ଦେଖିବାକୁ ମିଳୁଛି । ଏପରି ସମୟରେ ବିରୋଧୀମାନେ ମଧ୍ୟ ମୋଦି ସରକାରଙ୍କ ଏପରି ନିଷ୍ପତ୍ତିକୁ ସମାଲୋଚନା କରିବାରେ ଲାଗିଛନ୍ତି । ଜାରି ରହିଥିବା ହିଂସାକୁ ଦୃଷ୍ଟିରେ ରଖି ଯୋଜନାକୁ ସ୍ଥଗିତ ରଖିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ।
-
Protests erupting against the Agnipath Scheme is a clear indication of the sentiments of India's youngsters. In the interest of our country, requested the Hon.@PMOIndia to put the scheme on hold, address criticism by professionals and duly consider the apprehensions of our youth.
— Pinarayi Vijayan (@pinarayivijayan) June 18, 2022 " class="align-text-top noRightClick twitterSection" data="
">Protests erupting against the Agnipath Scheme is a clear indication of the sentiments of India's youngsters. In the interest of our country, requested the Hon.@PMOIndia to put the scheme on hold, address criticism by professionals and duly consider the apprehensions of our youth.
— Pinarayi Vijayan (@pinarayivijayan) June 18, 2022Protests erupting against the Agnipath Scheme is a clear indication of the sentiments of India's youngsters. In the interest of our country, requested the Hon.@PMOIndia to put the scheme on hold, address criticism by professionals and duly consider the apprehensions of our youth.
— Pinarayi Vijayan (@pinarayivijayan) June 18, 2022
-
Kerala CM Pinarayi Vijayan requested PM Modi to put the Agnipath scheme on hold and consider the apprehensions of youth pic.twitter.com/O5VK7oc5Zd
— ANI (@ANI) June 18, 2022 " class="align-text-top noRightClick twitterSection" data="BLANK
">BLANKKerala CM Pinarayi Vijayan requested PM Modi to put the Agnipath scheme on hold and consider the apprehensions of youth pic.twitter.com/O5VK7oc5Zd
— ANI (@ANI) June 18, 2022Kerala CM Pinarayi Vijayan requested PM Modi to put the Agnipath scheme on hold and consider the apprehensions of youth pic.twitter.com/O5VK7oc5Zd
— ANI (@ANI) June 18, 2022
ମୁଖ୍ୟମନ୍ତ୍ରୀ ବିଜୟନ କହିଛନ୍ତି, ଯୋଜନା ବିରୋଧରେ ଦେଖାଯାଇଥିବା ହିଂସା ଦେଶର ଯୁବପିଢିଙ୍କ ମଧ୍ୟରେ ଥିବା ଆକ୍ରୋଶର ସ୍ପଷ୍ଟ ପ୍ରତିଫଳନ । କେନ୍ଦ୍ର ସରକାର ଯୋଜନାର କାର୍ଯ୍ୟକାରୀତାକୁ ସ୍ଥଗିତ ରଖିବା ସହ ଯୁବପିଢିଙ୍କ ମଧ୍ୟରେ ଯୋଜନା ନେଇ ଥିବା ଭୟ ଦୂର କରନ୍ତୁ । ତେବେ ଅଗ୍ନିପଥ ଯୋଜନାକୁ ନେଇ ଆକ୍ରୋଶ ଗୋଟିଏ ପରେ ଗୋଟିଏ ରାଜ୍ୟରେ ଦେଖିବାକୁ ମିଳୁଛି ।
ଦେଶର ଏକାଧିକ ରାଜ୍ୟରେ ବ୍ୟାପକ ହିଂସା ଦେଖିବାକୁ ମିଳିଛି । ଯୋଜନାକୁ ବିରୋଧ କରି ପ୍ରତ୍ୟାହାର କରିବା ପାଇଁ ମଧ୍ୟ ଦାବି ଜୋର ଧରିବାରେ ଲାଗିଛି । କଂଗ୍ରେସ ସମେତ ଅନ୍ୟ କିଛି ବିରୋଧୀ ଆନ୍ଦୋଳନକାରୀ ଛାତ୍ରଙ୍କ ସପକ୍ଷରେ ବାହାରିଛନ୍ତି । କୃଷି ଆଇନ ପରି ଏହି ଯୋଜନା ମଧ୍ୟ କେନ୍ଦ୍ର ସରକାର ପ୍ରତ୍ୟାହାର କରିବେ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ